ସରସ୍ୱତୀ ପ୍ରଧାନ

ଉଇକିପିଡ଼ିଆ‌ରୁ
(Saraswati Pradhanରୁ ଲେଉଟି ଆସିଛି)
ସରସ୍ୱତୀ ପ୍ରଧାନ‌
ରାଜ୍ୟ ସଭା
କାର୍ଯ୍ୟକାଳ
୧୯୭୨ – ୧୯୭୭
ପୂର୍ବ ଅଧିକାରୀଲୋକନାଥ ଚୌଧୁରୀ
ପର ଅଧିକାରୀଲୋକନାଥ ଚୌଧୁରୀ
ନିର୍ବାଚନ ମଣ୍ଡଳୀଓଡ଼ିଶା
ବିଧାୟିକା: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀନଟବର ବଞ୍ଛୋର
ପର ଅଧିକାରୀନଟବର ବଞ୍ଛୋର
ନିର୍ବାଚନ ମଣ୍ଡଳୀଭଟଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-05-30)୩୦ ମଇ ୧୯୨୫
ମୃତ୍ୟୁ୧ ନଭେମ୍ବର ୨୦୨୩(2023-11-01) (ବୟସ ୯୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଦୁର୍ଯ୍ୟୋଧନ ପ୍ରଧାନ
ସନ୍ତାନ୨ ପୁଅ ଓ ୨ ଝିଅ
ବାପା/ବୋଉମଦନ ମୋହନ ପ୍ରଧାନ (ବାପା)
ଘରଭୁବନେଶ୍ୱର
ବୃତ୍ତିରାଜନୀତିଜ୍ଞ

ସରସ୍ୱତୀ ପ୍ରଧାନ‌ (୩୦ ମଇ ୧୯୨୫ – ୧ ନଭେମ୍ବର ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୭୨ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩] ସେ ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟ କରୁଥିଲେ ।[୪]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସରସ୍ୱତୀ ପ୍ରଧାନ‌ ୧୯୨୫ ମସିହାର ମଇ ୩୦ ତାରିଖରେ ବରଗଡ଼ ଜିଲ୍ଲାର କେନ୍ଦୁପଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପାଙ୍କ ନାମ ମଦନ ମୋହନ ପ୍ରଧାନ ଓ ପତିଙ୍କ ନାମ ଦୁର୍ଯ୍ୟୋଧନ ପ୍ରଧାନ ।[୫] ପେଶାରେ ସେ ଜଣେ ଶିକ୍ଷୟିତ୍ରୀ ଥିଲେ ଏବଂ ରାଜନୀତିରେ ଯୋଗ ଦେବା ପୂର୍ବରୁ ଜଣେ ପ୍ରଧାନଶିକ୍ଷୟିତ୍ରୀ ଭାବରେ ସେ କାମଗାଁ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ସରସ୍ୱତୀ ପ୍ରଧାନ‌ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୫] ୧୯୭୨ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୦୯୦୦ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ନଟବର ବଞ୍ଛୋରଙ୍କୁ ୪୪୫୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ବିଧାନ ସଭାରେ ସେ ଶିକ୍ଷାମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪]

୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୫୮୦ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ କେକେ ଦେବୀଙ୍କୁ ୭୧୯୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭]

୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ତୃତୀୟଥର ପାଇଁ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏଥିରେ ପରାସ୍ତ ହୋଇଥିଲେ । ୧୯୭୨ ମସିହାରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ଜଣେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

୨୦୨୩ ମସିହାର ନଭେମ୍ବର ୧ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୮] ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "List Of Rajyasabha Members". Odisha Assembly. Retrieved 13 June 2016.
  2. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 13 June 2016.
  3. Dr. Smita Nayak (2016-03-01). Whither Women: A Shift from Endowment to Empowerment. EduPedia Publications (P) Ltd. pp. 159–. ISBN 978-1-5237-2411-6. Retrieved 13 June 2016.
  4. ୪.୦ ୪.୧ ୪.୨ ୪.୩ ୪.୪ "First woman minister from Western Odisha Saraswati Pradhan dies". The New Indian Express. 2 November 2023. Retrieved 2 November 2023.
  5. ୫.୦ ୫.୧ "Shri Saraswati Pradhan". odishaassembly.nic.in. Odisha Assembly. Retrieved 5 September 2021.
  6. "Orissa 1961". Election Commission of India (in Indian English). Retrieved 2019-06-27.
  7. "Orissa 1967". Election Commission of India (in Indian English). Retrieved 2019-06-27.
  8. "Former minister, RS member dies at 98". The Times of India. 2 November 2023. Retrieved 2 November 2023.