ସୁଭାଶିଷ ଶର୍ମା
ସୁଭାଶିଷ ଶର୍ମା | |
|---|---|
୨୦୧୮ରେ ସୁଭାଶିଷ (ମଣ୍ଟୁ) | |
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | ମଣ୍ଟୁ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୨୦୧୦ – ଏବେଯାଏଁ |
| ଟେଲିଭିଜନ | ସ୍ୱାଭିମାନ, ଆଇନା, ଦୁର୍ଗା |
| ବୈବାହିକ-ସାଥୀ | ଆନିଷା ଶର୍ମା (୨୦୧୬ – ଏବେଯାଏଁ) |
ସୁଭାଶିଷ ଶର୍ମା ଜଣେ ଓଡ଼ିଆ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଅଭିନେତା । ସେ ଇଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୦ ମସିହାରେ ସେ ପ୍ରେମ ଅଢ଼େଇ ଅକ୍ଷର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ତୁ ମୋ ଆରମ୍ଭ ତୁ ମୋ ଶେଷରେ ପ୍ରଥମ ଥର ପାଇଁ ନାୟକ ଭାବରେ ଅଭିନୟ କରିଥିଲେ ।[୧] ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଚରିତ୍ର ଅଭିନେତା ଓ ଖଳନାୟକ ଭାବରେ କାମ କରନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ସୁଭାଶିଷ ପ୍ରଥମ ଓଡ଼ିଆ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ଦେବୁ ବୋଷ, ଜୀନା ସାମଲ ଅଭିନୀତ ଇଟିଭି ଓଡ଼ିଆର ଧାରାବାହିକ ଅପାରେ ଏକ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ନାୟକ ଭାବରେ କାମ କରିଥିଲେ । ସେ କଲର୍ସ ଓଡ଼ିଆର ଧାରାବାହିକ ଆଇନା, ତରଙ୍ଗର ଧାରାବାହିକ ଦୁର୍ଗା ଆଦିରେ ଅଭିନୟ କରିଛନ୍ତି ।
୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପ୍ରେମ ଅଢ଼େଇ ଅକ୍ଷର, ଯେଉଁଠି ବାବୁଶାନ୍ଙ୍କ ସାଙ୍ଗ ତଥା ରିୟା ଦେଙ୍କ ହେବାକୁ ଥିବା ପତି ଭୂମିକାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ସେ ନାୟକ ଭାବରେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷରେ ପିଙ୍କି ପ୍ରିୟଦର୍ଶିନୀଙ୍କ ସହିତ ଅଭିନୟ କରିଥିଲେ । ଏହାପରେ ସେ କ୍ରିଷ୍ଣା ଗୋବିନ୍ଦା, ନୂଆ ନୂଆ ପ୍ରେମରେ, କାବୁଲା ବାରବୁଲା, କ୍ରେଜି ଫୋର୍, ଦେଖା ହେଲା ପ୍ରେମ ହେଲା, ସୁପର୍ ବୟ୍, ରୁଦ୍ରାଣୀ, ତୁ ମୋ ଲଭ୍ ଷ୍ଟୋରୀ ୨ ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୦ | ପ୍ରେମ ଅଢ଼େଇ ଅକ୍ଷର | ପ୍ରଥମ ଓଡ଼ିଆ କଥାଚିତ୍ର | |
| ୨୦୧୨ | ମେଟ୍ରିକ୍ ଫେଲ୍ | ||
| ତୁ ମୋ ଆରମ୍ଭ ତୁ ମୋ ଶେଷ | ନାୟକ ଭାବରେ ପ୍ରଥମ କଥାଚିତ୍ର | ||
| ୨୦୧୩ | ଟାର୍ଗେଟ୍ | ସ୍ନେହାର ସାଙ୍ଗ | |
| ୨୦୧୪ | କ୍ରିଷ୍ଣା ଗୋବିନ୍ଦା | [୨] | |
| ୨୦୧୫ | ନୂଆ ନୂଆ ପ୍ରେମରେ | ||
| ୨୦୧୭ | କାବୁଲା ବାରବୁଲା | ||
| ତୁ ମୋ ହିରୋ | |||
| ୨୦୧୮ | ସାଥୀ ତୁ ଫେରିଆ | ||
| ୨୦୧୯ | ତୁ ମୋ ଲଭ୍ ଷ୍ଟୋରୀ ୨ | ||
| ଦେଖା ହେଲା ପ୍ରେମ ହେଲା | [୩] | ||
| ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ | |||
| ୨୦୨୧ | ସୁପର୍ ବୟ୍ | [୪] | |
| ବିସର୍ଜନ | [୫][୬] | ||
| ୨୦୨୨ | ରୁଦ୍ରାଣୀ | [୭] | |
| କ୍ରେଜି ୪ | |||
| କୋଉ ଆକାଶର ଜହ୍ନ ତୁ | |||
| ଆମେ ତ ମିଡିଲ୍ କ୍ଲାସ୍ | |||
| ପୋଲିସ୍ ବାବୁ | |||
| ୨୦୨୩ | ବନ୍ଦିନୀ | [୮] | |
| ଧୋକା - ଦି ଗେମ୍ ଅଫ୍ ଲଭ୍ | [୯] | ||
| ସିନ୍ଦୂର | [୧୦] |
ଅଭିନୀତ ଧାରାବାହିକ
[ସମ୍ପାଦନା]| ଧାରାବାହିକ | ଭୂମିକା | ଚେନାଲ୍ | ମନ୍ତବ୍ୟ |
|---|---|---|---|
| ଅପା | ଅପାର ସାନଭାଇ | ଇଟିଭ ଓଡ଼ିଆ | ପ୍ରଥମ ଧାରାବାହିକ |
| ସ୍ୱାଭିମାନ | ତରଙ୍ଗ ଟିଭି | ନାୟକ ଭାବରେ ପ୍ରଥମ ଧାରାବାହିକ | |
| ଆଇନା | କଲର୍ସ ଓଡ଼ିଆ | ||
| ଦୁର୍ଗା | ତରଙ୍ଗ ଟିଭି |
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସୁଭାଶିଷ ୧୩ ଜୁଲାଇ ୨୦୧୬ରେ ତାଙ୍କ ବାନ୍ଧବୀ ଆନିଷା ଶର୍ମାଙ୍କୁ ବିବାହ କରିଥିଲେ ।[୧୧] ଉଭୟ ସ୍ୱାଭିମାନ ଓ ଆଇନା ଧାରାବାହିକରେ ଏକାଠି କାମ କରୁଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "'ଶୁଭାଶିଷଙ୍କ ଆଗାମୀ ସିନେମା'". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ମଣ୍ଟୁଙ୍କ ସ୍ୱପ୍ନ କ'ଣ ସାକାର ହେବ?". ସମ୍ବାଦ. 20 December 2016. Archived from the original on 22 September 2017. Retrieved 19 September 2017.
- ↑ "ଦେଖା ହେଲା ପ୍ରେମ ହେଲା - Dharitri". Dharitri Odia News. 18 July 2019. Retrieved 28 September 2019.
- ↑ "ଦେଖା ହେଲା ପ୍ରେମ ହେଲା - Dharitri". Dharitri Odia News. 18 July 2019. Retrieved 28 September 2019.
- ↑ "Ollywood Movie 'Bisarjan' Set For TV Premier On Women's Day". Odisha Bytes (in English). Bhubaneswar. 6 March 2021. Archived from the original on 14 April 2021. Retrieved 23 December 2021.
{{cite news}}: CS1 maint: unrecognized language (link) - ↑ "World Television Premiere of Manjari TV's 'Bisarjan' on International Women's Day | Sambad English". Sambad English (in English). Bhubaneswar: sambadenglish.com. 6 March 2021. Archived from the original on 23 December 2021. Retrieved 23 December 2021.
{{cite news}}: CS1 maint: unrecognized language (link) - ↑ "ଚଳଚ୍ଚିତ୍ର ବଜାରକୁ ଖୁବ୍ଶୀଘ୍ର ଆସୁଛି 'ରୁଦ୍ରାଣୀ', ଦେଖିବାକୁ ମିଳିବ ଝିଲିକଙ୍କ ନୂଆ ଅବତାର". Prameya News7. ଭୁବନେଶ୍ୱର. 9 February 2022. Archived from the original on 25 December 2022. Retrieved 25 December 2022.
- ↑ "ନନ୍ଦିନୀ କ'ଣ ବନ୍ଦିନୀ ? କାହିଁକି ଜସ୍ମିନ୍ ଭାଙ୍ଗୁଛି ଶୁଭମ୍-ନନ୍ଦିନୀଙ୍କ ବିବାହ ?". Sambad (in ଆମେରିକୀୟ ଇଂରାଜୀ). 23 February 2023. Archived from the original on 31 August 2023. Retrieved 31 August 2023.
- ↑ "ତ୍ରିକୋଣୀୟ ପ୍ରେମ କାହାଣୀ 'ଧୋକା-ଦ ଗେମ୍ ଅଫ୍ ଲଭ୍'". Sambad. 7 May 2023. Archived from the original on 11 September 2023. Retrieved 11 September 2023.
- ↑ "ଚଳଚ୍ଚିତ୍ର 'ସିନ୍ଦୂର'ର ସ୍ୱତନ୍ତ୍ର ସ୍କ୍ରିନିଂ". ସମ୍ବାଦ. No. ଭୁବନେଶ୍ୱର. ଭୁବନେଶ୍ୱର. 30 May 2023. p. ୧୫. Archived from the original on 25 September 2023. Retrieved 25 September 2023.
- ↑ "Subhasis Sharma and Aanisha are friends first even after marriage". The Times of India. 2020-08-01. ISSN 0971-8257. Retrieved 2023-09-25.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁଭାଶିଷ ଶର୍ମା
- ଇନଷ୍ଟାଗ୍ରାମରେ ସୁଭାଶିଷ ଶର୍ମା