ବଲ୍ଲଭଭାଇ ପଟେଲ
ସର୍ଦ୍ଦାର ବଲ୍ଲଭଭାଇ ପଟେଲ વલ્લભભાઈ પટેલ | |
---|---|
ଭାରତର ଉପ ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ – ୧୫ ଡିସେମ୍ବର ୧୯୫୦ | |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହରୁ |
ପୂର୍ବ ଅଧିକାରୀ | Position established |
ପର ଅଧିକାରୀ | ମୋରାରଜୀ ଦେଶାଇ |
ଗୃହମନ୍ତ୍ରୀ | |
କାର୍ଯ୍ୟକାଳ ୧୫ ଡିସେମ୍ବର ୧୯୪୭ – ୧୫ ଡିସେମ୍ବର ୧୯୫୦ | |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହେରୁ |
ପୂର୍ବ ଅଧିକାରୀ | Position established |
ପର ଅଧିକାରୀ | ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Nadiad, Bombay Presidency, British India (now India) | ୩୧ ଅକ୍ଟୋବର ୧୮୭୫
ମୃତ୍ୟୁ | ୧୫ ଡିସେମ୍ବର ୧୯୫୦ ମୁମ୍ବାଇ, ଭାରତ | (ବୟସ ୭୫)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ସନ୍ତାନ | ମଣିବେନ ପଟେଲ, ଧ୍ୟାନଚାନ୍ଦ ପଟେଲ |
ଶିକ୍ଷାନୁଷ୍ଠାନ | Middle Temple |
ପେଷା | ଓକିଲ |
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।[୧]
ବାଲ୍ୟ ଜୀବନ
[ସମ୍ପାଦନା]ତାଙ୍କ ଜନ୍ମ ତାରିଖର କିଛି ପ୍ରମାଣ ନ ଥିଲା ।ସେ ୩୧ ଅକ୍ଟୋବରକୁ ନିଜ ଜନ୍ମ ତାରିଖ ଭାବେ ମାଟ୍ରିକ ପରୀକ୍ଷାରେ ଲେଖିଥିଲେ ।ସେ ପଟେଲ ଜାତିରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ନଦିଆଦ, ପେଟଲାଡ ଓ ବୋରସାଦରେ ସ୍କୁଲରେ ପଢିବାକୁ ଯାଇଥିଲେ । .[୩] ସେ ତାଙ୍କ ମାଟ୍ରିକ ୨୨ ବର୍ଷରେ ପାସ କରିଥିଲେ ।[୪]ସେ ବର୍ଷ ବର୍ଷ ନିଜା ପରିବାରଠାରୁ ଦୁରରେ ରହି ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ସେ ଗୁଜରାଟର ଗାଁରେ ବଢିଥିଲେ ।[୫]ସେ ଓକିଲ ଭାବେ ନିୟୋଜିତ ହୋଇଥିଲେ ।
ସ୍ୱଶାସନ ପାଇଁ ଲଢେଇ
[ସମ୍ପାଦନା]ସାଙ୍ଗମାନଙ୍କ ପ୍ରେରଣାରେ ସେ ଉତ୍ସାହିତ ହୋଇ ସେ ସ୍ୱଚ୍ଛତା କମିଶନର ଅଫ ଅହମଦାବାଦ ପଦ ନିମିତ୍ତ ନିର୍ବାଚନରେ ଛିଡ଼ା ହୋଇଥିଲେ ଏବଂ ଜିତିଥିଲେ । ବହୁବାର ତାଙ୍କର ମତ ବ୍ରିଟିଶ ସରକାରଙ୍କଠାରୁ ଭିନ୍ନ ହେଲେ ମଧ୍ୟ ସେ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିନଥିଲେ । ଅକ୍ଟୋବର ୧୯୧୭ରେ ସେ ଗାନ୍ଧିଜୀଙ୍କ ସହ ଭେଟ ହେଲାପରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କଲେ ।
ଗୁଜରାଟରେ ସତ୍ୟାଗ୍ରହ
[ସମ୍ପାଦନା]କଂଗ୍ରେସ ସ୍ୱେଛାସେବୀମାନଙ୍କର ସହାୟତାରେ ପଟେଲଜୀ ଗୁଜରାଟରେସ୍ଥିତ ଖେଦା ଜିଲ୍ଲାର ଗାଁ ଗାଁ ବୁଲି ଲୋକଙ୍କର ଆପତ୍ତି ଲେଖି ରଖୁଥିଲେ ଏବଂ ଏହାସହ ସରକାରଙ୍କୁ ଟିକସ ନଦେବା ନିମିତ୍ତ ଉତ୍ସାହିତ କରୁଥିଲେ । ପଟେଲଜୀ ଦେଶରେ ଏକତା ଏବଂ ଅହିଂସା ନିମିତ୍ତ ଲୋକଙ୍କୁ କଠିନତା ଆପଣେଇବାକୁ ପ୍ରେରଣା ଯୋଗାଉଥିଲେ । ସେ ପ୍ରତି ଗ୍ରାମରୁ ବହୁମାତ୍ରାରେ ସମର୍ଥନ ଲାଭ କରିଥିଲେ । ସେ ପ୍ରତି ଗାଁରେ କାମ କରିବା ନିମିତ୍ତ ଏକ ସ୍ୱେଛାସେବୀ ମଣ୍ଡଳୀ ତିଆରି କରିଥିଲେ । ପଟେଲଜୀ ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନକୁ ଅନେକ ସାହାଯ୍ୟ କରିଥିଲେ । ସେ ତାଙ୍କର ରାଜ୍ୟ ଗୁଜରାଟ ବୁଲି ବୁଲି ପାଖାପାଖି ୩ ଲକ୍ଷ୍ୟ ସ୍ୱେଛାସେବୀ ଏବଂ ୧୫ ଲକ୍ଷ୍ୟରୁ ଅଧିକ ପାଣ୍ଠି ସଂଗ୍ରହ କରିପାରିଥିଲେ । ଲବଣ ସତ୍ୟାଗ୍ରହ ବେଳେ ପଟେଲଜୀଙ୍କର ଜେଲ ଯିବାପରେ ଗୁଜରାଟରେ ଆନ୍ଦୋଳନ ନିଆଁ ଭଳି ବ୍ୟାପି ଥିଲା । କଂଗ୍ରେସରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବା ୧୯୩୪ ମସିହାରୁ ପଟେଲଜୀଙ୍କର ଆରମ୍ଭ ହୋଇଥିଲା । ଦଳ ନିମିତ୍ତ ପାଣ୍ଠି ଏବଂ ସ୍ୱେଚ୍ଛାସେବୀ ସଂଗ୍ରହରେ ତାଙ୍କର ଅନେକ ଅବଦାନ ରହିଥିଲା ।
୧୯୪୦ ମସିହାରେ ସେ ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାନିମିତ୍ତ ତାଙ୍କୁ ୯ ମାସ କାରାବରଣ କରିବାକୁ ପଡିଥିଲା । ଏହି ସମୟରେ ତାଙ୍କର ପାଖାପଖି ୯ କିଲୋ ଓଜନ କମ ହୋଇଯାଇଥିଲା । ସିଙ୍ଗାପୁର ଏବଂ ମ୍ୟାନମାରରେ ଯେପରି ବ୍ରିଟିଶ ସରକାର ଛାଡ଼ି ଚାଲିଗଲେ, ଭାରତରେ ମଧ୍ୟ ସେଭଳି ଭାରତ ଛାଡ଼ ଆନ୍ଦୋଳନଦ୍ୱାରା ବ୍ରିଟିଶମାନଙ୍କୁ ବାହାର କରିହେବ ବୋଲି ସେ ଗାନ୍ଧିଜୀଙ୍କୁ ସମର୍ଥନ ଯୋଗାଇଥିଲେ । ସେ ଏହି ଆନ୍ଦୋଳନ ନିମିତ୍ତ ପ୍ରଚାର ଯେତେଶୀଘ୍ର ସମ୍ଭବ ଆରମ୍ଭ କରିବାକୁ ଚାହୁଁଥିଲେ । କଂଗ୍ରେସରୁ ଉପଯୁକ୍ତ ସମର୍ଥନ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଦେବେ ବୋଲି କହିଥିଲେ ।
ସ୍ୱାଧୀନତା ପରର ଜୀବନ
[ସମ୍ପାଦନା]ଗାନ୍ଧିଜୀଙ୍କର ଅନୁରୋଧ କ୍ରମେ ପଟେଲଜୀ ନେହରୁଙ୍କ ନିମିତ୍ତ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଆସିଲେ । ସେ ସ୍ୱାଧୀନ ଭାରତର ଗୃହମନ୍ତ୍ରୀ ରୂପେ ପ୍ରାଦେଶିକ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।
ମୃତ୍ୟୁ
[ସମ୍ପାଦନା]୧୯୫୦ ମସିହା ଗ୍ରୀଷ୍ମରେ ପଟେଲଜୀଙ୍କର ଦେହ ବହୁତ ଖରାପ ହେବାକୁ ଲାଗିଲା । ସେ ରକ୍ତ ବାନ୍ତି କରୁଥିଲେ । ସେହି ବର୍ଷ ୨ ନଭେମ୍ବର ପରେ ତାଙ୍କର ଦେହ ସାଙ୍ଘାତିକ ରୂପେ ଖରାପ ହେବାର ଲାଗିଲା ଯେବେ ସେ ବାରମ୍ବାର ଚେତା ହରାଉଥିଲେ । ଗୋଟିଏ ବଡ଼ ହୃଦଘାତରେ ପଟେଲଜୀ ବମ୍ବସ୍ଥିତ ବିର୍ଲା ହାଉସରେ ୧୫ ଡିସେମ୍ବର ୧୯୫୦ ମସିହା ସକାଳ ୯:୩୭ ସମୟରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କର ସମାଧି ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନେହୁରୁ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସହ ପାଖାପାଖି ଦଶ ଲକ୍ଷ ଲୋକ ଉପସ୍ଥିତ ଥିଲେ ।
ଆଧାର
[ସମ୍ପାଦନା]- ↑ http://onlykashmir.in/21314/pm-modi-dedicates-statue-of-unity-to-the-nation/
- ↑ Gandhi, Rajmohan (1990). Patel: A Life. India: Navaj. p. 3. OCLC 25788696.
- ↑ Gandhi, Rajmohan. Patel: A Life. p. 14.
- ↑ Gandhi, Rajmohan. Patel: A Life. p. 13.
- ↑ Lalchand, Kewalram (1977). The Indomitable Sardar. Bharatiya Vidya Bhavan. p. 4.
Sardar Vallabhbhai Patel
ଅଧିକ ତଥ୍ୟ
[ସମ୍ପାଦନା]ବଲ୍ଲଭଭାଇ ପଟେଲ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
- Sardar Patel National Informatics Centre
- National Integration of India Archived 2010-01-27 at the Wayback Machine. IndianChild.com
- Operation Polo Archived 2005-11-27 at the Wayback Machine. Bharat Rakshak.com
- Sardar Patel Sarvadharma.org
- Sardar Patel – Builder of a steel strong India Press Information Bureau, Government of India
- Works by Sardar Vallabhbhai Patel (public domain in Canada)
- Sardar Vallabhbhai Patel Archived 2009-10-21 at the Wayback Machine. in TIME Magazine Cover from Jan, 1947
- Biography: Vallabhbhai Patel