ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି

ଉଇକିପିଡ଼ିଆ ରୁ
Jump to navigation Jump to search
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି
College Emblem
ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସରକାରୀ ପ୍ରତୀକ
ଲକ୍ଷ୍ୟ"असतो मा सद्गमय"
ଲକ୍ଷ୍ୟ (ଇଂରାଜୀରେ)"From Falsehood Lead To Truth"
ପ୍ରତିଷ୍ଠା୧୮୯୬ (ମହାବିଦ୍ୟାଳୟ ଭାବରେ); ୨୦୦୨ (ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ)
ପ୍ରକାରଶିକ୍ଷା ସଂସ୍ଥାନ
ଅଧ୍ୟକ୍ଷଡ: ୟୁ କେ ସାହୁ
ଅବସ୍ଥାନପାରଳାଖେମୁଣ୍ଡି, ଓଡ଼ିଶା, ଭାରତ ଭାରତ
ୱେବସାଇଟwww.skcgparala.ac.in


"ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ" ଦକ୍ଷିଣ ଓଡ଼ିଶାର, ଗଜପତି ଜିଲ୍ଲାରେ ଅବସ୍ଥିତ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଗୋଟିଏ ପୂରାତନ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଟେ। ଏହା ଦକ୍ଷିଣ ଓଡ଼ିଶାର ସର୍ବପୁରାତନ ମହାବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ୧୮୯୬ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟ, ୨୦୦୨ ମସିହାରେ "ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ" (University Grant Commission)ଦ୍ୱାରା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଏବଂ ୨୦୦୪ ମସିହାରେ "ରାଷ୍ଟ୍ରୀୟ ମୁଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ" (National Assessment and Accreditation Council)ଦ୍ୱାରା "ଖ"(B grade) ଶ୍ରେଣୀ ମାନ୍ୟତା ପ୍ରାପ୍ତ କରିଥିଲା । କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ସ୍ନାତକ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ସହବନ୍ଧିତ ଏବଂ ଯୁକ୍ତ ୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ମଧ୍ୟ ଅନୁବନ୍ଧିତ ।

SKCG College, Paralakhemundi
SKCG College view
College panoramic view
College Main Hostel

ଇତିହାସ[ସମ୍ପାଦନା]

ଓଡ଼ିଶାରେ ଶିକ୍ଷାର ବିକାଶ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେଉଁ କେତେକ ବିଶିଷ୍ଟ ବ୍ୟକ୍ତି, ଶାସନ କର୍ତ୍ତା ତଥା ଦୂରଦର୍ଶୀ ବ୍ୟକ୍ତି ଓ ମହାପୂରୁଷ ମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ତତ୍କାଳୀନ ପାରଳା ମହାରଜା "ଶ୍ରୀ ଶ୍ରୀ ଶ୍ରୀ ଗୌର ଚନ୍ଦ୍ର ଗଜପତି ନାରାୟଣ ଦେଓ"ଙ୍କ ଭୂମିକା ଓ ଅବଦାନ ଉଲ୍ଲେଖନୀୟ ଓ ପ୍ରଶଂସନୀୟ । ବିଶେଷ କରି ଦକ୍ଷିଣ ଓଡ଼ିଶାର ଉପାନ୍ତ ଓ ଅନୁନ୍ନତ ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ ଏବଂ ପ୍ରସାର ପାଇଁ, ତତ୍କଳୀନ ପାରଳା ମହାରାଜାଙ୍କ ଦକ୍ଷ ଇଛାଶକ୍ତି, ଉତ୍ସର୍ଗୀକୃତ ମନୋଭାବ ଓ ପ୍ରଚେଷ୍ଟା ଯୋଗୁଁ ୧୮୯୬ ମସିହାରେ ଏହି ପ୍ରଖ୍ୟାତ ଶିକ୍ଷାନୁଷ୍ଠାନଟି ସ୍ଥାପିତ ହୋଇପାରିଥିଲା।

ଏହି ମହାବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାର ପ୍ରଥମାବସ୍ଥାରେ, "ମଦ୍ରାସ୍ ବିଶ୍ୱବିଦ୍ୟାଳୟ" ଓ ପରବର୍ତ୍ତି କାଳରେ "ଆନ୍ଧ୍ର ବିଶ୍ୱବିଦ୍ୟାଳୟ" ସହିତ ସହବନ୍ଧିତ ହୋଇଥିଲା। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାପରେ, ନଭେମ୍ବର ୧୯୪୩ ମସିହାରେ "ଉତ୍କଳ ବିଶ୍ୱବିଦ୍ୟାଳୟ" ସହ ଅନୁବନ୍ଧିତ ହୋଇ, ଏହି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପ୍ରଥମ ପାଞ୍ଚଟି ମହାବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାର ଗୌରବ ଲାଭ କରିଥିଲା। ପରବର୍ତ୍ତୀ ସମୟରେ ଜାନୁୟାରୀ ୧୯୬୭ ମସିହା ଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହି ଶିକ୍ଷା ପ୍ରକ୍ରିୟାକୁ ଆଗେଇ ନେବାରେ ସମର୍ଥ ହୋଇପାରିଛି।

୧୧ ଜୁଲାଇ ୧୯୪୭ ମସିହାରେ ଏହି ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥା, ଓଡ଼ିଶା ସରକାରଙ୍କ ଅଧିନସ୍ଥ ହୋଇଥିଲା। ଠିକ୍ ଏହାର ପରବର୍ତ୍ତୀ ସମୟରେ ଏହି ଅନୁଷ୍ଠାନଟିକୁ ଓଡ଼ିଶା ସରକାର, ଏହି ଅନୁଷ୍ଠାନର ମାର୍ଗଦର୍ଶୀ, ମହାବିଦ୍ୟାଳୟର ସଂରକ୍ଷକ, ପାରଳା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ "ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି"ଙ୍କ ନାମରେ ନାମକରଣ କରିଥିଲେ। ୧୯୪୮ ମସିହା ଶେଷ ଭାଗରେ ଏହି ମହାବିଦ୍ୟାଳୟ ନିଜର ନୂତନ କୋଠା "Marrison Extention"(Named after Mr. Cameran Morrison, Tutor of the Maharaja)କୁ ସ୍ଥାନାନ୍ତରିତ ହୋଇଥିଲା, ଯେଉଁଠି ଏହି ଅନୁଷ୍ଠାନର ସମସ୍ତ ବ୍ୟବସ୍ଥା ଓ କର୍ଯ୍ୟକଳାପ ବର୍ତ୍ତମାନ ପରିଚାଳିତ ହେଉଅଛି।

୧୯୯୦ ମସିହାରେ ଏହି ଅନୁଷ୍ଠାନଟି ଓଡ଼ିଶାର "ପ୍ରଥମ ଅଗ୍ରଣୀ ମହାବିଦ୍ୟାଳୟ" ହେବାର ଗୌରବ ଲାଭ କରିଥିଲା। ଏବଂ ବର୍ତ୍ତମାନ ସମୟରେ ଏହି ମହାବିଦ୍ୟଳୟ ଓଡ଼ିଶାର ଦ୍ୱିତୀୟ ସର୍ବପୂରାତ‌ନ ମହବିଦ୍ୟାଳୟର ସମ୍ମାନ ବହନ କରୁଛି।

ଭିତ୍ତିଭୂମି ଓ ଆଧାରିକ ସଂରଚନା[ସମ୍ପାଦନା]

ଏହି ଅନୁଷ୍ଠାନଟି ନିଜର ସୌନ୍ଦର୍ଯ୍ୟମୟ କୋଠା ଓ ଭିତ୍ତିଭୂମି ପାଇଁ ପ୍ରଷିଦ୍ଧ।

  • ପ୍ରତ୍ୟେକ ବିଭାଗ ପାଇଁ ନିଜସ୍ୱ କୋଠାର ବ୍ୟବସ୍ଥା
  • ୧- ବିଜ୍ଞାନ ବିଭାଗ କୋଠା, ୨- ବାଣିଜ୍ୟ ବିଭାଗ କୋଠା, ୩- କଳା ବିଭାଗ କୋଠା ଇତ୍ୟାଦି
  • ୪୨ଟି ଶ୍ରେଣୀ ଗୃହ, ୮ଟି ଗ୍ୟଲେରୀ, ୩ଟି ସଭାଗୃହ
  • ଗୋଟିଏ ବୃହତ୍ତ ୪୦୦ ଆସନ ବିଶିଷ୍ଟ ପ୍ରେକ୍ଷାଗୃହ
  • ଗୋଟିଏ ଗ୍ରନ୍ଥାଳୟ (ପଦ୍ମନାଭ ଗଜପତି ଗ୍ରନ୍ଥାଳୟ), ବର୍ତ୍ତମାନ ସୁଦ୍ଧା ଏଠାରେ ୭୩, ୦୧୦ଟି ପୁସ୍ତକ ରଖାଯାଇଅଛି
  • ୧- ଖୋଲା ରଙ୍ଗମଞ୍ଚ,
  • ୧- ସାଇକଲ୍ ରହଣୀ ସ୍ଥାନ
  • ୧- ବାସ୍କିଟ୍ ବଲ୍ ପଡିଆ/ ମୈଦାନ୍
  • ୨୨, ୩୧୭ ବର୍ଗ ମିଟର ବିଶିଷ୍ଟ ଖେଳ ପଡିଆ
  • ଛାତ୍ର ସଂସଦ କାର୍ଯ୍ୟାଳୟ
  • ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବିନୋଦ ଗୃହ

ବିଭାଗ[ସମ୍ପାଦନା]

୨୦୧୬ଟି ଆସନ ଏବଂ ୮୪ ଅଧ୍ୟାପକ ବିଶିଷ୍ଟ ଏହି ମହାବିଦ୍ୟାଳୟର ସମସ୍ତ ୧୬ଟି ବିଭାଗରେ ମୋଟାମୋଟି ସମସ୍ତ ବିଷୟ ଉପରେ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। [୧]

କଳା ବିଭାଗ ବିଷୟ:-

  • ଅର୍ଥନୀତି
  • ଇତିହାସ
  • ଭୁଗୋଳ
  • ରାଜନୀତି ବିଜ୍ଞାନ
  • ଶିକ୍ଷା
  • ଓଡ଼ିଆ
  • ଇଁରାଜୀ
  • ସଂସ୍କୃତ
  • ହିନ୍ଦୀ
  • ତେଲୁଗୁ , ଇତ୍ୟାଦି ।

ବିଜ୍ଞାନ ବିଭାଗ ବିଷୟ:-

  • ଉଦ୍ଭିଦ ବିଜ୍ଞାନ
  • ପ୍ରାଣୀ ବିଜ୍ଞାନ
  • ରସାୟନ ବିଜ୍ଞାନ
  • ଭୌତିକ ବିଜ୍ଞାନ ଓ
  • ଗଣିତ ।

ବାଣିଜ୍ୟ ବିଭାଗ ବିଷୟ:-

ଭୂତପୂର୍ବ ଛାତ୍ରଛାତ୍ରୀ[ସମ୍ପାଦନା]

ଏହି ମହାବିଦ୍ୟାଳୟର ଭୂତପୂର୍ବ ଛାତ୍ରଛାତ୍ରୀ ମାନେ ସାମାଜିକ ଜୀବନରେ ତଥା ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପଦ ପଦବୀରେ ରହି ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିପାରିଛନ୍ତି। ଓଡ଼ିଶାର କିଛି ବିଶିଷ୍ଟ ବ୍ୟକ୍ତି ଯେଉଁମାନେ ଏହି ଅନୁଷ୍ଠାନରୁ ଶିକ୍ଷା ଲାଭ କରିଛନ୍ତି, ସେମାନେ ହେଲେ:-

ଛାତ୍ରାବାସ[ସମ୍ପାଦନା]

୨୪୦ ଶଯ୍ୟା ବିଶିଷ୍ଟ ୩ଟି ଛାତ୍ରାବାସ ଏହି ମହବିଦ୍ୟାଳୟଦ୍ୱାରା ପରିଚାଳିତ ହେଉଛି।

  • ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଛାତ୍ରାବାସ (୧୧୦ ଶଯ୍ୟା ବିଶିଷ୍ଟ)
  • ଶ୍ରୀ ଗୌର ଚନ୍ଦ୍ର ଗଜପତି ଛାତ୍ରାବାସ (୮୦ ଶଯ୍ୟା ବିଶିଷ୍ଟ)
  • ପି ଏମ୍ ଏନ୍ ଛାତ୍ରାବାସ (୫୦ ଶଯ୍ୟା ବିଶିଷ୍ଟ)

ଅନ୍ୟାନ୍ୟ କାର୍ଯ୍ୟକଳାପ ଓ ଗତିବିଧି[ସମ୍ପାଦନା]

  • ରାଷ୍ଟ୍ରୀୟ ଛାତ୍ର ସେନା(NCC)
  • ଯୁବ ରେଡ୍-କ୍ରସ୍ ସମାଜ(YRS)
  • ବାର୍ଷିକ ମହାବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମ
  • ବାର୍ଷିକ ମହାବିଦ୍ୟାଳୟ କ୍ରିଡା ମହୋତ୍ସବ
  • ବାର୍ଷିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ

ସୁବିଧା ଓ ସୁଗମତା[ସମ୍ପାଦନା]

Panoramic view of SKCG College

ଆଧାର[ସମ୍ପାଦନା]

  1. "departments of skcg college". skcg college. Retrieved 11 July 2015.