ଓଡ଼ିଶା ମାନବ ଅଧିକାର ଆୟୋଗ

ଉଇକିପିଡ଼ିଆ‌ରୁ
ଓଡ଼ିଶା ମାନବ ଅଧିକାର ଆୟୋଗ
ଅବସ୍ଥାନ
ଭୁବନେଶ୍ୱର, ଓଡ଼ିଶା, ଭାରତ
ବିବରଣୀ
Type ସରକାରୀ
ପ୍ରତିଷ୍ଠା ୨୭.୦୧.୨୦୦୦ (Notification: No. 5144/27.8.2000)
ୱେବସାଇଟ

୨୦୦୦ ମସିହା ଜାନୁଆରୀ ୨୭ ତାରିଖରେ ଓଡ଼ିଶା ମାନବ ଅଧିକାର ଆୟୋଗ ଗଠନ କରାଯାଇଥିଲା ଏବଂ ୧୧.୦୭.୨୦୦୩ରେ ଭାରତର ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀ ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର ଏହାର ପ୍ରଥମ ମାନ୍ୟବର ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିଲେ ।

ଅଧିକାର କ୍ଷେତ୍ର[ସମ୍ପାଦନା]

ଆୟୋଗ ମୁଖ୍ୟତଃ ସରକାରୀ କର୍ତ୍ତୃପକ୍ଷଙ୍କଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ଅନୁସନ୍ଧାନ କରନ୍ତି ।[୧] ଏହି ଅଧିକାର ମୁଖ୍ୟତଃ ଜୀବନ, ସ୍ୱାଧୀନତା, ସମାନତା ଏବଂ ସମ୍ମାନ ସମ୍ବନ୍ଧୀୟ ଅଧିକାର ଯାହାକି ଭାରତୀୟ ସମ୍ବିଧାନଦ୍ୱାରା ସୁନିଶ୍ଚିତ କିମ୍ବା ଆନ୍ତର୍ଜାତୀୟ ଚୁକ୍ତିନାମାରେ ଅନ୍ତର୍ଭୁକ୍ତ । ଭାରତର ଅଦାଲତଦ୍ୱାରା ବିଭିନ୍ନ ସମୟରେ ଏହି ଅଧିକାର କାର୍ଯ୍ୟକାରୀ ହୋଇଥାଏ । ଏହି ଅଧିକାରର ସୁରକ୍ଷା ପାଇଁ ମାନବ ଅଧିକାର ଆୟୋଗ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଥାନ୍ତି ।

ଭାରତର ସମ୍ବିଧାନର ମୁଖବନ୍ଧରେ ସମସ୍ତ ନାଗରିକଙ୍କୁ ନ୍ୟାୟ ପ୍ରଦାନ ତଥା ସ୍ୱାଧୀନତା ଏବଂ ସମାନତାର ଅଧିକାର ସହ ବ୍ୟକ୍ତିର ସମ୍ମାନ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେବେ ୧୯୫୦ ମସିହାରେ ପ୍ରସ୍ତୁତ ଭାରତର ସମ୍ବିଧାନ, ୧୯୪୮ ମସିହାରେ କରାଯାଇଥିବା ମାନବ ଅଧିକାରର ସର୍ବଭାରତୀୟ ଘୋଷଣାନାମାରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଦ୍ୱାରା ଅନୁପ୍ରାଣିତ ହୋଇଥିଲା ଭାରତୀୟ ସମ୍ବିଧାନରେ ଗୁରୁତ୍ୱପୂର୍ଣ୍ଣ ନାଗରିକ ଅଧିକାର ମଧ୍ୟରେ ସମାନତାର ଅଧିକାର, ମୁକ୍ତ ବକ୍ତବ୍ୟର ଅଧିକାର, ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର, ମାନବ ଚାଲାଣ ତଥା ବାଧ୍ୟତାମୂଳକ ଶ୍ରମର ବିରୋଧ ପାଇଁ ଅଧିକାର, ବିବେକପୂର୍ଣ୍ଣ ଏବଂ ମୁକ୍ତ ବୃତ୍ତି, ନିଜ ଧର୍ମର ଅଭ୍ୟାସ ଏବଂ ପ୍ରଚାର ସହିତ ଅନେକ ନାଗରିକ ତଥା ରାଜନୈତିକ ଅଧିକାର ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

କାର୍ଯ୍ୟକ୍ଷେତ୍ର[ସମ୍ପାଦନା]

କମିଶନ ମାନବ ଅଧିକାର ଉଲଙ୍ଘନ ରୋକିବା ଦିଗରେ ନିମ୍ନ ଲିଖିତ ସମସ୍ତ କାର୍ଯ୍ୟ କରିପାରିବେ ।

୧) ପୀଡିତା କିମ୍ବା ତାଙ୍କ ନାମରେ କୌଣସି ବ୍ୟକ୍ତିଙ୍କଦ୍ୱାରା ଦାଖଲ ହୋଇଥିବା ମାନବିକ ଅଧିକାରର ଉଲ୍ଲଂଘନର ଏକ ଆବେଦନ ଉପରେ ତାଙ୍କର ବିଶେଷ କ୍ଷମତା ବଳରେ ସ୍ୱୟଂ ଅନୁସନ୍ଧାନ କରିପାରିବେ ।

୨) କୌଣସି ସରକାରୀ କର୍ମଚାରୀଙ୍କଦ୍ୱାରା ଏପରି ମାନବିକ ଅଧିକାର ଉଲ୍ଲଂଘନକୁ ରୋକିବାରେ ଅବହେଳା କରିବା ଆବେଦନ ଉପରେ ଅନୁସନ୍ଧାନ ତଥା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇପାରିବେ ।

୩) ଅଦାଲତର ଅନୁମୋଦନ କ୍ରମେ କୋର୍ଟରେ ବିଚାରାଧୀନ ଥିବା ମାନବିକ ଅଧିକାରର ଉଲ୍ଲଂଘନ କିମ୍ବା କୌଣସି ପ୍ରକ୍ରିୟାରେ ଜଡିତ ହୋଇପାରିବ ।

୪) ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ଜେଲରେ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନରେ ଥିବା ଅନ୍ତେବାସୀଙ୍କ ଜୀବନ ଅବସ୍ଥା ଯାଞ୍ଚ କରିପାରିବେ ଯେଉଁଠାରେ ଚିକିତ୍ସା, ସଂସ୍କାର କିମ୍ବା ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥାଏ ।

୫) ମାନବିକ ଅଧିକାରର ସୁରକ୍ଷା ନିଶ୍ଚିତ କରିବାକୁ ବଳବତ୍ତର ଥିବା ସମୟ ଆଇନରେ ପ୍ରଦତ୍ତ ସୁରକ୍ଷାଗୁଡିକ ସମୀକ୍ଷା କରିପାରିବେ ।

୬) ମାନବ ଅଧିକାରର ଉପଭୋଗକୁ ବାଧା ଦେଉଥିବା କାରକଗୁଡିକୁ ସମୀକ୍ଷା କରିପାରିବେ ।

୭) ମାନବ ଅଧିକାର କ୍ଷେତ୍ରରେ ଅନୁସନ୍ଧାନ ଏବଂ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ଏବଂ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିପାରିବେ । ଏହି କ୍ରମରେ ମାନବିକ ଅଧିକାର ସୁରକ୍ଷା ପାଇଁ ସାକ୍ଷରତା ଅଭିଯାନ, ପ୍ରକାଶନ, ସେମିନାର ଇତ୍ୟାଦି ମାଧ୍ୟମରେ ମାନବ ଅଧିକାର ସଚେତନତାକୁ ପ୍ରୋତ୍ସାହିତ କରିବେ ।

୮) ମାନବ ଅଧିକାର ସଚେତନତା କ୍ଷେତ୍ରରେ ଅଧିକ କାର୍ଯ୍ୟ ପାଇଁ ଅଣ-ସରକାରୀ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ଯୋଗଦାନକୁ ଉତ୍ସାହିତ କରିବେ ।

୯) ଅନ୍ୟ କୌଣସି କାର୍ଯ୍ୟ ଯାହାକି ମାନବିକ ଅଧିକାରର ପ୍ରୋତ୍ସାହନ ପାଇଁ ଆବଶ୍ୟକ ବୋଲି ବିବେଚନା କରାଯାଇପାରେ, ସେସବୁ ମଧ୍ୟ କରିବେ ବା କରାଇବେ ।

୧୦) ଏତଦ୍ ବ୍ୟତୀତ ଯଦି ଜଣେ ସରକାରୀ କର୍ମଚାରୀଙ୍କଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ (କିମ୍ବା ଏହାର ପ୍ରବର୍ତ୍ତାଇବା) ରୋକିବା ପାଇଁ ଯଦି ଜଣେ ସରକାରୀ କର୍ମଚାରୀଙ୍କ ବିଫଳତା କିମ୍ବା ଅବହେଳା କମିଶନଙ୍କ ଦୃଷ୍ଟି ଗୋଚର ହୁଏ, ତେବେ କମିଶନ ଏଥିରେ ହସ୍ତକ୍ଷେପ କରିପାରିବେ ।

ଆୟୋଗଙ୍କ ତାଲିକା[ସମ୍ପାଦନା]

କ୍ରମିକ ସଂଖ୍ୟା ଆୟୋଗଙ୍କ ନାମ କାର୍ଯ୍ୟକାଳ
ଶ୍ରୀ ଦେବପ୍ରିୟ ମହାପାତ୍ର ୧୧.୦୭.୨୦୦୩ -୨.୮.୨୦୦୭
ଶ୍ରୀ ଏସ୍ ଏମ୍ ପଟ୍ଟନାୟକ(କାର୍ଯ୍ୟକାରୀ ଆୟୋଗ) ୦୩.୦୮.୨୦୦୭- ୦୧.୦୧.୨୦୦୮
ଶ୍ରୀ ଜଷ୍ଟିସ ରାଧାକୃଷ୍ଣ ପାତ୍ର ୦୨.୦୧.୨୦୦୮- ୨୩.୧୧.୨୦୧୨
ଡ଼ଃ ଆର୍ ଏନ୍ ବହିଦାର(କାର୍ଯ୍ୟକାରୀ ଆୟୋଗ) ୨୪.୧୧.୨୦୧୨- ୧୭.୧୧.୨୦୧୩
ଶ୍ରୀ ଜଷ୍ଟିସ ବି କେ ମିଶ୍ର(କାର୍ଯ୍ୟକାରୀ ଆୟୋଗ) ୧୮.୧୧.୨୦୧୩- ୧୫.୦୮.୨୦୧୮
ଶ୍ରୀ ଜଷ୍ଟିସ ରଘୁବୀର ଦାସ(କାର୍ଯ୍ୟକାରୀ ଆୟୋଗ) ୧୬.୦୫.୨୦୧୯- ୦୩.୦୯.୨୦୧୯
ଶ୍ରୀ ଜଷ୍ଟିସ ବିମଳ ପ୍ରସାଦ ଦାସ ୦୪.୦୯.୨୦୧୯- ୧୪.୧୧.୨୦୨୦
ଶ୍ରୀ ଜଷ୍ଟିସ ବିଜୟ କୃଷ୍ଣ ପଟେଲ[୨] ୦୧.୧୨.୨୦୨୦- ୨୩.୦୧.୨୦୨୩
ଶ୍ରୀ ଜଷ୍ଟିସ ଶତ୍ରୁଘନ ପୁଜାହାରୀ[୩] ୧୦.୦୨.୨୦୨୩- କାର୍ଯ୍ୟ କରୁଛନ୍ତି

ଆଧାର[ସମ୍ପାଦନା]

  1. "rtiodisha". www.rtiodisha.gov.in. Retrieved 31 March 2023.
  2. "Justice Bijoy Krishna Patel appointed as Chairperson of Odisha Human Rights Commission". Odisha Diary, Latest Odisha News, Breaking News Odisha. Retrieved 31 March 2023.
  3. Nayak, Subadh (9 February 2023). "Justice Satrughana Pujahari posted OHRC Chairman, Asim Amitabh Dash reappointed as member". KalingaTV. Retrieved 31 March 2023.