Jump to content

ନୂଆପଡ଼ା

ଉଇକିପିଡ଼ିଆ‌ରୁ
ନୂଆପଡ଼ା
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୂଆପଡ଼ା
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)
ନୂଆପଡ଼ା ଯୋଗେଶ୍ୱର ମନ୍ଦିର

ନୂଆପଡ଼ା ଭାରତର ଓଡ଼ିଶାରେ ଥିବା ନୂଆପଡ଼ା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।[]

ଇତିହାସ

[ସମ୍ପାଦନା]

ନୁଆପଡା ଓଡିଶାର ପଶ୍ଚିମ ଅଂଶରେ ଅବସ୍ଥିତ । ଏହା 20° ଉତ୍ତର ରୁ 21° 5’ ଅକ୍ଷାଂଶ ଏବଂ 82° 40’ ପୂର୍ବ ଦ୍ରାଘିମାଙ୍କ ମଧ୍ୟରେ ଅବସ୍ଥିତ । ଏହି ସହର ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ ଅଟେ ।

ନୁଆପଡା ଜିଲ୍ଲା ଏକଦା କଳାହାଣ୍ଡି ଜିଲ୍ଲାର ଅଂଶ ଥିଲା, କିନ୍ତୁ ପ୍ରଶାସନିକ ସୁବିଧା ପାଇଁ ମାର୍ଚ୍ଚ ୧୯୯୩ ର ଆରମ୍ଭରେ କଳାହାଣ୍ଡି ଜିଲ୍ଲାକୁ ଦୁଇ ଅଂଶରେ ବିଭାଜିତ କରାଗଲା – କଳାହାଣ୍ଡି ଏବଂ ନୁଆପଡା । ଏହି ବିଭାଜନ ଓଡିଶା ରାଜ୍ୟ ସରକାରଙ୍କ ଅଧିସୂଚନା ନମ୍ବର DRC-44/93/14218/R ଅନୁଯାୟୀ ୨୭ ମାର୍ଚ୍ଚ ୧୯୯୩ ରେ କରାଯାଇଥିଲା । ବର୍ତ୍ତମାନ ନୁଆପଡା ଜିଲ୍ଲା ଗୋଟିଏ ସବ୍-ଡିଭିଜନ (ନୁଆପଡା), ପାଞ୍ଚଟି ତହସିଲକୁ (ନୁଆପଡା, ଖରିଆର, କୋମନା, ବୋଡେନ୍, ସିନାପାଲି) ନେଇ ଗଠିତ ଏବଂ ନୁଆପଡା ହେଉଛି ଜିଲ୍ଲାର ପାଞ୍ଚଟି ବ୍ଲକ୍ (ଖରିଆର, ସିନାପାଲି, ବୋଡେନ୍, ନୁଆପଡା, କୋମନା) ମଧ୍ୟରୁ ଅନ୍ୟତମ ।

ନୁଆପଡାରେ ପ୍ରଚଳିତ ଭାଷା ସମ୍ବଲପୁରୀ ଏବଂ ଓଡ଼ିଆ । ଏହା ଏକ ଜିଲ୍ଲା ମୁଖ୍ୟାଳୟ ହେଲେମଧ୍ୟ, ସଂସ୍କୃତି ପ୍ରମୁଖତଃ ଗ୍ରାମ୍ୟ ଏବଂ କୃଷିପ୍ରଧାନ। ଅତୀତରେ ନୁଆପଡା ପ୍ରାୟତଃ ଖାଦ୍ୟ ଅଭାବ ଜନିତ ମୃତ୍ୟୁ ସମ୍ବନ୍ଧୀୟ ଖବର ନେଇ ଖବରରେ ଥିଲା ।

ଅଧିକ ତଥ୍ୟ

[ସମ୍ପାଦନା]

ଜିଲ୍ଲା ନ୍ୟାୟପାଳିକା, ନୁଆପଡ଼ା

  1. "Nuapada". nuapada.odisha.gov.in. Archived from the original on 18 July 2024. Retrieved 14 February 2025.