ନିରଞ୍ଜନ ରାଉତ
ଦେଖଣା
ନିରଞ୍ଜନ ରାଉତ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ବୃତ୍ତି(ସମୂହ) | ଓଡ଼ିଶୀ,ଛଉ ନୃତ୍ୟ ଗୁରୁ |
ନୂପୁର | |
ବୈବାହିକ-ସାଥୀ | ଜ୍ୟୋତି ରାଉତ |
ପିତାମାତା | ବଳରାମ ରାଉତ, ଲବଣୀ ରାଉତ |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ନିରଞ୍ଜନ ରାଉତ, ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ ।[୧] ସେ, ୧୯୫୪ ମସିହା ଅଗଷ୍ଟ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକର ଚଅଁରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଳରାମ ରାଉତ ଓ ମାତାଙ୍କ ନାମ ଲବଣୀ ରାଉତ ଅଟେ । ଗାଁରେ ହେଉଥିବା ରାମଲୀଳା ଦେଖି, ତାଙ୍କର ନୃତ୍ୟପ୍ରତି ଆଗ୍ରହ ବଢିଥିଲା । ଚାକିରି କରିବା ପାଇଁ ସେ ଭୁବନେଶ୍ୱର ଚାଲି ଆସି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଓ ଛଉ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରୁଛନ୍ତି ।[୨] ନୂପୁରୁ ଡାନ୍ସ ଏକାଡେମୀ ନାମରେ, ଭୁବନେଶ୍ୱରଠାରେ, ସେ ନିଜର ଏକ ନୃତ୍ୟାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । [୩] ତାଙ୍କ ପତ୍ନୀ ଜ୍ୟୋତି ରାଉତ ମଧ୍ୟ ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟ ଗୁରୁ । [୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୦[୫]
- ବସନ୍ତ ସମ୍ମାନ - ୨୦୧୪[୬]
- ଭାରତ ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ଫେଲୋସିପ - ୨୦୧୦[୭]
- ଶଶିମଣୀ ଦେବଦାସୀ ସମ୍ମାନ - ୨୦୧୪[୮]
ଆଧାର
[ସମ୍ପାଦନା]- ↑ Sruti. P.N. Sundaresan. 1995.
- ↑ ଧରିତ୍ରୀ ୧୩/୦୮/୨୦୧୪ ପୃଷ୍ଠା ୧୨ରେ ପ୍ରକାଶିତ ଧରିତ୍ରୀ ଆଳାପ
- ↑ http://www.nupurdanceacademy.org/about_us.html#[permanent dead link]
- ↑ http://www.thehindu.com/todays-paper/tp-features/tp-fridayreview/ambassador-of-odissi/article623836.ece
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ http://www.telegraphindia.com/1140325/jsp/odisha/story_18113870.jsp#.U-sWB6Pc1eE
- ↑ http://indiaculture.nic.in/indiaculture/pdf/Junior%20and%20Senior%20Fellowship%20for%20the%20year-2010-11.pdf
- ↑ http://timesofindia.indiatimes.com/city/bhubaneswar/Bhubaneswar-sets-date-with-Mahari-dance/articleshow/34144477.cms