ନବୀନ କୁମାର ପରିଡ଼ା

ଉଇକିପିଡ଼ିଆ‌ରୁ
(Naveen Kumar Paridaରୁ ଲେଉଟି ଆସିଛି)
ନବୀନ କୁମାର ପରିଡ଼ା
ଜନ୍ମ ଓ ଜନ୍ମସ୍ଥାନନବୀନ କୁମାର ପରିଡ଼ା
(1954-03-08) ୮ ମାର୍ଚ୍ଚ ୧୯୫୪ (ବୟସ ୭୦)
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିନାଟୁଆ ଓ ଅନ୍ୟାନ୍ୟ ନାଟକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫
ସମ୍ପର୍କୀୟହରିଶ୍ଚନ୍ଦ୍ର ପରିଡ଼ା (ବାପା)
ବିଷ୍ଣୁପ୍ରିୟା ପରିଡ଼ା (ମାଆ)

ନବୀନ କୁମାର ପରିଡ଼ା (ଜନ୍ମ: ୮ ମାର୍ଚ୍ଚ ୧୯୫୪) ଜଣେ ଓଡ଼ିଆ ନଟ୍ୟକାର । ୨୦୧୫ ମସିହାରେ ତାଙ୍କୁ ତାଙ୍କ ରଚିତ ନାଟ୍ୟ ସଂକଳନ ନାଟୁଆ ଓ ଅନ୍ୟାନ୍ୟ ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନବୀନ କୁମାର ପରିଡ଼ା ୧୯୫୪ ମସିହାର ମାର୍ଚ୍ଚ ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରିଶ୍ଚନ୍ଦ୍ର ପରିଡ଼ା ଓ ମାଆଙ୍କ ନାମ ବିଷ୍ଣୁପ୍ରିୟା ପରିଡ଼ା । ସେ ପାଠପଢ଼ା ଆରମ୍ଭ କରିଥିଲେ ବିଶ୍ୱନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏବଂ ପ୍ରଦର୍ଶନକଳାରେ ସ୍ନାତକୋତ୍ତର କରିଥିଲେ ।[୨]

୧୯୮୩ ମସିହାର ଜାନୁଆରୀ ମାସରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୨୦୦୭ ମସିହାରେ ସେ ବିଭାଗୀୟ ମୁଖ୍ୟକୁ ପଦୋନ୍ନତୀ ହୋଇଥିଲେ ଏବଂ ୨୦୧୦ରେ ଅଧକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ ମସିହାର ମାର୍ଚ୍ଚ ମାସରେ ସେ ଚାକିରୀରୁ ଅବସର ନେଇଥିଲେ ।[୨]

ନାଟକ ରଚନା ଓ ନିର୍ଦ୍ଦେଶନା[ସମ୍ପାଦନା]

ସ୍ନାତକୋତ୍ତର କରିବା ପରେ ସେ ନାଟ୍ୟ ରଚନା, ନିର୍ଦ୍ଦେଶନା, ନାଟ୍ୟ ପ୍ରଶିକ୍ଷକ, ଅଭିନେତା ତଥା ମଞ୍ଚ ପରିଚାଳନା କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଯୋଜିତ ୬ଟି ରାଜ୍ୟସ୍ତରୀୟ ନାଟକ କର୍ମଶାଳରେ ପରିଚାଳନା କରିଛନ୍ତି । ନାଟ୍ୟ କଳାକ୍ଷେତ୍ରରେ ସେ ୩୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ବିଭିନ୍ନ ଅଞ୍ଚଳରେ ନାଟକ ଶିକ୍ଷା ପ୍ରଦାନ କରିଛନ୍ତି ।[୨]

ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ମୁଦ୍ରା ରାକ୍ଷାସ
  • ତଟ ନିରଞ୍ଜନା
  • ଇଡ଼ଫସ୍
  • ଶ୍ରୀ ଜୟଦେବ
  • ନାଟୁଆ
  • କଲେଯେତେ ସୁନ୍ଦର
  • ଚିହ୍ନା ପୃଥିବୀ ଅଚିହ୍ନା ଘର
  • ଜନନୀ ଜନ୍ମଭୂମିଶ୍ଚ
  • ଶଙ୍କରା
  • ବାଇଚଢ଼େଇର ଡେଣା
  • ଅନ୍ଧପୁଟୁଳିର ଖେଳ
  • ଗାନ୍ଧୀଙ୍କ ଓଡ଼ିଶା

ରଚନାବଳୀ[ସମ୍ପାଦନା]

  • ନାଟୁଆ ଓ ଅନ୍ୟାନ୍ୟ ନାଟକ
  • ନାଟ୍ୟ ରଚନା
  • ଅଭିନେତା, ଚରିତ୍ର ଓ ଅଭିନୟ
  • ନିର୍ଦ୍ଦେଶକ ଓ ନିର୍ଦ୍ଦେଶନା
  • ନଟ୍ୟତ୍ରୟୀ
  • ଅନ୍ଧପୁଟୁଳିର ଖେଳ
  • କଲେଯେତେ ସୁନ୍ଦର
  • ଡଷ୍ଟବିନ୍
  • ନାଟ୍ୟ ପ୍ରବନ୍ଧ

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jul 10, Hemanta Pradhan / TNN /; 2020; Ist, 21:53. "Odisha Sahitya Akademi Awards for 2015, 2016 declared - Times of India". The Times of India (in ଇଂରାଜୀ). Retrieved 2023-01-29. {{cite web}}: |last2= has numeric name (help)CS1 maint: numeric names: authors list (link)
  2. ୨.୦ ୨.୧ ୨.୨ "ନିର୍ଦ୍ଦେଶନା ସମୟରେ ଅନୁଭବ କରିଛି ମହାପ୍ରଭୁଙ୍କ ଅଦୃଶ୍ୟ ଇଙ୍ଗିତ". ଧରିତ୍ରୀ ଛୁଟିଦିନ. 25 April 2022. p. 6. Archived from the original on 21 January 2023. Retrieved 29 January 2023.
  3. "୨୦୧୨, ୨୦୧୩ ଓ ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷ ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 29 January 2023.