ପ୍ରେମ ଅଢ଼େଇ ଅକ୍ଷର

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରେମ ଅଢ଼େଇ ଅକ୍ଷର
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକନାରାୟଣ ଚନ୍ଦ୍ର ନାୟକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟସୁଧାକର ବସନ୍ତ
କାହାଣୀସୁନୀତା ନରେନ୍ଦ୍ର ସିଂ
କଳାକାରବାବୁଶାନ୍
ରିୟା ଦେ
ସୁବାଶିଷ ଶର୍ମା
ପ୍ରିୟା ମହାପାତ୍ର
ମିହିର ଦାସ
ପିଣ୍ଟୁ ନନ୍ଦ
ନମ୍ରତା ଦାସ
ବିଜୟ ମହାନ୍ତି
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରମେଶ ବାବୁ
ସମ୍ପାଦକଶ୍ରବଣ
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମ ଅଢ଼େଇ ଅକ୍ଷର, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ନାୟକ । ସୁନୀତା ନରେନ୍ଦ୍ର ସିଂ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ରିୟା ଦେ ।[୨][୩][୪] ରିୟା ଦେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ସୁବାଶିଷ ଶର୍ମା, ପ୍ରିୟା ମହାପାତ୍ର, ମିହିର ଦାସ, ପିଣ୍ଟୁ ନନ୍ଦ, ନମ୍ରତା ଦାସ, ବିଜୟ ମହାନ୍ତି, ହରିହର ମହାପାତ୍ର, ସରୋଜ ଦାସ, ସମରେଶ ରାଉତରାୟ, ପ୍ରତିଭା ସାହୁ, ହାଡ଼ୁ, ଦେବୁ ବ୍ରହ୍ମା, ଗୌରା ଆଚାର୍ଯ୍ୟ, ସନ୍ତୋଷ ଭୂୟାଁ, ଜେଲୁ, ଗଣେଶ ମହାପାତ୍ର, ଶ୍ରୀଲା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଉତ୍ତମ ମହାନ୍ତି, ଅନିସା, ସଙ୍ଗମ ବିଶ୍ୱାଳ, ସୁଶାନ୍ତ ମଣି, ନାରାୟଣ ନାୟକ, ହିମାଂଶୁ ପରିଜା, ଅଶୋକ ପତି, ରଜନୀ ରଞ୍ଜନ, ଅବତାର ସିଂ, ସୁନୀତା ନରେନ୍ଦ୍ର ସିଂ ଆଦି ଅତିଥି କଳାକାର ଭାବରେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଅତିଥି କଳାକାର[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ରବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମହ‌ମଦ ଅଜିଜ୍, ବାବୁଶାନ୍, ଇରା ମହାନ୍ତି, ଉଦିତ ନାରାୟଣ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମେଘରୁ ତୁ ଝରିଲୁ ନା" 
2."ଆକାଶକୁ ଉଡ଼ିଯିବି" 
3."ଦୂର ଆକାଶର ଜ‌ହ୍ନଟିଏ" 
4."ଆସେନା ପାଖକୁ ଆସେନା" 
5."ପ୍ରେମ ଅଢ଼େଇ ଅକ୍ଷର" 
6."ସବୁରୀ ମାଲିକ ସାଇରାମ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ରୀୟା ଏହି ନିର୍ଦ୍ଦେଶକଙ୍କ ସାଥ୍‌ ପାଇନାହାନ୍ତି". Sambad.in. 30 October 2017. Retrieved 11 December 2017.
  2. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018.CS1 maint: Unrecognized language (link)
  3. "ପଛରେ ପଡ଼ିଯାଇଛନ୍ତି କି ଓଲିଉଡର ଏହି ନାମୀ ନାୟିକା ?". sambad.in. 22 October 2017. Retrieved 11 December 2017.
  4. "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି | Sambad". Sambad. 19 August 2018. Archived from the original on 31 August 2018. Retrieved 31 August 2018.
  5. "'ଯୋଦ୍ଧା' ହେବେ ବାବୁସାନ୍ : ଦୀର୍ଘ ଦିନ ପରେ ଚକଲେଟ୍ ହିରୋଙ୍କ ଆକସନ୍ ଧମାକା ଦେଖିବେ ଦର୍ଶକ". Kanak News. 21 August 2016. Retrieved 11 December 2017.
  6. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  7. "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 10 September 2018. Retrieved 10 September 2018.

ବାହାର ଆଧାର[ସମ୍ପାଦନା]