"କଳାହାଣ୍ଡି ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) "{{Infobox Indian Jurisdiction |type = ଜିଲା |native_name = କଳାହାଣ୍ଡି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୧୨:୫୨, ୨୨ ମଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
କଳାହାଣ୍ଡି | |
— ଜିଲା — | |
ଦିଗବାରେଣି | 20°04′59″N 83°12′00″E / 20.083°N 83.2°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ସଦର ମହକୁମା | ଭବାନୀପାଟଣା |
ଜିଲାପାଳ | ଶ୍ରୀ, ଆର.ଏସ ଗୋପାଳନ, ଆଇ.ଏ.ଏସ |
ସାଂସଦ | ଭକ୍ତ ଚରଣ ଦାସ, ଆଇ.ଏନ.ସି |
ସଂସଦ | କଳାହାଣ୍ଡି |
ବିଧାନ ସଭା | ୫, ୭୭-ଲାଞ୍ଜିଗଡ଼, ୭୮-ଜୁନାଗଡ଼, ୭୯-ଧର୍ମଗଡ଼, ୮୦-ଭବାନୀପାଟଣା, ୮୧-ନର୍ଲା |
ଲୋକସଂଖ୍ୟା • ଘନତା |
୧୩,୩୫,୪୯୪ (2001[update]) • 169/km2 (438/sq mi) |
ପୁରୁଷ-ନାରୀ ଅନୁପାତ | 0.999 ♂/♀ |
ସରକାରୀ ଭାଷାସବୁ | ଓଡ଼ିଆ, ହିନ୍ଦୀ, ଇଂରାଜୀ |
---|---|
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା | 7,920 square kilometres (3,060 sq mi) |
ବେବସାଇଟ | kalahandi.nic.in |
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଭାରତର ଓଡ଼ିଶାରେ ଥିବା ଏକ ଜିଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୋହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।[୧]
ଅସୁରଗଡ଼ ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ, ସଭ୍ୟ ଓ ସହର ଜନ ବସତି ଠାବ ଜଣାଯାଏ ।[୨]
ଆଗ କାଳରେ ଏହା ମହାକାନ୍ତର' (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣ ଥିଲା ଯାହା ଏଠାରେ ମାଣିକ , ଲାଲ ପଥର , ବେରୁଜ , ନୀଲମ , ଓ ଆଲେକଜାଣ୍ଡ୍ରା ଆଦି ମିଲୁଥିବାର ଜଣାଯାଏ । ମାଣିକେଶ୍ଵରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାଆଁ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।[୩] ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକସଭା ନିବଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡି ଓ ନୂଆପଡ଼ା ଜିଲା ଅଛି।
ଭୂଗୋଳ
କଳାହାଣ୍ଡି 20°4′58.8″N 83°12′0″E / 20.083000°N 83.20000°E ରେ ଅବସ୍ଥିତ ।[୪] ଓ ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି । ଏହାର ଉତ୍ତରରେ ବଲାଙ୍ଗିର ଓ ନୂଆପଡ଼ା ଜିଲା, ଦକ୍ଷିଣରେ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ଓ ପୁର୍ବରେ କନ୍ଧମାଳ ଓ ବଉଧ ଜିଲା ଅବସ୍ଥିତ ।
ଲୋକକଳା =
କଳାହାଣ୍ଡି ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଇଥାଏ । ଏହି ଶବ୍ଦ ଗୁଡ଼ହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ଵାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ହବସିପୁରୀ ଢାଞ୍ଚାରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଲିପଦରର କାଠ କମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।
ଲୋକ ନାଟ
କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଓ ସମ୍ବଲପୁର ଜିଲାରେ ଦେଖାଯାଉଥିବା ଡାଲଖାଇ, ଜାଇଫୁଲ, ରସରକେଳି, ସଜନୀ' ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।[୫] ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା କୋରାପୁଟ ଜିଲାର ବୋରିଆ ଗୀତ, ନିଆଳିମାଳି, କଳାକୋଳିକ ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।
ଦ୍ରଷ୍ଟବ୍ୟ
- ↑ B.Mishra, J. Bengal Art, Vol.9&10, 2004-2005, 383-410
- ↑ P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79
- ↑ http://www.mindfully.org/Food/Kalahandi-Syndrome-Sharma19apr02.htm
- ↑ Orissa District Gazetters, Kalahandi, 2
- ↑ C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation