Jump to content

ଇରା ମହାନ୍ତି

ଉଇକିପିଡ଼ିଆ‌ରୁ
ଇରା ମହାନ୍ତି
ଜନ୍ମ
ବୃତ୍ତିପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୧୯୮୯ - ଏବେଯାଏଁ
ପିତାମାତାଜିତେନ୍ଦ୍ର ମହାନ୍ତି, କଳ୍ପନା ମହାନ୍ତି
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୧
ୱେବସାଇଟଇରାମହାନ୍ତି.ଇନ

ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍‌ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍‌ ଜଣାଶୁଣା ।[] ଏହା ଛଡ଼ା ସେ ଓଡ଼ିଶାର ବୁଲ୍‌ବୁଲ୍‌ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତିଙ୍କର ଝିଅ ମଧୁମିତା ମହାନ୍ତି ବା ଇରା ମହାନ୍ତି । ଇରାଙ୍କ ବାପା ବାଳକାଟି, ଖୋର୍ଦ୍ଧା'ର ମୂଳ ବାସିନ୍ଦା । ତାଙ୍କ ବାପା ଓଡ଼ିଶା ବିଧାନ ସଭାର ଅଧୀକ୍ଷକ ଥିଲେ। ସେ ଭୁବେନଶ୍ୱରସ୍ଥିତ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବାବେଳେ ବିଜେବି ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ବିଜେବିରେ ପାଠ ପଢ଼ିବୋବେଳ ସେ ସଂଗୀତ ଶିକ୍ଷାକୁ ନିଜର ଏକ ବିଷୟ ଭାବେ ନେଇଥିଲେ । ତେବେ ତାଙ୍କୁ ତାଙ୍କ ମାଆ କଳ୍ପନା ମହାନ୍ତି ଗୀତ ଗାଇବା ପାଇଁ ବହୁତ ଉତ୍ସାହିତ କରିଥିଲେ ।[] ସଂଗୀତ ନିର୍ଦ୍ଦଶକ ବାଳକୃଷ୍ଣ ଦାଶ ତାଙ୍କୁ ପ୍ରେରିତ କରିଥିଲେ । ଚାରି ବଷ' ବୟସରେ ସେ 'ହୃଦୟର ଏହି ଶୁନ୍ୟତାକୁ' ଗୀତଟିକୁ ବିନା କୌଣସି ବାଧାରେ ଗାଇ ସମସ୍ତଙ୍କୁ ଆଶ୍ଚଯ୍ୟ' କରିଥିଲେ ।

ଦୀନବନ୍ଧୁ ମଲ୍ଲିଆଙ୍କୁ ସେ ତାଙ୍କର ଗଡ୍‌ ଫାଦର ବୋଲି ଭାବନ୍ତି କାରଣ ସେ ହିଁ ପ୍ରଥେମ ତାଙ୍କୁ ମଞ୍ଚ ଉପରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଆଉ ଚଳଚ୍ଚିତ୍ରରେ ତାଙ୍କୁ ବିଗ୍‌ ବ୍ରେକ୍‌ ମିଳିଥିଲା ସ୍ୱରୂପ ନାୟକଙ୍କଦ୍ୱାରା । ତେଣୁ ସେ ତାଙ୍କୁ ମଧ୍ୟ ନିଜର ଗଡ୍‌ ଫାଦର ବୋଲି ମାନନ୍ତି । ସଂଗୀତ ଦୁନିଆରେ ତାଙ୍କର ଗୁରୁ ବା ମେଣ୍ଟର ହେଉଛନ୍ତି ଚିତ୍ତରଞ୍ଜନ ପାଣି ଓ ଶରତ ରଥ । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ହେଉଛନ୍ତି ତାଙ୍କର ରୋଲ୍‌ ମଡେଲ୍ । []

ଖାଲି ଓଡ଼ିଶାରେ ନୁହେଁ ନିଜ ପ୍ରତିଭାକୁ ସାରା ଭାରତବାସୀଙ୍କୁ ଜଣାଇବା ପାଇଁ ସେ ଜିଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ସାରେଗାମାପା ରିଆଲିଟି ସୋରେ ମଧ୍ୟ ସେ ଭାଗନେଇଥିଲେ।[]

କଣ୍ଠଶିଳ୍ପୀ ଇରା ଗୀତ ଗାଇବା ସହ ଫ୍ୟାସନ୍‌ ଡିଜାଇନିଂରେ ମଧ୍ୟ ରୁଚୀ ରଖିନ୍ତି। ଇନୋଭେଟିଭ୍‌ ଡିଜାଇନର୍‌ ଗାମେ'ଣ୍ଟ୍‌ ପ୍ରସ୍ତୁତ କରିବା ପାଇଁ ତାଙ୍କର ବହୁତ ଇଚ୍ଚ୍ଛା। [] କିଛି ଦିନ ପାଇଁ ସେ ଇଷ୍ଟନ' ମିଡିଆ ଲିମିେଟଡ୍‌ରେ ଜେନେରାଲ୍‌ ମ୍ୟାନେଜର ହୋଇ କାମ କରିବା ସହ ରେଡିଓ ଚକ୍‌ଲେଟ୍‌ର ପ୍ରୋଗ୍ରାମିଂ ହେଡ୍‌ ହୋଇ ମଧ୍ୟ କାମ କରିଛନ୍ତି।

ସେ ବହୁତ ବଡ଼ ସଂଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି । ମଳୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ଗାଇଥିବା ଗୀତମାନ ସବୁ ବେଶ୍‌ ପ୍ରସିଦ୍ଧ ।

ଚଳଚ୍ଚିତ୍ରରେ, ମଞ୍ଚ ଉପରେ ଗୀତ ଗାଇବା ସହ ସେ ବହୁତ ଭଜନ ମଧ୍ୟ ଗାଇଛନ୍ତି ।

ଗାୟିକା ଭାବରେ

[ସମ୍ପାଦନା]

ଅଭିନେତ୍ରୀ ଭାବରେ

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ତାଙ୍କ ଗାୟକୀ ପାଇଁ ସେ ବହୁତ ପୁରସ୍କାର ପାଇଛନ୍ତି; ଯେପରିକି, ସିନେ କ୍ରିଟିକ୍‌ ଏସୋସିଏସନ୍‌ ଆୱର୍ଡ', ଚଳଚ୍ଚିତ୍ର ଜଗତ ସମ୍ମାନ, ବାଣିଚିତ୍ର ସମ୍ମାନ, ଇଟିଭି ବେଷ୍ଟ୍‌ ପ୍ରଚ୍ଛଦପଟ ଗାୟୀକା ପୁରସ୍କାର ୨୦୧୦, ତରଙ୍ଗ ସିନେ ପୁରସ୍କାର ।

  1. SUBRAT KUMAR PATI A BLOG OF A ODIA JOURNALIST CONTAINING NEWS AND CURRENT AFFAIRS.
  2. SUBRAT KUMAR PATI A BLOG OF A ODIA JOURNALIST CONTAINING NEWS AND CURRENT AFFAIRS.
  3. ସିନେ ସମ୍ବାଦ
  4. SUBRAT KUMAR PATI A BLOG OF A ODIA JOURNALIST CONTAINING NEWS AND CURRENT AFFAIRS.
  5. ସିନେ ସମ୍ବାଦ
  6. "Jaydev Award for Sarada Nayak". The New Indian Express. Archived from the original on 16 August 2016. Retrieved 9 January 2015.
  7. "Odisha 23rd state film awards announced". mbctv.co.in. 2012. Archived from the original on 16 August 2022. Retrieved 16 January 2013. Ira Mohanty as best playback woman singer for 'Mote Bohu Kari Neija'.

ବାହାର ଆଧାର

[ସମ୍ପାଦନା]