ରଜନୀ ରଞ୍ଜନ

ଉଇକିପିଡ଼ିଆ‌ରୁ
ରଜନୀ ରଞ୍ଜନ
ଜନ୍ମ (1959-12-22) ୨୨ ଡିସେମ୍ବର ୧୯୫୯ (ବୟସ ୬୩)
ବାଳକାଟି, ଓଡ଼ିଶା, ଭାରତ
ବୃତ୍ତି(s)(ଓଡ଼ିଆ) ସଂଳାପକାର
ଗୀତିକାର
କାହାଣୀକାର
ଅଭିନେତା
Years active୧୯୮୯ରୁ-ଏବେଯାଏଁ
Parent(s)ରବି ଦାଶ, ସୁଶୀଳାପ୍ରଭା ଦାଶ

ରଜନୀ ରଞ୍ଜନ (ଜନ୍ମ: ୨୨ ଡିସେମ୍ବର ୧୯୫୯)[୧] ଜଣେ ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର, ଚିତ୍ରନାଟ୍ୟ ରଚୟିତା ଏବଂ ଅଭିନେତା । ୧୯୮୯ ମସିହାରେ ରଜନୀ ରଞ୍ଜନ ଏଇ ସଂଘର୍ଷ ଚଳଚ୍ଚିତ୍ରରୁ ଗୀତିକାର ଭାବରେ ନିଜର ଜୀବିକା ଆରମ୍ଭ କରିଥିଲେ । ଏହପରେ ସେ ମୋ ଭାଇ ଜଗା ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଂଳାପ ଓ କାହାଣୀ ରଚନା କରିଥିଲେ ।[୨][୩] ରଜନୀ ରଞ୍ଜନ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ ଅଢ଼େଇ ଅକ୍ଷରରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ଏଯାବତ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଓ ସଂଳାପ ରଚନା କରିସାରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରଜନୀ ରଞ୍ଜନ ୧୯୫୯ ମସିହାର ଡିସେମ୍ବର ୨୨ ତାରିଖରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ରବି ଦାଶ ଜଣେ ଗୀତିକାର ଓ ମାଆ ସୁଶୀଳାପ୍ରଭା କଣ୍ଠଶିଳ୍ପୀ ଥିଲେ । ପରିବାରରେ ସଙ୍ଗୀତମୟ ପରିବେଶ ଥିଲା । ତାଙ୍କ ବାସଭବନକୁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କର ଯା'ଆସ ଥିଲା । ଏସବୁର ପ୍ରଭାବ ରଜନୀଙ୍କ ଉପରେ ପିଲାଦିନରୁ ପଡିଥିଲା । ବୃତ୍ତିରେ ସେ ଜଣେ ଶିକ୍ଷାବିତ । ଭୁବନେଶ୍ୱରସ୍ଥ ଦେବରାୟ ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ।

ଗୀତିକାର[ସମ୍ପାଦନା]

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ବୋଉ
  • ଭାଗ୍ୟ ଚକ୍ର
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ପ୍ରେମ ରୋଗୀ
  • ଆରେ ସାଥୀ ଆ
  • ଲଭ୍ ଡଟ୍ କମ୍
  • ମନ ମୋର ପ୍ରଜାପତି
  • ତୁ ମୋ ସୁନା ତୁ ମୋ ହୀରା
  • ଟାଇଗର

ସଂଳାପ[ସମ୍ପାଦନା]

  • ମୋ ଭାଇ ଜଗା
  • ପ୍ରେମ ବନ୍ଧନ
  • ଏ ମନ ମାନେନା
  • ଜୟ ଜଗନ୍ନାଥ
  • ହସିବ ପୁଣି ମୋ ସୁନା ସଂସାର
  • ନନ୍ଦିନୀ ଆଇ ଲଭ୍ ୟୁ
  • ପ୍ରେମ ରୋଗୀ
  • ଡ୍ରିମ୍ ଗାର୍ଲ
  • ଲଭ୍ ଡଟ୍ କମ୍
  • ମିତରେ ମିତ
  • ସଞ୍ଜୁ ଆଉ ସଞ୍ଜନା
  • ପ‌ହିଲି ରଜ
  • ଭୁଲ ବୁଝିବନି ମତେ
  • ପ୍ରେମ ଅଢ଼େଇ ଅକ୍ଷର
  • ଲୋଫର୍
  • ମନ ମୋର ପ୍ରଜାପତି
  • ମତେ ବୋହୂ କରି ନେଇଯା
  • ଫ୍ୟାମିଲି ନମ୍ବର ୱାନ୍
  • ଚୋରି ଚୋରି ମନ ଚୋରି
  • ମୁଁ ପ୍ରେମୀ ମୁଁ ପାଗଳ
  • କେମିତି ଏ ବନ୍ଧନ
  • ଗୁଡ୍ ବୟ
  • ତୁ ମୋ ଆରମ୍ଭ ତୁ ମୋ ଶେଷ
  • ତୁ ମୋ ସୁନା ତୁ ମୋ ହୀରା
  • ଦିୱାନା ଦିୱାନୀ
  • ସପନର ନାୟିକା
  • ପ୍ରେମିକା
  • ସିନ୍ଦୂର
  • ସ୍ମାଇଲ୍ ପ୍ଲିଜ୍
  • କିଡ୍‌ନାପ୍
  • ପିଲାଟା ବିଗିଡ଼ିଗଲା
  • ଆଶିକ୍
  • ସମୟ ବଡ଼ ବଳବାନ
  • ହେଲା ମତେ ପ୍ରେମ ଜର
  • ଟାଇଗର
  • ଝିଅଟା ବିଗିଡ଼ିଗଲା
  • ଯୋଗୀ

ଚିତ୍ରନାଟ୍ୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଅଭିନେତା[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ମୋ ଅନୁଭୂତି". ଧରିତ୍ରୀ ମେଟ୍ରୋ ମିଜାଜ ୨୯ ମାର୍ଚ୍ଚ ୨୦୧୮. Retrieved 29 March 2018.
  2. "ରଜନୀଙ୍କ '୫୦'". ସମାଜ. 25 March 2018. Retrieved 25 March 2018.
  3. "ରଜନୀଙ୍କ ଚିତ୍ର-ଚରିତ୍ର-ଚିତ୍ରଲିପି". ସକାଳ. No. ଭୁବନେଶ୍ୱର. 22 January 2023. p. 14. Archived from the original on 24 March 2023. Retrieved 24 March 2023.
  4. "State film awards announced". The New Indian Express. Retrieved 2 December 2020.

ବାହାର ଆଧାର[ସମ୍ପାଦନା]