ଓଡ଼ିଶାର କଂସା ଓ ପିତ୍ତଳକାମ
ଓଡ଼ିଶାର ନାନାଦି କଳାକୃତି ମଧ୍ୟରୁ କଂସା ଓ ପିତ୍ତଳରେ ତିଆରି ହାତକାମ ଅନ୍ୟତମ । ପିତ୍ତଳରେ ବାସନ, ବ୍ରୋଞ୍ଜ ବା କଂସାରେ ବାସନ, ଚୁଡ଼ି ଆଦି ପାରମ୍ପରିକ ଭାବରେ ଓଡ଼ିଶାରେ ତିଆରି କରାଯାଉଥିଲା । ଏଥି ସହିତ ଆଲୋକବତୀ (ଲ୍ୟାମ୍ପ) ଓ ବତୀଦାନୀ (ଲ୍ୟାମ୍ପଷ୍ଟାଣ୍ଡ) ଆଦି ପୂଜାମାନଙ୍କରେ ବ୍ୟବହାର ହେବା ଲାଗି ପିତ୍ତଳରେ ତିଆରି କରାଯାଇଥାଏ । ଘରେ ବ୍ୟବହାର ପାଇଁ କଂସାରେ ଅନେକ ପ୍ରକାରର ବାସନ କୁସନ ତିଆରି କରାଯାଇଥାଏ । ଆଗ କାଳରେ ଚାଉଳ ମପାହେବା ନିମନ୍ତେ ବାଟି, ଖାଇବା ନିମନ୍ତେ କଂସାରେ ତିଆରି କଂସା, ତାଟିଆ, ଗିନା, ଥାଳି, ଥାଳିଆ, ଭାତ ପରଷିବା ପାଇଁ ପରଷୁଣୀ, ପାଣି ପିଇବା ନିମନ୍ତେ ଗିଲାସ ଓ ବଡ଼ ପାତ୍ର, ପାଣି ରଖିବା ନିମନ୍ତେ ପିତ୍ତଳ କଳସୀ, ଓ ରାନ୍ଧିବା ନିମନ୍ତେ ପିତ୍ତଳ ହାଣ୍ଡି, ପଲମ, ଚଟୁ ଆଦି ତିଆରି କରାଯାଉଥିଲା ।[୧] ଏହା ବାଦ କଳାକାରମାନେ କଂସା ଓ ପିତ୍ତଳରେ ସୁନ୍ଦର ସୁନ୍ଦର କୋଟିକମକରା ହାତୀ ଘୋଡ଼ା, ରଥ ଓ ଗହଣା ତିଆରି କରିଥାଆନ୍ତି । ପିତ୍ତଳରେ ଗୁଆ-ଛେଚା ଖୁବ ଉପଯୋଗୀ ଓ ଆଳଙ୍କରିକ ଭାବରେ ଗଢ଼ାଯାଇଥାଏ । ଏହି ସବୁ କଳାରେ ଓଡ଼ିଶାର କଳାକାରମାନଙ୍କର ନିଖୁଣ କଳାନୈପୁଣ୍ୟ ଫୁଟିଉଠିଥାଏ ।[୨]
ତିଆରି ଓ ପ୍ରକାରଭେଦ
[ସମ୍ପାଦନା]ଏହି ପ୍ରକାର ହସ୍ତକଳାକୁ ତିଆରି ଅନୁସାରେ ତିନୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଥାଏ:
- ଧାତୁକୁ ପିଟି ପିଟି ତିଆରି କରାଯାଉଥିବା କଳାକୃତି, ଏହା ପିଟା ଭାବରେ ଜଣାଶୁଣା
- ଛାଞ୍ଚରେ ତରଳ ଧାତୁକୁ ରଖି ତିଆରି କରାଯାଉଥିବା କଳାକୃତି
- ବଳକା ଛୋଟ ଛୋଟ ବସ୍ତୁକୁ ନେଇ ତିଆରି କରାଯାଉଥିବା କଳାକୃତି
ତେବେ କଞ୍ଚାମାଲର ପ୍ରକାରକୁ ନେଇ ଏହି କଳାକୃତିକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ
ପିତ୍ତଳ ତମ୍ବା ଓ ଦସ୍ତାର ଏକ ମିଶ୍ରଧାତୁ ହୋଇଥିଲା ବେଳେ କଂସା ତମ୍ବା ଓ ଟିଣର ଏକ ମିଶ୍ରଧାତୁ । ଏହି ସବୁ ପଦାର୍ଥ ତିଆରି କରାଯାଉଥିବା ସ୍ଥାନକୁ ଶାଳ କୁହାଯାଏ । ଶାଳରେ ଏକ ବିରାଟ ଚୂଲା ବା ଭାଟି ଥାଏ ଯାହା ଏକ ପବନଚାଳିତ ଦଣ୍ଡ ସାହାଯ୍ୟରେ କୋଇଲାକୁ ଜଳାଯାଇ ତାପ ଉତ୍ପନ୍ନ କରାଯାଇଥାଏ । ଶାଳରେ ବ୍ୟବହାରକରାଯାଉଥିବା ବାକି ସବୁ ଯନ୍ତ୍ରପାତି ହେଲା ହାତୁଡ଼ି, ଛେଣି, କଣାକରା ଯନ୍ତ୍ର , ଧାରକରା ଉହା ଓ ଏକ ବଡ଼ ଲୁହା ବେଦି ଯାହା ପାତ୍ର ଆଦିକୁ କସିକରି ଧରି ରଖେ । ଭାଟିରେ ନିଆଁ ଜଳାଇବା ପାଇଁ ଆଜିକାଲି ବିଦ୍ୟୁତଚାଳିତ ଫୁଙ୍କା ବ୍ୟବହାର କରାଗଲାଣି । [୩]
ତିଆରି ଜାଗା
[ସମ୍ପାଦନା]କଳା | ପ୍ରକାର | ଅଞ୍ଚଳ | ଜିଲ୍ଲା |
---|---|---|---|
କଂସା ପିତ୍ତଳ | କଂସା ପିତ୍ତଳ ବାସନ | ଭଟ୍ଟିମୁଣ୍ଡା | କଟକ |
କଂସା କାମ | କଂସା ବାସନ | ବାଳକାଟି | ଭୁବନେଶ୍ୱର | |
କଂସା ବାସନ | ରେମୁଣା | ବାଲେଶ୍ୱର ଜିଲା | |
ପିତ୍ତଳ କାମ | ପିତ୍ତଳ ମାଛ ଓ ସାପ | ବେଲଗୁଣ୍ଠା | ଗଞ୍ଜାମ ଜିଲା |
ପିତ୍ତଳ ବାସନ | ରେମୁଣା | ବାଲେଶ୍ୱର ଜିଲା | |
ପିତ୍ତଳ ମାଛ | କଣ୍ଟିଲୋ | ନୟାଗଡ଼ ଜିଲା[୪] | |
ପିତଳ କାମ | ସମ୍ବଲପୁର | ସମ୍ବଲପୁର ଜିଲା | |
ପିତଳ କାମ | କଟକ | କଟକ ଜିଲା | |
ଡୋକରା କାମ | ଡୋକରା କଳା | କୁଳିଅଣା | ମୟୂରଭଞ୍ଜ ଜିଲା |
ଡୋକରା କଳା | କାଇମାଟିନ | କେନ୍ଦୁଝର ଜିଲା | |
ଡୋକରା କଳା | ସଡ଼େଇବରଣି | ଢେଙ୍କନାଳ ଜିଲା | |
ଡୋକରା କଳା | ହରଡ଼ଗଡ଼ିଆ | ପୁରୀ ଜିଲା |
ଇତିହାସ
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Brass and Bell Metal
- ↑ Handicrafts. Odisha Government
- ↑ Brass & Bell Metal. Onlytravelguide.com
- ↑ "Brass & Bell Metal". Archived from the original on 2011-10-25. Retrieved 2011-08-17.
ବାହାର ଲିଙ୍କ
[ସମ୍ପାଦନା]- Bell Metal Utensils from Orissa Archived 2013-04-24 at the Wayback Machine.. Craftrevival.org.
- Dhokra Metal Casting of Orissa Archived 2012-01-09 at the Wayback Machine.
- [