Jump to content

କମଳ ଲୋଚନ ମହାନ୍ତି

ଉଇକିପିଡ଼ିଆ‌ରୁ
(କମଳଲୋଚନ ମହାନ୍ତିରୁ ଲେଉଟି ଆସିଛି)
କମଳ ଲୋଚନ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୯୨୨
କଟକ ଜିଲ୍ଲା
ମୃତ୍ୟୁ୧୯୯୧
ବୃତ୍ତି
  • ଲେଖକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୮୩
ଜୀବନସାଥୀପ୍ରତିମା ମହାନ୍ତି
ସନ୍ତାନଅରୁଣା ମହାନ୍ତି (ଝିଅ)

କମଳ ଲୋଚନ ମହାନ୍ତି ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ନାଟ୍ୟକାର । ସେ ୧୯୮୩ ମସିହାରେ ତାଙ୍କ ରଚିତ ପୁସ୍ତକ ଏକାଙ୍କିକା ତରଙ୍ଗ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[] ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଶ୍ରୀକୃଷ୍ଣ ରାସଲୀଳାରେ ସେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।

ଜୀବନୀ

[ସମ୍ପାଦନା]

କମଳ ଲୋଚନ ମହାନ୍ତି ୧୯୨୨ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଝିଅ ଅରୁଣା ମହାନ୍ତି ଜଣେ ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ୧୯୯୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରଚନାବଳୀ

[ସମ୍ପାଦନା]
ବର୍ଷବହିର ନାମପ୍ରକାରପ୍ରକାଶକ
୧୯୫୭ଗାଁ ମାଟିନାଟକ
୧୯୫୮କିରାଣୀନାଟକ
୧୯୬୨ଭାଇ ଭଉଣୀନାଟକ, ସାମାଜିକ
୧୯୬୪ସନ୍ତାନନାଟକ, ସାମାଜିକ
୧୯୭୮କବିଚନ୍ଦ୍ର ପରିକ୍ରମାସ୍ମରଣିକାଏକାମ୍ର ଥିଏଟର୍ସ, ଭୁବନେଶ୍ୱର
୧୯୮୦ମହତାବ ପରିକ୍ରମାପ୍ରବନ୍ଧ, ସ୍ମରଣିକା, ଇତିହାସ
୧୯୮୧ଗଡ଼ନାୟକ ପରିକ୍ରମାପ୍ରବନ୍ଧ, ସମୀକ୍ଷା
୧୯୮୩କାହ୍ନୁଚରଣ ପରିକ୍ରମାପ୍ରବନ୍ଧ, ଜୀବନୀ, ସାକ୍ଷାତକାର
୧୯୮୪ଲକ୍ଷ୍ମୀଧର ପରିକ୍ରମାସ୍ମରଣିକା, ବଂଶ ପରିଚୟ, ସାକ୍ଷାତକାର, ଆଲୋଚନା
ଏକାଙ୍କିକା ତରଙ୍ଗନାଟକ, ସାମାଜିକଗ୍ରନ୍ଥ ମନ୍ଦିର, ବ୍ରହ୍ମପୁର

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 April 2024.

ବାହାର ଲିଙ୍କ୍

[ସମ୍ପାଦନା]