ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ
Jump to navigation
Jump to search
ପ୍ରକାର | ସରକାରୀ ନିଗମ , ରାଜ୍ୟ ପରିବହନ ବିଭାଗ ଅଧୀନ, ଓଡ଼ିଶା ସରକାର |
---|---|
ସଂସ୍ଥାର ପ୍ରକାର | ସରକାରୀ ପରିବହନ |
ତିଆରି କରାଯାଇଥିଲା | ୧୯୪୮ |
ମୂଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ସେବା ପରିସର | ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗ |
ସେବା | ହାଇ କମ୍ଫ, ହାଇ ଟେକ, ଏ ସି ଡିଲକ୍ସ, ଏ ସି ସ୍ଲୀପର |
କର୍ମଚାରୀ ସଂଖ୍ୟା | ୯୩୩ ସ୍ଥାୟୀ, ୬୫୦ ଅସ୍ଥାୟୀ (୩୧-୫-୨୦୧୧) |
Divisions | ଭୁବନେଶ୍ୱର, ସମ୍ବଲପୁର , ବ୍ରହ୍ମପୁରର |
ୱେବସାଇଟ | http://www.osrtc.in/index.html |
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓ ଏସ ଆରଟି ସି ) ରାଜ୍ୟର ସର୍ବ ବୃହତ ତଥା ସର୍ବ ପୁରାତନ ଗଣ ପରିବହନ ସଂସ୍ଥା । ୧୯୫୦ର କେନ୍ଦ୍ର ସଡ଼କ ପରିବହନ ବିଧି (ଆରଟି ଏ ଆକ୍ଟ ) ଓ ୧୯୬୪ର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବିଧି (ଓ ଏସ ଆରଟି ସି ରୁଲ ) ଅନୁଯାୟୀ ୧୯୭୪ ମେ ୧୫ ତାରିଖ ସ୍ଥାପିତ ହୋଇଛି । ଏଇଟି ଗୋଟିଏ ସରକାରୀ ନିଗମ ଓ ଏହା ରାଜ୍ୟ ପରିବହନ ବିଭାଗ ଅଧୀନରେ ରହିଛି । ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଯେଉଁଥିରେ ରାଜ୍ୟ ଓ କେନ୍ଦ୍ରର ୨:୧ ଅନୁପାତରେ ମୂଳଧନ ଅଛି । ଏହାର ମୁଖ କାର୍ଯ୍ୟାଳୟ ଭୁବନେଶ୍ୱରର ସଚିବାଳୟ ମାର୍ଗ ସ୍ଥିତ ପରିବହନ ଭବନ ଅଟେ । ଓ ଏସ ଆରଟି ସି ଅଧୀନରେ ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ୩ଟି ପ୍ରଭାଗ ଅଛି । ରାଜ୍ୟ ପରିବହନ ଅଧୀନରେ ଦିନକୁ ପ୍ରାୟ ୩୯୦ଟି ବସ ୧୭୦ଟି ରୁଟରେ ଚଳାଚଳ କରୁଛି ।