Jump to content

ନମ୍ରତା ଦାସ

ଉଇକିପିଡ଼ିଆ‌ରୁ
ନମ୍ରତା ଦାସ
ଜନ୍ମ
ନମ୍ରତା ଦାସ

(1967-04-03) ୩ ଅପ୍ରେଲ ୧୯୬୭ (ବୟସ ୫୯)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୩ରୁ- ଏବେଯାଏଁ
ପିତାମାତାଅକ୍ଷୟ କୁମାର ଦାସ, ବିଷ୍ଣୁପ୍ରିୟା ଦାସ
ସମ୍ପର୍କୀୟମନସ୍ୱିନୀ(ଭଉଣୀ)

ନମ୍ରତା ଦାସ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[] ଓଡ଼ିଆ କଥାଚିତ୍ର ଜଗତରେ ସେ ଡଲି ଅପା ନାମରେ ମଧ୍ୟ ପରିଚିତ । ୧୯୭୩ ମସିହାରେ ନମ୍ରତା ଓଡ଼ିଆ ଚଳଚ୍ଚିତ୍ର ଧରିତ୍ରୀରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କନକଲତା, କୃଷ୍ଣ ସୁଦାମା, ବଳିଦାନ, ରାମାୟଣ, କାବେରୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନମ୍ରତା କେନ୍ଦ୍ରାପଡ଼ା ଜିଲ୍ଲାର ଅଳପୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜେଜେବାପା ଜଣେ ଜମିଦାର ଥିଲେ । ନମ୍ରତାଙ୍କର ଜଣେ ବଡ଼ ଭଉଣୀ ଥିଲେ ଏବଂ ତାଙ୍କ ତଳେ ଛୋଟ ଭାଇଟିଏ ଥିଲା । ପିଲାଦିନରୁ ତାଙ୍କ ମାଆ ମୃତ୍ୟୁବରଣ କରିବା ପରେ ତାଙ୍କ ବାପା ଆଉ ଥରେ ବିବାହ କରିଥିଲେ । ସାବତ ମାଆଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ହେଇଥିଲା । ଏହାର କିଛିଦିନ ପରେ ତାଙ୍କର ବାପାଙ୍କର ମୃତ୍ୟୁ ହୋଇଥିଲେ । ସେତେବେଳକୁ ନମ୍ରତାଙ୍କର ବଡ଼ ଭଉଣୀଙ୍କର ବିବାହ ହୋଇସାରିଥିଲା, ତେଣୁ ଘର ସମ୍ଭାଳିବାକୁ ନମ୍ରତା ଅଭିନୟକୁ ନିଜର ନିଶା ସ‌ହ ପେଶା ଭାବରେ ବାଛି ନେଇଥିଲେ ।

ନମ୍ରତା ତାଙ୍କର ଗାଆଁରେ ବିଦ୍ୟାଳୟ ସ‌ହ ମହାବିଦ୍ୟାଳୟ ଶିକ୍ଷା ମଧ୍ୟ ଶେଷ କରିଥିଲେ । ତାଙ୍କ ବାପା କଟକରେ ଚାକିରୀ କରିଥିବାରୁ ପରେ ପରେ ସେମାନଙ୍କର ପରିବାର କଟକ‌କୁ ସ୍ଥାନାନ୍ତର ହୋଇଯାଇଥିଲା । ନମ୍ରତା ବିବାହ କରିନାହାନ୍ତି ।[] ସେ ତାଙ୍କର ବଡ଼ ଭଉଣୀଙ୍କର ଝିଅକୁ ନିଜର ଝିଅ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ନମ୍ରତା ଦେବୀ କଥାଚିତ୍ର, ମଞ୍ଚ, ବେତାର ଓ ଦୂରଦର୍ଶନରେ ଅଭିନୟ କରିଛନ୍ତି । ୯/୧୦ବର୍ଷ ବୟସରୁ ସେ ସ୍କୁଲ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ବାପା ଓ ବଡ଼ ଭଉଣୀ ମନସ୍ୱିନୀଙ୍କ ପ୍ରେରଣା ତାଙ୍କୁ ଅଭିନୟକୁ ବୃତ୍ତି ଭାବରେ ଆବୋରୀ ନେବାରେ ସହାୟକ ହୋଇଥିଲା । କଟକ କଳା ବିକାଶ କେନ୍ଦ୍ରରେ ସେ ଦୁଷ୍ମନ୍ତ-ଶକୁନ୍ତଳା ନାଟକରେ ଶକୁନ୍ତଳା ଭୂମିକାରେ ଅଭିନୟ କରୁଥିଲେ । ସେହି ନାଟକର ଦର୍ଶକ ଭାବରେ ଥିଲେ ପ୍ରଯୋଜକ ଧୀର ବିଶ୍ୱାଳଚିତ୍ରପୁରୀ ପତ୍ରିକାର ସମ୍ପାଦକ ବସନ୍ତ ପଟ୍ଟନାୟକ । ନମ୍ରତାଙ୍କ ଅଭିନୟ ପଟୁତା ଦେଖି, ଧୀର ବିଶ୍ୱାଳ ତାଙ୍କୁ ଧରିତ୍ରୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ଓ ସେଠାରୁ ତାଙ୍କର ସିନେମା ଅଭିନୟ ଆରମ୍ଭ ହୋଇଥିଲା । ଏଯାବତ ସେ ୫ଶହରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର, ୧ହଜାରରୁ ଉର୍ଦ୍ଧ୍ୱ ମଞ୍ଚନାଟକ ତଥା ବେତାର ଓ ଦୂରଦର୍ଶନ ପାଇଁ ଅନେକ ଧାରାବାହିକରେ ଅଭିନୟ କରିସାରିଛନ୍ତି ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୭୩ଧରିତ୍ରୀ
କନକଲତା
୧୯୭୬କୃଷ୍ଣ ସୁଦାମା
୧୯୭୮ପ୍ରିୟତମା
ବଳିଦାନ
୧୯୮୦ରାମାୟଣକୌସଲ୍ୟା
ଅନୁରାଧା
୧୯୮୧ଅକ୍ଷି ତୃତୀୟା
୧୯୮୨ଅଷ୍ଟରାଗ
୧୯୮୩କାବେରୀପାର୍ବତୀ
୧୯୮୭ତୁଣ୍ଡ ବାଇଦଟିମାର ମାଆ
୧୯୮୮ବୋହୂ ହେବ ଏମିତି
୧୯୮୯ପଞ୍ଚୁ ପାଣ୍ଡବ
୧୯୯୦ପରଦେଶୀ ଚଢ଼େଇ
୧୯୯୨ପଞ୍ଜୁରୀ ଭିତରେ ସାରୀବୀଣାର ସମ୍ପର୍କୀୟା
ମାଆ
୧୯୯୩ଭାଗ୍ୟ ହାତେ ଡୋରିଆଲୋକର ମାଆ
୧୯୯୪ଗଢ଼ି ଜାଣିଲେ ଘର ସୁନ୍ଦରରଞ୍ଜୁର ମାଆ
ସୁନା ଭାଉଜଶୋଭା
ଭାଇ ହେଲା ଭଗାରିବୀଣା
୧୯୯୫ସୁନା ପଞ୍ଜୁରି
ରକତ କହିବ କିଏ କାହାରରୂପାର ମାଆ
୧୯୯୬ସକଳ ତୀର୍ଥ ତୋ ଚରଣେଅମରର ମାଆ
୧୯୯୭ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର
ଲକ୍ଷେ ଶିବ ପୂଜି ପାଇଛି ପୁଅ
ଗଙ୍ଗା ଯମୁନାସୂର୍ଯ୍ୟର ମାଆ
୧୯୯୮ସ୍ତ୍ରୀସାଗରର ମାଆ
ରୂପା ଗାଁର ସୁନାକନିଆଁ
୧୯୯୯ଶୋଳ ଶୁକ୍ରବାର
ପୁଅ ଭାଙ୍ଗିଦେଲା ସୁନା ସଂସାର
ମାଆ ଗୋଜବାୟାଣୀଶାନ୍ତିର ଶାଶୁ
ଧର୍ମ ନିକିତିଯଶୋଦା
ପବିତ୍ର ବନ୍ଧନସାବିତ୍ରୀ
କଳ୍କୀ ଅବତାର
୨୦୦୦ବାବୁ ପର୍ଶୁରାମ
୨୦୦୧ମୋ କୋଳ ତୋ ଝୁଲଣା
ଗାରେ ସିନ୍ଦୂର ଧାରେ ଲୁହ
ଧର୍ମ ଦେବତା
୨୦୦୨ସେଇ ଝିଅଟି
ରହିଛି ରହିବି ତୋରି ପାଇଁରାକେଶର ମାଆ
ଧର୍ମ ସ‌‌ହିଲେ ହେଲା
ସିନ୍ଦୂର ନୁହେଁ ଖେଳଘର
୨୦୦୩ବିଧାତା
ସତ ମିଛ
ଏଇଠି ସ୍ୱର୍ଗ ଏଇଠି ନର୍କ
ସାବତ ମାଆ
୨୦୦୪କଣ୍ଢେଇ ଆଖିରେ ଲୁହ
୨୦୦୬ଶାଶୁଘର ଚାଲିଯିବି
ଦେ ମା ଶକ୍ତି ଦେ
୨୦୦୭ମୁଁ ତୋତେ ଲଭ୍ କରୁଛି
ମହାନାୟକ
ଲକ୍ଷ୍ମୀ ପ୍ରତିମା
ଚକା ଚକା ଭଉଁରୀ
କାଳୀ ଶଙ୍କର
୨୦୦୮ମୋତେ ଆଣିଦେଲ ଲକ୍ଷେ ଫଗୁଣ
୨୦୦୯ଆରେ ସାଥି ଆ
ଅଭିମନ୍ୟୁ
୨୦୧୦ତୁ ଥିଲେ ମୋ ଡର କାହାକୁ
ତୋ ଆଖିରେ ମୁଁଲକ୍ଷ୍ମୀ
ପ୍ରେମ ଅଢ଼େଇ ଅକ୍ଷର
୨୦୧୧ଏ ମନ ଖୋଜେ ମନଟିଏ
ମନେ ରହିବ ଏ ପ୍ରେମ କାହାଣୀ
୨୦୧୨ରାଜୁ ଆୱାରାଆକାଶର ମାଆ
୨୦୧୩ଟାର୍ଗେଟ୍
ହାତ ଧରି ଚାଲୁଥା
ତୁ ମୋ ଦେହର ଛାଇ
କେହି ଜଣେ ଭଲ ଲାଗେରେ
ସନ୍ଦେହି ପ୍ରିୟତମା
ଗଡ଼୍‌ବଡ଼୍
୨୦୧୪ସିନ୍ଦୂର
ଜୟ ହିନ୍ଦ୍
୨୦୧୫ଯିଏ ଯାହା କହୁ ମୋର ଢୋ
କିଏ ଦବ ଟକ୍କର
୨୦୧୬ତୁ କ‌ହିବୁ ନା ମୁଁ

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକଚେନାଲଭୂମିକା
ସମ୍ପର୍କଡିଡି ଓଡ଼ିଆ
ମାଡିଡି ଓଡ଼ିଆ
ଗାୟତ୍ରୀଇ ଟିଭି ଓଡ଼ିଆ
ଦୁର୍ଗାତରଙ୍ଗ ଟିଭିସୂର୍ଯ୍ୟର ଜେଜେମା
ତୋ ଅଗଣାରେ ତୁଳସୀ ମୁଁସାର୍ଥକ ଟିଭିନିଶାର ଜେଜେମା
ତାରା ତାରିଣୀତରଙ୍ଗ ଟିଭିଜେଜେମା
ମଙ୍ଗୁଳା କନ୍ୟାସିଦ୍ଧାର୍ଥ ଟିଭିଜେଜେମା
  1. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
  2. "Aparajita: Namrata Das- Story of A Successful Actress". କନ‌କ ନ୍ୟୁଜ. Aug 14, 2016. Retrieved 24 March 2017.
  3. [ଧରିତ୍ରୀ ୨୦/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨ "ଧରିତ୍ରୀ ଆଳାପ"]. www.dharitri.com/Bhubaneswar/200417/p12.htm. Retrieved 20 April 2017. {{cite news}}: Check |url= value (help)

ଅଧିକ ତ‌ଥ୍ୟ

[ସମ୍ପାଦନା]