ସରସ୍ୱତୀ ପ୍ରଧାନ
ସରସ୍ୱତୀ ପ୍ରଧାନ | |
---|---|
ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୭୨ – ୧୯୭୭ | |
ପୂର୍ବ ଅଧିକାରୀ | ଲୋକନାଥ ଚୌଧୁରୀ |
ପର ଅଧିକାରୀ | ଲୋକନାଥ ଚୌଧୁରୀ |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବିଧାୟିକା: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୧ | |
ପୂର୍ବ ଅଧିକାରୀ | ନଟବର ବଞ୍ଛୋର |
ପର ଅଧିକାରୀ | ନଟବର ବଞ୍ଛୋର |
ନିର୍ବାଚନ ମଣ୍ଡଳୀ | ଭଟଲୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୦ ମଇ ୧୯୨୫ |
ମୃତ୍ୟୁ | ୧ ନଭେମ୍ବର ୨୦୨୩ | (ବୟସ ୯୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଦୁର୍ଯ୍ୟୋଧନ ପ୍ରଧାନ |
ସନ୍ତାନ | ୨ ପୁଅ ଓ ୨ ଝିଅ |
ବାପା/ବୋଉ | ମଦନ ମୋହନ ପ୍ରଧାନ (ବାପା) |
ଘର | ଭୁବନେଶ୍ୱର |
ବୃତ୍ତି | ରାଜନୀତିଜ୍ଞ |
ସରସ୍ୱତୀ ପ୍ରଧାନ (୩୦ ମଇ ୧୯୨୫ – ୧ ନଭେମ୍ବର ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୭୨ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩] ସେ ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟ କରୁଥିଲେ ।[୪]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସରସ୍ୱତୀ ପ୍ରଧାନ ୧୯୨୫ ମସିହାର ମଇ ୩୦ ତାରିଖରେ ବରଗଡ଼ ଜିଲ୍ଲାର କେନ୍ଦୁପଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପାଙ୍କ ନାମ ମଦନ ମୋହନ ପ୍ରଧାନ ଓ ପତିଙ୍କ ନାମ ଦୁର୍ଯ୍ୟୋଧନ ପ୍ରଧାନ ।[୫] ପେଶାରେ ସେ ଜଣେ ଶିକ୍ଷୟିତ୍ରୀ ଥିଲେ ଏବଂ ରାଜନୀତିରେ ଯୋଗ ଦେବା ପୂର୍ବରୁ ଜଣେ ପ୍ରଧାନଶିକ୍ଷୟିତ୍ରୀ ଭାବରେ ସେ କାମଗାଁ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ସରସ୍ୱତୀ ପ୍ରଧାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୫] ୧୯୭୨ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।
୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୦୯୦୦ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ନଟବର ବଞ୍ଛୋରଙ୍କୁ ୪୪୫୯ ଖଣ୍ଡ ଭୋଟ୍ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ବିଧାନ ସଭାରେ ସେ ଶିକ୍ଷାମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪]
୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୫୮୦ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ କେକେ ଦେବୀଙ୍କୁ ୭୧୯୬ ଖଣ୍ଡ ଭୋଟ୍ରେ ପରାସ୍ତ କରି ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭]
୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ତୃତୀୟଥର ପାଇଁ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏଥିରେ ପରାସ୍ତ ହୋଇଥିଲେ । ୧୯୭୨ ମସିହାରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ଜଣେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୪]
ମୃତ୍ୟୁ
[ସମ୍ପାଦନା]୨୦୨୩ ମସିହାର ନଭେମ୍ବର ୧ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୮] ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "List Of Rajyasabha Members". Odisha Assembly. Retrieved 13 June 2016.
- ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 13 June 2016.
- ↑ Dr. Smita Nayak (2016-03-01). Whither Women: A Shift from Endowment to Empowerment. EduPedia Publications (P) Ltd. pp. 159–. ISBN 978-1-5237-2411-6. Retrieved 13 June 2016.
- ↑ ୪.୦ ୪.୧ ୪.୨ ୪.୩ ୪.୪ "First woman minister from Western Odisha Saraswati Pradhan dies". The New Indian Express. 2 November 2023. Retrieved 2 November 2023.
- ↑ ୫.୦ ୫.୧ "Shri Saraswati Pradhan". odishaassembly.nic.in. Odisha Assembly. Retrieved 5 September 2021.
- ↑ "Orissa 1961". Election Commission of India (in Indian English). Retrieved 2019-06-27.
- ↑ "Orissa 1967". Election Commission of India (in Indian English). Retrieved 2019-06-27.
- ↑ "Former minister, RS member dies at 98". The Times of India. 2 November 2023. Retrieved 2 November 2023.
- ୧୯୨୫ ଜନ୍ମ
- ୨୦୨୩ ମୃତ୍ୟୁ
- ଓଡ଼ିଆ ଲୋକ
- ଓଡ଼ିଶା ବିଧାନ ସଭା ସଦସ୍ୟ
- ଓଡ଼ିଆ ମହିଳା ରାଜନୀତିଜ୍ଞ
- ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ
- ବିଂଶ ଶତାବ୍ଦୀର ଭାରତୀୟ ମହିଳା ରାଜନୀତିଜ୍ଞ
- ବିଂଶ ଶତାବ୍ଦୀର ଭାରତୀୟ ରାଜନୀତିଜ୍ଞ
- ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ
- ୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ଖୋର୍ଦ୍ଧା ଜିଲ୍ଲାର ଲୋକ
- ୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ
- ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ରାଜନେତା
- ବିଜୁ ଜନତା ଦଳ ରାଜନେତା
- ବରଗଡ଼ ଜିଲ୍ଲାର ଲୋକ