ଲୋକନାଥ ଚୌଧୁରୀ
ଲୋକନାଥ ଚୌଧୁରୀ | |
---|---|
ସାଂସଦ: ୯ମ, ୧୦ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୯ – ୧୯୯୬ | |
ପର ଅଧିକାରୀ | ରଞ୍ଜୀବ ବିଶ୍ୱାଳ |
ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ନାରାୟଣ ବୀରବର ସାମନ୍ତ |
ପର ଅଧିକାରୀ | ଦାମୋଦର ରାଉତ |
ନିର୍ବାଚନ ମଣ୍ଡଳୀ | ଏରସମା |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ରତ୍ନମାଳୀ ଜେମା |
ପର ଅଧିକାରୀ | ନାରାୟଣ ବୀରବର ସାମନ୍ତ |
ନିର୍ବାଚନ ମଣ୍ଡଳୀ | ଏରସମା |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଗୌରୀଶ୍ୟାମ ନାୟକ |
ପର ଅଧିକାରୀ | ରତ୍ନମାଳୀ ଜେମା |
ନିର୍ବାଚନ ମଣ୍ଡଳୀ | ଏରସମା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯ ମଇ ୧୯୨୫ |
ମୃତ୍ୟୁ | ୧୨ ମଇ ୨୦୦୩ | (ବୟସ ୭୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) |
ଜୀବନ ସାଥୀ | ମାଳତୀ ଚୌଧୁରୀ |
ବାପା/ବୋଉ | କେଳୁଚରଣ ଚୌଧୁରୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଲୋକନାଥ ଚୌଧୁରୀ (୧୯ ମଇ ୧୯୨୫ - ୧୨ ମଇ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର ଓ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୭, ୧୯୭୪ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୪ର୍ଥ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୧ ଭାରତୀୟ ସାଧାରଣ ନିର୍ବାଚନରେ ସେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଲୋକନାଥ ଚୌଧୁରୀ ୧୯୨୫ ମସିହାର ମଇ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କେଳୁଚରଣ ଚୌଧୁରୀ ଓ ପତ୍ନୀଙ୍କ ନାମ ମାଳତୀ ଚୌଧୁରୀ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଲୋକନାଥ ଚୌଧୁରୀ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ଏରସମା | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଏରସମା | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଏରସମା | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
୧୯୮୯ | ୧୯୯୧ | ସଭ୍ୟ, ୯ମ ଲୋକ ସଭା | ଜଗତସିଂପୁର | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
୧୯୯୧ | ୧୯୯୬ | ସଭ୍ୟ, ୧୦ମ ଲୋକ ସଭା | ଜଗତସିଂପୁର | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ମୃତ୍ୟୁ
[ସମ୍ପାଦନା]ଲୋକନାଥ ଚୌଧୁରୀ ୨୦୦୩ ମସିହାର ମଇ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Lokanath Choudhury". odishaassembly.nic.in. Odisha Assembly. Retrieved 16 May 2022.