ଇରା ମହାନ୍ତି

ଉଇକିପିଡ଼ିଆ‌ରୁ
ଇରା ମହାନ୍ତି
Born
Occupationପ୍ରଚ୍ଛଦପଟ ଗାୟିକା
Years active୧୯୮୯ - ଏବେଯାଏଁ
Parent(s)ଜିତେନ୍ଦ୍ର ମହାନ୍ତି, କଳ୍ପନା ମହାନ୍ତି
Awardsରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧
Websiteଇରାମହାନ୍ତି.ଇନ

ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍‌ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍‌ ଜଣାଶୁଣା ।[୧] ଏହା ଛଡ଼ା ସେ ଓଡ଼ିଶାର ବୁଲ୍‌ବୁଲ୍‌ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତିଙ୍କର ଝିଅ ମଧୁମିତା ମହାନ୍ତି ବା ଇରା ମହାନ୍ତି । ଇରାଙ୍କ ବାପା ବାଳକାଟି, ଖୋର୍ଦ୍ଧା'ର ମୂଳ ବାସିନ୍ଦା । ତାଙ୍କ ବାପା ଓଡ଼ିଶା ବିଧାନ ସଭାର ଅଧୀକ୍ଷକ ଥିଲେ। ସେ ଭୁବେନଶ୍ୱରସ୍ଥିତ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବାବେଳେ ବିଜେବି ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ବିଜେବିରେ ପାଠ ପଢ଼ିବୋବେଳ ସେ ସଂଗୀତ ଶିକ୍ଷାକୁ ନିଜର ଏକ ବିଷୟ ଭାବେ ନେଇଥିଲେ । ତେବେ ତାଙ୍କୁ ତାଙ୍କ ମାଆ କଳ୍ପନା ମହାନ୍ତି ଗୀତ ଗାଇବା ପାଇଁ ବହୁତ ଉତ୍ସାହିତ କରିଥିଲେ ।[୨] ସଂଗୀତ ନିର୍ଦ୍ଦଶକ ବାଳକୃଷ୍ଣ ଦାଶ ତାଙ୍କୁ ପ୍ରେରିତ କରିଥିଲେ । ଚାରି ବଷ' ବୟସରେ ସେ 'ହୃଦୟର ଏହି ଶୁନ୍ୟତାକୁ' ଗୀତଟିକୁ ବିନା କୌଣସି ବାଧାରେ ଗାଇ ସମସ୍ତଙ୍କୁ ଆଶ୍ଚଯ୍ୟ' କରିଥିଲେ ।

ଦୀନବନ୍ଧୁ ମଲ୍ଲିଆଙ୍କୁ ସେ ତାଙ୍କର ଗଡ୍‌ ଫାଦର ବୋଲି ଭାବନ୍ତି କାରଣ ସେ ହିଁ ପ୍ରଥେମ ତାଙ୍କୁ ମଞ୍ଚ ଉପରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଆଉ ଚଳଚ୍ଚିତ୍ରରେ ତାଙ୍କୁ ବିଗ୍‌ ବ୍ରେକ୍‌ ମିଳିଥିଲା ସ୍ୱରୂପ ନାୟକଙ୍କଦ୍ୱାରା । ତେଣୁ ସେ ତାଙ୍କୁ ମଧ୍ୟ ନିଜର ଗଡ୍‌ ଫାଦର ବୋଲି ମାନନ୍ତି । ସଂଗୀତ ଦୁନିଆରେ ତାଙ୍କର ଗୁରୁ ବା ମେଣ୍ଟର ହେଉଛନ୍ତି ଚିତ୍ତରଞ୍ଜନ ପାଣି ଓ ଶରତ ରଥ । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ହେଉଛନ୍ତି ତାଙ୍କର ରୋଲ୍‌ ମଡେଲ୍ । [୩]

ଖାଲି ଓଡ଼ିଶାରେ ନୁହେଁ ନିଜ ପ୍ରତିଭାକୁ ସାରା ଭାରତବାସୀଙ୍କୁ ଜଣାଇବା ପାଇଁ ସେ ଜିଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ସାରେଗାମାପା ରିଆଲିଟି ସୋରେ ମଧ୍ୟ ସେ ଭାଗନେଇଥିଲେ।[୪]

କଣ୍ଠଶିଳ୍ପୀ ଇରା ଗୀତ ଗାଇବା ସହ ଫ୍ୟାସନ୍‌ ଡିଜାଇନିଂରେ ମଧ୍ୟ ରୁଚୀ ରଖିନ୍ତି। ଇନୋଭେଟିଭ୍‌ ଡିଜାଇନର୍‌ ଗାମେ'ଣ୍ଟ୍‌ ପ୍ରସ୍ତୁତ କରିବା ପାଇଁ ତାଙ୍କର ବହୁତ ଇଚ୍ଚ୍ଛା। [୫] କିଛି ଦିନ ପାଇଁ ସେ ଇଷ୍ଟନ' ମିଡିଆ ଲିମିେଟଡ୍‌ରେ ଜେନେରାଲ୍‌ ମ୍ୟାନେଜର ହୋଇ କାମ କରିବା ସହ ରେଡିଓ ଚକ୍‌ଲେଟ୍‌ର ପ୍ରୋଗ୍ରାମିଂ ହେଡ୍‌ ହୋଇ ମଧ୍ୟ କାମ କରିଛନ୍ତି।

ସେ ବହୁତ ବଡ଼ ସଂଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି । ମଳୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ଗାଇଥିବା ଗୀତମାନ ସବୁ ବେଶ୍‌ ପ୍ରସିଦ୍ଧ ।

ଚଳଚ୍ଚିତ୍ରରେ, ମଞ୍ଚ ଉପରେ ଗୀତ ଗାଇବା ସହ ସେ ବହୁତ ଭଜନ ମଧ୍ୟ ଗାଇଛନ୍ତି ।

ଗାୟିକା ଭାବରେ[ସମ୍ପାଦନା]

ଅଭିନେତ୍ରୀ ଭାବରେ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ତାଙ୍କ ଗାୟକୀ ପାଇଁ ସେ ବହୁତ ପୁରସ୍କାର ପାଇଛନ୍ତି; ଯେପରିକି, ସିନେ କ୍ରିଟିକ୍‌ ଏସୋସିଏସନ୍‌ ଆୱର୍ଡ', ଚଳଚ୍ଚିତ୍ର ଜଗତ ସମ୍ମାନ, ବାଣିଚିତ୍ର ସମ୍ମାନ, ଇଟିଭି ବେଷ୍ଟ୍‌ ପ୍ରଚ୍ଛଦପଟ ଗାୟୀକା ପୁରସ୍କାର ୨୦୧୦, ତରଙ୍ଗ ସିନେ ପୁରସ୍କାର ।

ଆଧାର[ସମ୍ପାଦନା]

  1. SUBRAT KUMAR PATI A BLOG OF A ODIA JOURNALIST CONTAINING NEWS AND CURRENT AFFAIRS.
  2. SUBRAT KUMAR PATI A BLOG OF A ODIA JOURNALIST CONTAINING NEWS AND CURRENT AFFAIRS.
  3. ସିନେ ସମ୍ବାଦ
  4. SUBRAT KUMAR PATI A BLOG OF A ODIA JOURNALIST CONTAINING NEWS AND CURRENT AFFAIRS.
  5. ସିନେ ସମ୍ବାଦ
  6. "Jaydev Award for Sarada Nayak". The New Indian Express. Archived from the original on 16 August 2016. Retrieved 9 January 2015.
  7. "Odisha 23rd state film awards announced". mbctv.co.in. 2012. Retrieved 16 January 2013. Ira Mohanty as best playback woman singer for 'Mote Bohu Kari Neija'.

ବାହାର ଆଧାର[ସମ୍ପାଦନା]