ମହମ୍ମଦ ହମିଦ ଅନସାରୀ
ମହମ୍ମଦ ହମିଦ ଅନସାରୀ | |
|---|---|
| ଭାରତର ଉପରାଷ୍ଟ୍ରପତି | |
| Assumed office ୧୧ ଅଗଷ୍ଟ ୨୦୦୭-୧୧ ଅଗଷ୍ଟ ୨୦୧୭ | |
| ରାଷ୍ଟ୍ରପତି | ପ୍ରତିଭା ପାଟିଲ ପ୍ରଣବ ମୁଖାର୍ଜୀ |
| ପୂର୍ବ ଅଧିକାରୀ | ଭୈରୋ ସିଂହ ଶେଖାୱତ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଅପ୍ରେଲ ୧୯୩୭ କଲିକତା, ପଶ୍ଚିମ ବଙ୍ଗ, ଭାରତ |
| ଜୀବନ ସାଥୀ | ସଲମା ଅନସାରୀ |
| ଶିକ୍ଷାନୁଷ୍ଠାନ | St. Xavier's College, Calcutta University of Calcutta Aligarh Muslim University(MA in Political Science) |
| ପେଷା | Diplomat Academician |
ମହମ୍ମଦ ହମିଦ ଅନସାରୀ ଭାରତର ଉପରାଷ୍ଟ୍ରପତି ଥିଲେ । ସେ ୨୦୦୭ରୁ ୨୦୧୭ ଯାଏଁ ଏହି ପଦବୀରେ ଥିଲେ[୧]।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅନସାରୀ ୧ ଏପ୍ରିଲ୍ ୧୯୩୭ ରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ମୋହମ୍ମଦ ଅବ୍ଦୁଲ୍ ଅଜିଜ୍ ଅନସାରୀ ଏବଂ ମାତା ଥିଲେ ଆସିୟା ବେଗମ । ଯଦିଓ ତାଙ୍କ ପୂର୍ବଜଙ୍କ ଘର ଉତ୍ତର ପ୍ରଦେଶ ର ଘାଜୀପୁର ଜିଲ୍ଲା ଅବସ୍ଥିତ ଯୁସୁଫପୁର ନଗରରେ ଅଛି, କିନ୍ତୁ ସେ ତାଙ୍କ ଶୈଶବ କାଳ କୋଲକାତାରେ ବିତାଇଥିଲେ । ସେ ଏକ ଅନସାରୀ ଶେଖ୍ ପରିବାରରୁ ଆସିଛନ୍ତି, ଯେଉଁମାନେ ହେରାତର ସୁଫୀ ସନ୍ତ ଅବ୍ଦୁଲ୍ଲାହ ଅଂସାରୀଙ୍କ ବଂଶଧର ଅଟନ୍ତି ।[୨] ତାଙ୍କ ପୂର୍ବଜମାନେ ୧୫୨୬ ମସିହାରେ ମୋଗଲ ସମ୍ରାଟ୍ ବାବରଙ୍କ ସହିତ ଭାରତକୁ ଆସିଥିଲେ ଏବଂ ଯୁସୁଫପୁର ସ୍ଥାପନା କରିଥିଲେ । ସେ ପୂର୍ବତନ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଏବଂ ସ୍ୱାଧୀନତା ସଂଗ୍ରାମୀ ମୁଖ୍ତାର ଅହମଦ ଅଂସାରୀଙ୍କ ସମ୍ପର୍କୀୟ ପୁତୁରା ।
ଅନସାରୀ ସିମଳାର ସେଣ୍ଟ୍ ଏଡୱାର୍ଡ୍ସ୍ ସ୍କୁଲରୁ ତାଙ୍କ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ସେ ଉତ୍ତର ପ୍ରଦେଶର ଆଲୀଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ B.A. ଏବଂ M.A. ଡିଗ୍ରୀ ଅର୍ଜନ କରିଥିଲେ । ସେ ସଲ୍ମା ଅଂସାରୀଙ୍କୁ ସହିତ ବିବାହ କରିଥିଲେ ଏବଂ ଦୁଇ ପୁଅ ଏବଂ ଜଣେ କନ୍ୟାଙ୍କ ପିତା ଥିଲେ ।
ଆଧାର
[ସମ୍ପାଦନା]- ↑ Business Standard (11 August 2012). "Hamid Ansari sworn-in as Vice President for second term". Business Standard. Retrieved 20 August 2012.
{{cite web}}:|author=has generic name (help) - ↑ Mahmud Ansari (2013-11). ANSARIS OF YUSUFPUR.
{{cite book}}: Check date values in:|date=(help)
ଅଧିକ ତଥ୍ୟ
[ସମ୍ପାଦନା]- Profile at Indian Government website
- Iran Today: Twenty – five Years after the Islamic Revolution (Rupa, New Delhi,2005) (ISBN 81-291-0774-0)
- Ansari:Shares Left leanings and is also close to Congress bosses
- Hamid Ansari: versatile scholar, statesman Archived 2007-09-11 at the Wayback Machine.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |