ହରିହର ମହାପାତ୍ର (ଅଭିନେତା)

ଉଇକିପିଡ଼ିଆ‌ରୁ
ହରିହର ମହାପାତ୍ର
Born (1975-12-23) ୨୩ ଡିସେମ୍ବର ୧୯୭୫ (ବୟସ ୪୮)
Nationality ଭାରତୀୟ
Alma materଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
Known forଅଭିନେତା
Spouseମୋନାଲିସା ମହାପାତ୍ର
Childrenତାବିସି ତନୟା ମହାପାତ୍ର[୧]
Parentଭଗବାନ ମହାପାତ୍ର
ପାର୍ବତୀ ମହାପାତ୍ର
Signature

ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ।[୨] ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।

ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।[୩]

ଅଭିନୟ ଜୀବନ[ସମ୍ପାଦନା]

ହରିହର ମହାପାତ୍ର ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତମିଛ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "ବ୍ୟକ୍ତିତ୍ୱ". No. ନିତିଦିନ ୨୫/୦୭/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 26 July 2019.[permanent dead link]
  2. http://www.newindianexpress.com/states/odisha/Film-fiesta-this-Raja/2013/05/24/article1603024.ece?service=print[permanent dead link]
  3. ଧରିତ୍ରୀ ୨୫/୦୬/୨୦୧୪ରେ ପ୍ରକାଶିତ ଧରିତ୍ରୀ ଆଳାପ
  4. "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.

ବାହାର ଆଧାର[ସମ୍ପାଦନା]