ବିମଳେଶ୍ୱର ଦେଉଳ

ଉଇକିପିଡ଼ିଆ‌ରୁ
(Leaning Temple of Humaରୁ ଲେଉଟି ଆସିଛି)
ବିମଳେଶ୍ୱର ଦେଉଳ
ବିମଳେଶ୍ୱର ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtସମ୍ବଲପୁର
Location
ସ୍ଥାନହୁମା
Countryଭାରତ
ବିମଳେଶ୍ୱର ଦେଉଳ, ହୁମା
ହୁମା ପାଖାପାଖି ପ୍ରାକୃତିକ ସୌନ୍ଦର୍ଯ୍ୟ

ସମ୍ବଲପୁର ଜିଲ୍ଲାରମାନେଶ୍ୱର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ବାବା ବିମଳେଶ୍ୱର ପୂଜା ପାଇ ଆସୁଛନ୍ତି ।[୨] ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ନଦୀଘାଟରେ ଦେଖାଯାଉଥିବା ଈଷତ୍ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ । ସେମାନେ ପୋଷାମାଛ ପରି । ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ୱାସ କରାଯାଏ ।[୩] ଥରେ ଜଣେ ବୃଦ୍ଧ ଏହି ସ୍ଥାନର ଗୋଟିଏ କୁଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି ।[୪]

କିମ୍ବଦନ୍ତୀ[ସମ୍ପାଦନା]

ହୁମାର ବିମଳେଶ୍ୱର ଶିବଲିଙ୍ଗ ପାତାଳୀ ଓ ସ୍ୱଂୟ ଭୂଗର୍ଭରୁ ଆତ୍ମ ପ୍ରକାଶ କରିଛନ୍ତି । କିମ୍ବଦନ୍ତୀ ଅନୁସାରେ, ଏହି ଶିବଲିଙ୍ଗ ଉପରେ ଗୋଟିଏ ଗାଈର କ୍ଷୀର ଆପେ ସ୍ରବିତ ହେଉଥିଲା । ପ୍ରତିଦିନ ଗାଈର ପହ୍ନା ଶୁଷ୍କ ହେଉଥିବା ଦେଖି ଗାଇର ମାଲିକ ଗାଈଆଳକୁ ସନ୍ଦେହ କରି ନିଜେ ଗାଇକୁ ଗୋପନରେ ଜଗିବାକୁ ଆସୁଲା । ସେ ସ୍ୱତଃ ଗାଈର କ୍ଷୀର ଶିବଲିଙ୍ଗ ଉପରେ ଝରୁଥିବାରୁ ଦେଖି ଆଶ୍ଚର୍ଯ୍ୟହୋଇ ଏକଥା ପ୍ରଘଟ୍ଟ କରନ୍ତେ, ସେବେଠାରୁ ବାବା ବିମଳେଶ୍ୱରଙ୍କ ମହିମା ପ୍ରକଟିତ ହୋଇ ପୂଜର୍ଚ୍ଚନା ଆରମ୍ଭ ହେଲା ।[୫]

ନିର୍ମାଣ କାଳ[ସମ୍ପାଦନା]

ବିମଳେଶ୍ୱର ଦେଉଳ, ହୁମା

ହୁମା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ ସମ୍ପର୍କରେ ଅନେକ ବିବାଦ ଥିଲେ ସୁଦ୍ଧା ଲୋକପ୍ରିୟ ମତବାଦ ଅନୁସାରେ ଏହାକୁ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହଦେବ ୧୬୬୦ରୁ ୧୬୮୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମାଣ କରିଥିଲେ । [୬] ମାତ୍ର ଜୈନିକ ବ୍ରିଟିଶ ସେଟଲମେଣ୍ଟ ଅଫିସର ଏ.ଏମ.ରସେଲ୍ଙ୍କ ଏକ ବନ୍ଦୋବସ୍ତ ଆଦେଶନାମା ଅନୁସାରେ ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବ ହୁମା ଗ୍ରାମଠାରେ ଏହି ମନ୍ଦିର ନିର୍ମାଣ ନିମନ୍ତେ ୬ ଖଣ୍ଡ ମୌଜା ପ୍ରଦାନ କରିଥିଲେ । ଏକ କୋର୍ଟ ଆଦେଶନାମାରେ ଅନ୍ୟ ଜଣେ ବ୍ରିଟିଶ ଜଜ୍ ମଧ୍ୟ ଏହି ଉକ୍ତିକୁ ସମର୍ଥନ କରିଛନ୍ତି । ସୁତରାଂ କେତେକ ଐତିହାସିକଙ୍କ ମତରେ ହୁମା ମନ୍ଦିରକୁ ସମ୍ବଲପୁରର ପଞ୍ଚମରାଜା ପରିବର୍ତ୍ତେ ପ୍ରଥମ ରାଜା ବଳରାମ ଦେବ କିମ୍ବା ତାଙ୍କ କୈଣସି ନିକଟ ସମ୍ପର୍କୀୟ ନିର୍ମାଣ କରେଇଥିବା ଯୁକ୍ତି କରନ୍ତି । ଏପରି ହେଲେ ମନ୍ଦିରର ନିର୍ମାଣ କାଳ ଆହୁରି ପୁରାତ୍ତନ ହୋଇ ୧୫୪୫ରୁ ୧୫୬୦ ଖ୍ରୀଷ୍ଟାବ୍ଦ ଧରାଯିବ ।

ମନ୍ଦିର ବକ୍ର ହେବାର କାରଣ[ସମ୍ପାଦନା]

ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ଓ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଆୟତାକୃତି ଆଧାରକ୍ଷେତ୍ର ଉପରେ ଅବସ୍ଥାପିତ । ମୂଖ୍ୟ ମନ୍ଦିର ବିମଳେଶ୍ୱର ପଶ୍ଚିମ ଦିଗକୁ ୪୭o କୋଣରେ ସ୍ପଷ୍ଟ ଢଳିକରି ଅଛି ।[୭] ଏହି ବକ୍ରତାର କାରଣ ରହସ୍ୟାବୃତ୍ତ ଏବଂ ବିବାଦ ବଳୟରେ । କେତେକଙ୍କ ମତରେ ବର୍ଷାଦିନେ ମହାନଦୀର ବନ୍ୟା ସମୟରେ ପ୍ରବାହିତ ପ୍ରବଳ ସ୍ରୋତର ଆଘାତରୁ ରକ୍ଷାକରିବା ପାଇଁ ମନ୍ଦିରକୁ ନିର୍ମାଣ କାଳରୁ ହିଁ ଜାଣିଶୁଣି ବକ୍ରକରି ଗଢାଯାଇଛି । ଆଉ କେତେକଙ୍କ ମତରେ ମନ୍ଦିର ନିର୍ମାଣ ସମୟରେ ସିଧା ଥିଲା । ସମୟ କ୍ରମେ ମହାନଦୀର ପ୍ରବଳ ସ୍ରୋତରେ ମନ୍ଦିର ନଦୀପାର୍ଶ୍ୱସ୍ଥ ଭିତିଭୂମି ଦବିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହେଲା ।

ଅନ୍ୟାନ୍ୟ ଆକର୍ଷଣ[ସମ୍ପାଦନା]

ଦେଉଳ ପଛପଟେ ପାହାଚ ଅତିକ୍ରମ କରି ତଳକୁ ଖସିଲେ ମହାନଦୀରେ ଖେଳୁଥିବା ଅସଂଖ୍ୟ କୁଡ଼ୋ ମାଛ ଦେଖାଯାଆନ୍ତି ।[୮] ସେଠାକୁ ଯାଇଥିବା ପର୍ଯ୍ୟଟକମାନଙ୍କ ହାତରୁ ନିର୍ଭୟରେ ଖାଦ୍ୟ ଖାଇଥାନ୍ତି ।[୯] ଏହି ମାଛମାନେ କେଉଁ ପ୍ରାଜାତିର ଓ ସେମାନେ କେବେଠାରୁ ଏହି ସ୍ଥାନରେ ବାସକରିଆସୁଛନ୍ତି ସେ ନେଇଏ ଆଜିଯାଏଁ କୈଣସି ଠିକ ପ୍ରମାଣ ମିଳିନାହିଁ । ଦେଉଳ ନିକଟସ୍ଥ କୁନ୍ଦେରେ କୁଦାରେ ଅଛି ଶ୍ୟାମାକାଳୀଙ୍କ ପୀଠ । ଦେଉଳ ନିକଟରୁ ଡଙ୍ଗାରେ ଯିବାକୁ ପଡ଼େ କୁନ୍ଦେର କୁଦପାଖକୁ ।

ଆଧାର[ସମ୍ପାଦନା]

  1. "orissa tourism - HUMA, THE LEANING TEMPLE OF LORD SHIVA". orissadiary.com. Archived from the original on 10 May 2016. Retrieved 6 December 2012. A great fair takes place at the foothill in March every year on the occasion of Sivratri.
  2. "Excursions". incredibleindia.org. Retrieved 6 December 2012. Located on the bank of Mahanadi, the temple is dedicated to Lord Bimaleswar Shiva.
  3. Barik, Bibhuti. "The Telegraph - Calcutta (Kolkata) | Orissa | Where faith and nature converge". telegraphindia.com. Retrieved 6 December 2012. legend has it that the fish in the river are an incarnation of Vishnu. This is believed to be his "matsya" avatar. {{cite web}}: Cite has empty unknown parameter: |1= (help)
  4. "Leaning Temple Huma - Odia Express : Odia Express". odisha.odiaexpress.in. Archived from the original on 22 May 2013. Retrieved 6 December 2012. a fisher woman who tried who tried to cut the "KUDO FISH" turned into stone.
  5. Mishra, Bibhuti (2005). "The Hindu : The leaning temple of Huma". hindu.com. Retrieved 6 December 2012. The bewildered cowherd followed the cow one day and was amazed to find the animal standing over a black rock spraying it with its milk.
  6. "Turist Spots In Sambalpur District". Sambalpur.nic.in. Retrieved 2010-09-02.
  7. "Lord Bimaleswar Temple of Huma". odisha.360.batoi.com. Retrieved 6 December 2012. the main structure of the temple is leaned at 47 degree to the West
  8. "Huma temple,a pictorial wonder, Wel Come To Orissa || About Orissa, Orissa Culture, Odissi, Oriya Songs, Purely Soul & Image Of Orissa". welcomeorissa.com. Retrieved 6 December 2012. The Machindra Ghat at the rear part of the temple provides spectacular sight of reddish Kudo fish[permanent dead link]
  9. Mohanty, Subrat. "Project threat to shrine". telegraphindia.com. Retrieved 6 December 2012. The fishes here eat food from the hands of visitors without any fear {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ[ସମ୍ପାଦନା]

Leaning Temple of Huma