Jump to content

ବର୍ଷା ପ୍ରିୟଦର୍ଶିନୀ

ଉଇକିପିଡ଼ିଆ‌ରୁ
(Barsha Priyadarshiniରୁ ଲେଉଟି ଆସିଛି)
ବର୍ଷା ପ୍ରିୟଦର୍ଶିନୀ
ଜନ୍ମ
ବର୍ଷା ପ୍ରିୟଦର୍ଶିନୀ

(1984-08-07) ଅଗଷ୍ଟ ୭, ୧୯୮୪ (ବୟସ ୪୧)
ବୃତ୍ତିଓଡ଼ିଆବଙ୍ଗଳା କଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ
ବୈବାହିକ-ସାଥୀଅନୁଭବ ମହାନ୍ତି
ପିତାମାତାଦୀପା ସାହୁ[]

ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍‌ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍‌ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।

ପରିବାର

[ସମ୍ପାଦନା]

ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ ।[]

କଥାଚିତ୍ର ଜୀବନ

[ସମ୍ପାଦନା]

୨୦୦୩ ମସିହାରେ ସେ ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ ମା ଏବଂ ଗୋଲାମଗିରି ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଇ-ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ।[] ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ନିମକି ୨୦୧୯ ସୁଶାନ୍ତ ମଣି
ରୋମିଓ ଜୁଲିଏଟ୨୦୧୭ସୁଧାକର ବସନ୍ତ
ଛାତି ତଳେ ଡିଂ ଡଂ୨୦୧୬ମୃତ୍ୟୁଞ୍ଜୟ ସାହୁ (ବାପି)
ଗୋଟେ ଶୁଆ ଗୋଟେ ଶାରୀ୨୦୧୬
ଗପ ହେଲେ ବି ସତ୨୦୧୫
ସମଥିଙ୍ଗ୍ ସମଥିଙ୍ଗ୍ ୨୨୦୧୪
କେହି ଜଣେ ଭଲ ଲାଗେରେ୨୦୧୩
ପ୍ରେମ ସବୁଠୁ ବଳବାନ୨୦୧୩
ହାତ ଧରି ଚାଲୁଥା୨୦୧୩
ମୋ' ଦୁନିଆ ତୁ ହିଁ ତୁ[]୨୦୧୩ସୁଧାକର ବସନ୍ତ
ପର୍ଶୁରାମ୨୦୧୨
ମେଟ୍ରିକ୍ ଫେଲ୍୨୦୧୨ସୁଧାକର ବସନ୍ତ
ସମଥିଙ୍ଗ୍ ସମଥିଙ୍ଗ୍୨୦୧୨ସୁଧାକର ବସନ୍ତ
ବାଳୁଙ୍ଗା ଟୋକା୨୦୧୧ସୁଧାକର ବସନ୍ତ
କିଏସେ ଡାକୁଛି କୋଉଠି ମତେ୨୦୧୧ସୁଧାକର ବସନ୍ତ
ଛାତିରେ ଲେଖିଛି ତୋରି ନାଁ୨୦୧୧
ଦିୱାନା୨୦୧୦
ଆମ ଭିତରେ କିଛି ଅଛି୨୦୧୦
ଶୁଭ ବିବାହ୨୦୧୦
ତୁ ଥିଲେ ମୋ ଡର କାହାକୁ୨୦୧୦
ସୁନା ଚଢ଼େଇ ମୋ ରୂପା ଚଢ଼େଇ୨୦୦୯
ଧୀରେ ଧୀରେ ପ୍ରେମ ହେଲା୨୦୦୯
ପ୍ରେମ ରୋଗୀ୨୦୦୯
ନେଇଯା'ରେ ମେଘ ମତେ୨୦୦୮
ଅଗ୍ନିଶିଖା୨୦୦୭
ଏ ମନ ମାନେନା୨୦୦୭
ଥ୍ୟାଙ୍କ ୟୁ ଭଗବାନ୨୦୦୬
ତୋତେ ମୋ ରାଣ୨୦୦୫
ଟୋପାଏ ସିନ୍ଦୂର ଦି ଟୋପା ଲୁହ୨୦୦୫
ତୁ ମୋ ଆଖିର ତାରା୨୦୦୫
ବାଜି୨୦୦୪
ସାବତ ମାଆ୨୦୦୩
ସୁନା ଶଙ୍ଖାଳୀ୨୦୦୩
ଏ ଯୁଗର କୃଷ୍ଣ ସୁଦାମା୨୦୦୩

ରାଜନୈତିକ ଜୀବନ

[ସମ୍ପାଦନା]

ବର୍ଷା ପ୍ରିୟଦର୍ଶିନୀ ୨୦୨୪ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।[] ସେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି ।[] ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୫,୬୧୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅମର କୁମାର ନାୟକଙ୍କଠାରୁ ୬,୩୧୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

  1. "ଆର୍କାଇଭ୍ କପି". Archived from the original on 2017-05-19. Retrieved 2017-05-17. {{cite web}}: Cite has empty unknown parameter: |1= (help)
  2. incredibleorissa.com: barsha-priyadarshini[permanent dead link]
  3. "ବର୍ଷା ପ୍ରିୟଦର୍ଶିନୀ ଫିଲ୍ମରୁ ନୁହେଁ, ଟେଲିଭିଜନ୍‌ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ". sambad.in. 17 January 2018. Retrieved 1 February 2018.
  4. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  5. OR, News Desk. "‍ବିଜେଡିରେ ମିଶିଲେ ବର୍ଷା - Odisha Reporter". ‍ବିଜେଡିରେ ମିଶିଲେ ବର୍ଷା - Odisha Reporter. Retrieved 2024-06-29.
  6. "ସ୍ବାମୀ ଛାଡ଼ିଲେ ସ୍ତ୍ରୀ ମିଶିଲେ; ଶଙ୍ଖ ଧରିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ". News18 ଓଡ଼ିଆ. 2024-04-18. Retrieved 2024-06-29.
  7. "General Election to Assembly Constituencies 2024: Barachana (Odisha)". Election Commission of India. Retrieved 27 June 2024.

ବାହାର ଆଧାର

[ସମ୍ପାଦନା]