Jump to content

କେଚଲା

ଉଇକିପିଡ଼ିଆ‌ରୁ

ଅବସ୍ଥିତି

[ସମ୍ପାଦନା]

କୋରାପୁଟଠାରୁ ଏହାର ଦୂରତା ୧୨ କିଲୋ ମିଟର। ଏହି ଗ୍ରାମଟି କୋଲାବ ନଦୀ ଜଳଭଣ୍ଡାର ନିକଟରେ ଅବସ୍ଥିତ।

ବିଶେଷତା

[ସମ୍ପାଦନା]

ଜଳଭଣ୍ଡାର ନିର୍ମାଣ ପରେ ଗ୍ରାମଟି ୪ ଖଣ୍ଡରେ ବିଭାଜିତ ହୋଇଛି। ତାମ୍ର ଫଳକରୁ ଜଣାପଡ଼େ, ଏହି ଗ୍ରାମଟିକୁ ନରସିଂହ ମିଶ୍ର ନାମକ ଜଣେ ବ୍ରାହ୍ମଣଙ୍କୁ ଜୟପୁର ମହାରାଜା ଶ୍ରୀ ରଘୁନାଥ କୃଷ୍ଣଦେବ ୧୬୨୮ ମସିହାରେ ଦାନ କରିଥିଲେ। ଏହି ଗ୍ରାମର ୩ କି.ମି.ଦୂରରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଜୈନ ମନ୍ଦିର ଥିଲା। ଜଳ ଭଣ୍ଡାର ନିର୍ମାଣ ପରେ ମନ୍ଦିରଟି ଜଳମୟ ହୋଇଗଲା। ଜୈନ ମନ୍ଦିରର ସ୍ମୃତି ସ୍ୱରୂପ, ଗ୍ରାମବାସୀମାନେ ଜୈନ ମୂର୍ତ୍ତି ଗୁଡ଼ିକୁ ସଂଗ୍ରହ କରି, ନିଜ ଗ୍ରାମରେ ସ୍ଥାପନା କରି ଭୈରବ ରୂପରେ ପୂଜା କରୁଛନ୍ତି। ସଂଗୃହିତ ମୂର୍ତ୍ତିମାନଙ୍କ ଭିତରୁ ଋଷଭନାଥ, ଶାନ୍ତିନାଥ, ମହାବୀର, ଅଜିତନାଥ, ଅମ୍ବିକା ଓ ଗୋମେଦଙ୍କର କେତୋଟି ମୂର୍ତ୍ତି ରହିଛି।

ଆକର୍ଷଣ

[ସମ୍ପାଦନା]

କେଚଲା ଗ୍ରାମ ନିକଟରେ କାନସ ପାବିଲି ନାମକ ଛୋଟ ପାହାଡ଼ିଆ ଜଳ ଭଣ୍ଡାର ମଧ୍ୟ ରହିଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନ ମଞ୍ଚର ନିର୍ମାଣ କରାଯାଇଛି।
ଏହି ଜଳଭଣ୍ଡାରକୁ ଯିବାପାଇଁ ଚମ୍ପାଗୁଡ଼ା ପାଟ କିମ୍ବା ପରଜାପଣ୍ଡିଠାରୁ ମୋଟର ଲଞ୍ଚ ଅଥବା ପାଣି ଡଙ୍ଗା ମାଧ୍ୟମରେ ପ୍ରାୟ ୮ କିଲୋମିଟର ଜଳଯାତ୍ରା କରିବାକୁ ହୋଇଥାଏ।

ଯୋଗାଯୋଗ

[ସମ୍ପାଦନା]

ଯିବା ଆସିବା କରିବାପାଇଁ କୋରାପୁଟଠାରୁ ଯାନବାହନର ସୁବିଧା ରହିଛି।

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦