ବିଭୁ ପ୍ରସାଦ ତରାଇ
ବିଭୁ ପ୍ରସାଦ ତରାଇ | |
---|---|
ସାଂସଦ: ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ରାଜଶ୍ରୀ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
ସାଂସଦ: ୧୫ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ତ୍ରିଲୋଚନ କାନୁନଗୋ |
ପର ଅଧିକାରୀ | କୁଳମଣି ସାମଲ |
ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମଙ୍ଗରାଜପୁର, ଜଗତସିଂହପୁର | ୧୭ ଜୁନ ୧୯୬୪
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଜୀବନ ସାଥୀ | ରୁନୁଶ୍ରୀ ତରାଇ |
ସନ୍ତାନ | ୨ |
ବାପା/ବୋଉ | ଦୀନବନ୍ଧୁ ତରାଇ (ବାପା) ସରସ୍ୱତୀ ତରାଇ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ବିଭୁ ପ୍ରସାଦ ତରାଇ (ଜନ୍ମ: ୧୭ ଜୁନ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜଣେ ସାଂସଦ ଭାବରେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଭୁ ପ୍ରସାଦ ତରାଇ ୧୯୬୪ ମସିହାର ଜୁନ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୀନବନ୍ଧୁ ତରାଇ ଓ ମାଆଙ୍କ ନାମ ସରସ୍ୱତୀ ତରାଇ । ୨୮ ଅପ୍ରେଲ ୧୯୯ରେ ସେ ରୁନୁଶ୍ରୀ ତରାଇଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିଭୁ ପ୍ରସାଦ ତରାଇ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଜଗସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏଥିରେ, ସେ ସାଂସଦ ଭାବରେ ୨୦୧୪ ମସିହାରେ କାର୍ଯ୍ୟକାଳ ସମାପ୍ତ ହେବାଯାଏଁ କାର୍ଯ୍ୟ କରିଥିଲେ ।
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ, ସେ ସମୁଦାୟ ୫,୮୯,୦୯୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ୪୦,୬୯୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Profile of Members". Government of India. Archived from the original on 1 January 2012. Retrieved 12 March 2012.
- ↑ Nayak, Tapaswini (4 April 2019). "ପଦ୍ମ ଧରିଲେ ବିଭୁ ପ୍ରସାଦ ତରାଇ". Odisha Reporter. ଭୁବନେଶ୍ୱର. Archived from the original on 12 January 2023. Retrieved 12 January 2023.
- ↑ "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Jagatsinghpur (Odisha)". Election Commission of India. Retrieved 6 June 2024.