Jump to content

ଆନନ୍ଦ ଶଙ୍କର ଦାସ

ଉଇକିପିଡ଼ିଆ‌ରୁ
(Ananda Shankar Dasରୁ ଲେଉଟି ଆସିଛି)
ଆନନ୍ଦ ଶଙ୍କର ଦାସ
ଜନ୍ମ ଓ ଜନ୍ମସ୍ଥାନ(1929-03-02)୨ ମାର୍ଚ୍ଚ ୧୯୨୯
ବୃତ୍ତି
  • ଲେଖକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୮୧

ଆନନ୍ଦ ଶଙ୍କର ଦାସ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଅଭିନେତା ଓ ନର୍ଦ୍ଦେଶକ, ଯିଏକି ୧୯୮୧ ମସିହାରେ ତାଙ୍କ ରଚିତ ପୁସ୍ତକ ଧର୍ମାର ଅଭିଶାପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

ଆନନ୍ଦ ଶଙ୍କର ଦାସ ମୟୂରଭଞ୍ଜ ଜିଲ୍ଲାବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[] ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷାଲାଭ ପରେ ମେଦିନିପୁର କଲେଜରେ ବିଜ୍ଞାନ ସ୍ନାତକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ୧୯୪୯ରେ ପଢ଼ା ଛାଡ଼ିଲେ । ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗରେ ୧୯୫୩ରୁ ୧୯୬୦ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ବାରିପଦା ହସ୍ପିଟାଲରେ ୧୯୮୭ ପର୍ଯ୍ୟନ୍ତ ଲାବୋରାଟୋରୀ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରି ଅବସର ନେଲେ । ୧୯୮୦ରୁ ଦିର୍ଘ ଦିନ ପର୍ଯ୍ୟନ୍ତ ସେ ବାରିପଦା ସାହିତ୍ୟ ସଂସଦର ସଭାପତି ଥିଲେ । କଲେଜ ଜୀବନରୁ ନାଟକ ଲେଖିବା, ଅଭିନୟ ଓ ନିର୍ଦ୍ଦେଶନାରେ ତାଙ୍କର ବିଶେଷ ଆଗ୍ରହ ଥିଲା । ଆକାଶବାଣୀ ଓ ଦୂରଦର୍ଶନର ସେ ଥିଲେ ସ୍ୱୀକୃତିପ୍ରାପ୍ତ ନାଟ୍ୟକାର । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ସେ ଶତାଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କ ରଚିତ ଏକାଙ୍କିକା 'ଗୀତା ପଣ୍ଡା' ୧୯୮୨ରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ତାଙ୍କ ରଚିତ ୩ଟି ନାଟକ ଅଭିମାନ, ଫୁଲ ଚନ୍ଦନ ଓ ପରଦେଶୀ ଚଢ଼େଇ ଚଳଚ୍ଚିତ୍ରରେ ରୂପାୟିତ ହାଇଥିଲା ।[]

ରଚନାବଳୀ

[ସମ୍ପାଦନା]

ପ୍ରକାଶିତ ନାଟକ

  • ଯୌତୁକ ୧୯୫୩
  • ଚନ୍ଦ୍ରଭାନୁ ୧୯୫୫, ୧୯୫୭
  • ସମାଧି ୧୯୪୭, ୧୯୫୦
  • ଚକା ଭଉଁରୀ ୧୯୫୯
  • ଲୁହା ଶିକୁଳି ୧୯୬୦ (କଳିଙ୍ଗ ଗ୍ରନ୍ଥ ମନ୍ଦିର, କଟକ)
  • ବୁଲୁ ଓସ୍ତାଦ୍ ୧୯୬୧, ୧୯୬୮, ୧୯୬୯ (ଶିଶୁ ନାଟକ)
  • ମଣି କାଞ୍ଚନ (ଶିଶୁ ନାଟକ)[]
  • କପଟ ପାଶା ୧୯୬୯, ୧୯୭୧
  • ଭାନୁମତୀର ଖେଳ ୧୯୬୭
  • ଚଡ଼ିଆ ଖାନା ୧୯୭୩
  • ଧର୍ମାର ଅଭିଶାପ ୧୯୭୭ (ଗ୍ରନ୍ଥ ମନ୍ଦିର, ବ୍ରହ୍ମପୁର)
  • ଫୁଲ ଶଯ୍ୟା ୧୯୭୯
  • କିଏ କ'ଣ କାହିଁକି ? ୧୯୮୦
  • ଦୁଇଟି ଆଖି ୧୯୮୧
  • ଡାକ୍ତର ଖାନା ୧୯୮୨
  • ସ୍ୱର୍ଗ ମର୍ତ୍ତ୍ୟ ପାତାଳ ୧୯୮୪
  • ପେଟ ପାଟଣା
  • ଫୁଲ ଚନ୍ଦନ ୧୯୮୨
  • ଉପହାର ୧୯୮୭
  • ନବଯୁଗର ନାରୀ
  • କୋହିନୂର
  • କଉଡ଼ି ଖେଳ
  • ଦାବୀ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 April 2024.
  2. ଆନନ୍ଦ ଶଙ୍କର ଦାସ (1978). ଧର୍ମାର ଅଭିଶାପ (in Oriya).{{cite book}}: CS1 maint: unrecognized language (link)
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆ ଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୫-୮୬.
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୯୫. ISBN 81-7400-331-2.