ପଣସ

ଉଇକିପିଡ଼ିଆ ରୁ
Jump to navigation Jump to search
Jackfruit
Jackfruit hanging.JPG
Jackfruit
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Rosales
କୁଳ: Moraceae
ଗୋଷ୍ଠୀ: Artocarpeae
ପ୍ରଜାତି: Artocarpus
ଜାତି: A. heterophyllus
ବାଇନୋମିଆଲ ନାମ
Artocarpus heterophyllus
Lam.[୧][୨]
Synonyms[୩][୪][୫]
  • Artocarpus brasiliensis Ortega
  • A. maximus Blanco
  • A. nanca Noronha (nom inval.)
  • A. philippensis Lam.

ପଣସ (Artocarpus heterophyllus) ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ । ପ୍ରଥମରୁ ଏହା ଭାରତରେ ଦେଖାଯାଉଥିଲା । ଗୋଆ , କେରଳ, ଓଡ଼ିଶା, ତାମିଲନାଡୁ [୬], ମହାରାଷ୍ଟ୍ର [୭] ଆଦି ରାଜ୍ୟ ମାନଙ୍କରେ ଏହା ଦେଖାଯାଏ । ଏହା ସବୁଠାରୁ ବଡ ଫଳ ଅଟେ [୮]। ସବୁଠାରୁ ବଡ ପଣସର ଓଜନ ୩୫ କିଲୋ , ୯୦ ସେଣ୍ଟିମିଟର ଲମ୍ବା, ଓ ୫୦ ସେଣ୍ଟିମିଟର ଚଉଡା ଅଟେ ।[୯]

ଉତ୍ପାଦନ[ସମ୍ପାଦନା]

Developing jackfruit in Bangladesh
ପଣସ ଗଛରେ ପଣସ ଫଳିବା ଆରମ୍ଭର ଦୃଶ୍ୟ ।

ଭାରତୀୟ ଚାଷରେ ପ୍ରାୟ ୩୦୦୦ରୁ ୪୦୦୦ ବର୍ଷ ତଳୁ ପଣସ ଏକ ଗୁରୁତ୍ଵପୂର୍ଣ ଭୂମିକା ସମ୍ପର୍ଣ୍ଣ କରି ଆସୁଛି । ଦକ୍ଷିଣ ଏସିଆରେ ଏହା ଅଧିକ ପରିମାଣରେ ଉତ୍ପାଦନ କରାଯାଏ । ଭାରତର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ । ଭାରତର ସମଗ୍ର ପଶ୍ଚିମ ଉପକୂଳରେ ଏବଂ ପୂର୍ବ ପଟେ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ପ୍ରଭୃତି ରାଜ୍ୟରେ ଚାଷ କରାଯାଏ ।

ଜଳବାୟୁ[ସମ୍ପାଦନା]

ପଣସ ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଓ ଆଦ୍ର ଜଳବାୟୁରେ ଭଲ ହୁଏ । ସମୁଦ୍ର ପତନ ଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ପଣସ ଚାଷ କରାଯାଇ ପାରେ । କିନ୍ତୁ ୧୨୦୦ ମିଟର ଉଚ୍ଚତା ପରେ ଏହା କମ ଫଳେ । ଏହା ବୃଷ୍ଟିବହୁଳ ଅଞ୍ଚଳରେ ଭଲ ବଢିଲେ ମଧ୍ୟ ଏହାର ମୂଳରେ ପାଣି ଜମି ରହିଲେ ଏହା ସହ୍ୟ କରି ପାରେ ନାହିଁ ।

ମୃତ୍ତିକା[ସମ୍ପାଦନା]

ପଣସ ନିଗିଡା ଉଚ୍ଚ ଜମିରେ ଭଲ ହୁଏ । ନିଗିଡା, ଲାଲ, ଲାଲ ଦୋରସା, ରୁଗୁଡିଆ ଲାଲ ଓ ପଟୁ ମାଟିରେ ଭଲ ବଢେ । ସନ୍ତସନ୍ତିଆ ଜମିରେ ଏହା ଖୁବ ଭଲ ହୁଏନି ଓ ଗଛ ମରିଯାଏ । ଓଡ଼ିଶାର ପାହାଡିଆ ଅଞ୍ଚଳରେ ଏହା ଖୁବ ଭଲ ହୁଏ ।


କିସମ[ସମ୍ପାଦନା]

ପଣସ ଦୁଇ ପ୍ରକାର । ଗୋଟିଏ କାଦୁଆ ଓ ଅନ୍ୟଟି ହେଲା ଖଜରା । କାଦୁଆ ପଣସର କୋଷାଗୁଡିକ ଗୋଲାକାର ପାଚିଗଲେ ନରମ ହୋଇ ତୁଳା ପରି ହୋଇଯାଏ । ଖଜରା ପଣସର କୋଷା ଗୁଡିକ ସାରୁ, ଲମ୍ବାଳିଆ, ଦୁଧିଆ ରଙ୍ଗ ବା ଧଳାଚମ୍ପା ଫୁଲ ରଙ୍ଗ ପରି । ତେବେ ଭଲ ପଣସ ଭିତରେ ସିଙ୍ଗାପୁର ବା ସିଲୋ ପ୍ରଥମ । ବର୍ତ୍ତମାନ ଦେଶୀ ପଣସ ସହ ସିଙ୍ଗାପୁର ପଣସର କୃତିମ ସଙ୍ଗମ କରାଯାଇ କେତେକ ଉନ୍ନତ କିସମର ପଣସ ବାହାର କରାଗଲାଣି ।


  1. ମୃତମ ଭାରିକା : ମଧ୍ୟ ଭଲ କିସମ । ଫଳ ଗୁଡିକ ପ୍ରାୟ ୭ କେଜି ଓଜନର ହୁଏ ।
  2. ଦିୱାରିଆ : ମଧ୍ୟ ଗୋଟିଏ ଭଲ ପଣସ । ଏହାର ଓଜନ ୪୦ କେଜି ଓଜନର ହୁଏ ।
  3. ଆଲ୍ଲାହାବାଦ : ମଧ୍ୟ ଆଉ ଗୋଟିଏ ଭଲ ପଣସ । ଏହା ସାଧାରଣତଃ ଉତ୍ତର ପ୍ରଦେଶରେ ଭଲ ହୁଏ ।
  4. ସିଙ୍ଗାପୁର : ଏହା ଏକ ଉନ୍ନତ ଧରଣର ପଣସ । ଫଳର ଆକାର ମଧ୍ୟମ ଧରଣର । କୋଷାଗୁଡିକ ଗାଢ ହଳଦିଆ ରଙ୍ଗର ଏବଂ ଖୁବ ମିଠା ଲାଗେ । ଫଳରେ ୮୦ରୁ ୧୦୦ ପର୍ଯ୍ୟନ୍ତ କୋଷା ଥାଏ ।
  5. ରୁଦ୍ରାକ୍ଷୀ : ସାଧାରଣତଃ ଦକ୍ଷିଣ ଭାରତରେ ଏହା ବେଶି ଦେଖାଯାଏ । ଏହା ଏକ ପ୍ରକାର ବଣୁଆ ପଣସ । ଏହାର ଫଳଗୁଡିକ ଆକାରରେ ଛୋଟ । ଫଳର ଉପରି ଭାଗରେ କମ କଣ୍ଟା ଥାଏ । କୋଷା ଗୁଡିକ କମ୍ ରସଯୁକ୍ତ ଏବଂ ବିଶେଷ ସ୍ଵାଦୁକର ହୋଇନଥାଏ ।

ବଂଶବିସ୍ତାର[ସମ୍ପାଦନା]

ସାଧାରଣତଃ ମଞ୍ଜିରୁ ଗଛ କରାଯାଏ । ଆଖି କଲମୀ ଓ ଯୋଡ କଲମିରେ ରୁଦ୍ରାକ୍ଷୀ ପଣସ ଗଛକୁ ମୂଳ ଗଛ ହିସାବରେ ବ୍ୟବହାର କରାଯାଏ ।

ଖତ ଓ ସାର[ସମ୍ପାଦନା]

ସାଧାରଣତଃ ପଣସ ଗଛରେ ଖତସାର କେହି ଦିଅନ୍ତିନି । କିନ୍ତୁ ଫଳ ଅମଳ ପରେ ପ୍ରତି ଗଛର ୨/୩ ଟୋକେଇ ଖତ ଓ ୨କେଜି ଜୈବିକ ସାର ବର୍ଷା ଋତୁ ଆରମ୍ଭରେ ଦେଲେ ବେଶୀ ଫଳ ମିଳେ । ବୋରନ ଅଣୁସାର ଅଭାବ ହେଲେ ଫଳ ଆସିବା କମିଯାଏ । ଗଛ ପ୍ରତି ୫୦୦ ଗ୍ରାମ ବୋରାକ୍ସ ଦେଲେ ଭଲ ଫଳ ଅମଳ ଆସେ ।

ପଣସ କଷି ଝଡିପଡିବା[ସମ୍ପାଦନା]

ପଣସ ଗଛରେ ମାଈଫୁଲ ଓ ଅଣ୍ଡିରା ଫୁଲ ଫୁଟେ । ଗଛରେ ପ୍ରଥମେ ଅଣ୍ଡିରା ଫୁଲ ଫୁଟେ ଓ ତା’ପରେ ମାଈ ଓ ଅଣ୍ଡିରା ଫୁଲ ଫୁଟେ ଓ ଶେଷରେ କେବଳ ମାଈଫୁଲ ଫୁଟେ । ଅଣ୍ଡିରା ଫୁଲ ଫୁଟିବାର ୨-୩ ସପ୍ତାହ ମଧ୍ୟରେ ଗଛରୁ ଝରିପଡେ । ଏକ ପ୍ରକାରର ଛୋଟ ଛୋଟ ଫଳ କଷି ଗଛରୁ ଝଡୁ ଥିବାରୁ ଲକ୍ଷକରି ଏହା କୌଣସି ରୋଗରୁ ବା ଅନ୍ୟକାରଣରୁ ହେଉଛି ବୋଲି ଭାବନ୍ତି । ଅଣ୍ଡିରା ଫୁଲ ଗୁଡିକ ଖଡିପଡେ । ସାଧାରଣତଃ ଅଣ୍ଡିରା ଫୁଲ ଗୁଡିକ ଗଛର ଶାଖା ଓ ପ୍ରଶାଖାରେ ଫୁଟେ । କିନ୍ତୁ ମାଈଫୁଲ ସାଧାରଣତଃ ଗଛର ମୂଳ ଅଂଶରେ କିମ୍ବା ଗଣ୍ଡିରୁ ବାହାରି ଥିବା ମୁଖ୍ୟ ଶାଖାକାଣ୍ଡରେ ବାହାରି ଥାଏ । ସେଥିପାଇଁ ପଣସ ସବୁ ଗଛର ଗଣ୍ଡି ପାଖରେ ଫଳିଥାନ୍ତି ।

ଅମଳ[ସମ୍ପାଦନା]

ମଞ୍ଜି ଗଛରେ ୭/୮ ବର୍ଷ ପରେ ଫଳ ଆସେ କଲମୀ ଗଛ ୫/୭ ବର୍ଷ ପରେ ଫଳ ଆସେ । ଗୋଟିଏ ଗଛରୁ ୧୦୦ କେଜିରୁ ୧୦୦୦ କେଜି ପର୍ଯ୍ୟନ୍ତ ଫଳ ମିଳେ ।

ପଣସର ବ୍ୟବହାର[ସମ୍ପାଦନା]

Jackfruit flesh
Opened jackfruit
  • ଭାରତ ଓ ବାଂଲାଦେଶରେ ପଣସକୁ ଛଡେଇ ତାର ହଳଦିଆ ମାଂସଳ ଅଂଶକୁ ଖାଆନ୍ତି । ପାଚି ନଥିବା ପଣସରେ ତରକାରୀ ହୁଏ । ଏହାକୁ ସାଧାରଣତଃ ପଣସ କଠା ବୋଲି କୁହାଯାଏ । ଏହାର ମଞ୍ଜିକୁ ଶୁଖାଇ ତରକାରୀରେ ମଧ୍ୟ ବ୍ୟବହାର ହୁଏ ।
  • ଇଣ୍ଡୋନେସିଆରେ ପାଚିଲା ପଣସକୁ ଖାଇବା ସହ ମିଠା ତିଆରି କରିବାରେ ବ୍ୟବହାର କରିଥାନ୍ତି ।

ସେମାନେ ଏହାକୁ ନଙ୍ଗକା କୁହନ୍ତି ।

  • ତାମିଲନାଡୁ (ଭାରତ)ରେ ପଣସ ସବୁଠାରୁ ଅଧିକ ଉତ୍ପାଦନ ହୁଏ ।ପାନରୁତିଠାରେ ୭୦ କିଲୋର ଏକ ପଣସ ଉତ୍ପାଦନ ହୋଇ ଗିନିଜ ରେକର୍ଡ ସୃଷ୍ଟି କରିଥିଲା ।
  • କେରଳରେ ଏହା ଗୁଡ ତିଆରିରେ ସାହାଯ୍ୟ କରିଥାଏ ।
  • ଭିଏତନାମରେ ପଣସରୁ ସୁପ ତିଆରି ହୁଏ ।

ପାଚିଲା ପଣସରେ ତିଆରି ତରକାରୀ[ସମ୍ପାଦନା]

କଞ୍ଚା ପଣସରେ ତିଆରି ଖାଦ୍ୟ[ସମ୍ପାଦନା]

ପୋଷଣ[ସମ୍ପାଦନା]

ପଣସରେ ୧୦୦ ଗ୍ରାମ ପ୍ରୋଟିନ,ଭିଟାମିନ ସି(୧୩.୭ମିଲିଗ୍ରାମ)[୧୦] ଓ କ୍ୟାଲୋରି ଥାଏ ।

ପଣସ କାଠ[ସମ୍ପାଦନା]

Jackfruit tree

ପଣସ କାଠରେ ଘରର ଆସବାପତ୍ର ତିଆରି ହୁଏ ଯଥା କବାଟ,ଝରକା,ଆଲମାରି ଇତ୍ୟାଦି । ଏହା ସଙ୍ଗୀତ ବାଦ୍ୟ ତିଆରିରେ ସାହାଯ୍ୟ କରେ ।

ଉତ୍ପାଦନ[ସମ୍ପାଦନା]

"Jackfruit: Improvement in the Asia-Pacific Region" (PDF). Asia-Pacific Association of Agricultural Research Institutions. </ref>

ସ୍ଥାନ ଦେଶ ଉତ୍ପାଦନ
(୧୦୦୦ ଟନ)
 ଭାରତ ୧୪୩୬
 ବଙ୍ଗଳାଦେଶ ୯୨୬
 Thailand ୩୯୨
 ଇଣ୍ଡୋନେସିଆ ୩୪୦
 ନେପାଳ ୧୮.୯୭

ଆଧାର[ସମ୍ପାଦନା]

  1. Under its accepted name Artocarpus heterophyllus (then as heterophylla) this species was described in Encyclopédie Méthodique, Botanique 3: 209. (1789) by Jean-Baptiste Lamarck, from a specimen collected by botanist Philibert Commerson. Lamarck said of the fruit that it was coarse and difficult to digest. "Larmarck's original description of tejas". Retrieved 2012-11-23. On mange la chair de son fruit, ainsi que les noyaux qu'il contient; mais c'est un aliment grossier et difficile à digérer. 
  2. "Name - !Artocarpus heterophyllus Lam". Tropicos. Saint Louis, Missouri: Missouri Botanical Garden. Retrieved 2012-11-23. 
  3. "TPL, treatment of Artocarpus heterophyllus". The Plant List; Version 1. (published on the internet). Royal Botanic Gardens, Kew and Missouri Botanical Garden. 2010. Retrieved 2012-11-23. 
  4. "Name – Artocarpus heterophyllus Lam. synonyms". Tropicos. Saint Louis, Missouri: Missouri Botanical Garden. Retrieved 2012-11-23. 
  5. GRIN (2006-11-02). "Artocarpus heterophyllus information from NPGS/GRIN". Taxonomy for Plants. National Germplasm Resources Laboratory, Beltsville, Maryland: USDA, ARS, National Genetic Resources Program. Retrieved 2012-11-23. 
  6. "Jackfruit Paradise". Civil Society. 
  7. Boning, Charles R. (୨୦୦୬). Florida's Best Fruiting Plants: Native and Exotic Trees, Shrubs, and Vines. Sarasota, Florida: Pineapple Press, Inc. p. ୧୦୭. 
  8. "Jackfruit, Breadfruit & Relatives". Know & Enjoy Tropical Fruit. 2012. Retrieved 2012-11-23. 
  9. "Jackfruit Fruit Facts". California Rare Fruit Growers, Inc. 1996. Retrieved 2012-11-23. 
  10. "Show Foods". Ndb.nal.usda.gov. Retrieved 2014-06-17.