ବୀରେନ୍ଦ୍ର ସାମନ୍ତରାୟ

ଉଇକିପିଡ଼ିଆ‌ରୁ
ବୀରେନ୍ଦ୍ର ସାମନ୍ତରାୟ
Born
ବୀରେନ୍ଦ୍ର କୁମାର ସାମନ୍ତରାୟ

(1946-07-11) ୧୧ ଜୁଲାଇ ୧୯୪୬ (ବୟସ ୭୭)
ପାଳସାହି, ବାଲିପାଟଣା, ଖୋର୍ଦ୍ଧା
Nationalityଭାରତୀୟ
Parentନିଧି ଖଟେଇ
ହେମ ଦେବୀ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବୀରେନ୍ଦ୍ର ସାମନ୍ତରାୟ(ଜନ୍ମ : ୧୯୪୬ ଜୁଲାଇ ୧୧), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ । ସେ ଶ୍ରୀ ବନଫୁଲ ନାମରେ ମଧ୍ୟ ସାହିତ୍ୟ ରଚନା କରନ୍ତି ।[୧] ୨୦୧୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍‌ ସାହିତ୍ୟ ପୁରସ୍କାର ଓ ୧୯୯୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) ଲାଭ କରିଥିଲେ । ଏଯାବତ ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ଟୁଉକୁ ମୂଷି ନାମରେ ଏକ ଶିଶୁପତ୍ରିକା ସେ କ୍ରମାଗତ ୨୫ବର୍ଷ ଧରି ପ୍ରକାଶ କରିଥିଲେ ।[୨] ନିଜ ପୈତୃକ ଘରେ ସେ ଏକ ଶିଶୁ ସାହିତ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଓ ୨୦୦୪ ମସିହାରେ ଅବସର ଗ୍ରହଣ କରି ସାରିଛନ୍ତି ।

ଜୀବନୀ[ସମ୍ପାଦନା]

ବୀରେନ୍ଦ୍ର ସାମନ୍ତରାୟ ୧୯୪୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ପାଳସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନିଧି ଖଟେଇ ଓ ମାତାଙ୍କ ନାମ ହେମ ଦେବୀ । ୨ ଭାଇ ଓ ଗୋଟିଏ ଭଉଣୀଙ୍କ ମଧ୍ୟରୁ ବୀରେନ୍ଦ୍ର ସବୁଠୁ ବଡ଼ । ପିଲାଦିନୁ ସେ ସାହିତ୍ୟାନୁରାଗୀ ଥିଲେ । ୧୯୫୯ ମସିହାରେ ଅଷ୍ଟମ ଶ୍ରେଣୀରେ ପଢ଼ିଲା ବେଳେ ତାଙ୍କର ପ୍ରଥମ କବିତା ଆମରି ନଟିଆ ମୀନାବଜାର ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୬୩ରେ ସେ ବଳଙ୍ଗା ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ । ସେତେବେଳକୁ ସେ ୧୦୦ଟି କବିତା ଲେଖିସାରିଥିଲେ । ସେ ଏଥିମଧ୍ୟରେ ଶିଶୁ ରାଇଜ ସଂଗଠନ କରି ପିଲାଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ମଧ୍ୟ ଦେଉଥିଲେ । ୧୯୬୩ ମସିହାରେ ସେ ମାଟ୍ରିକ ପାସ କରିବା ପରେ ଖଦି ବୋର୍ଡ଼ରେ ତାଙ୍କୁ ଚାକିରୀ ମିଳିଥିଲେ ମଧ୍ୟ ସେ ତାକୁ ଗ୍ରହଣ କରିଥିଲେ ମଧ୍ୟ ନିଜ ଗାଁରେ ରହି କିଛି କରିବାର ଇଚ୍ଚାରୁ ସେ ଚାକିରୀ ଛାଡିଥିଲେ । ୧୯୬୬ ମସିହାରେ ସେ ନିଜ ଗ୍ରାମରେ ଏକ ଏମ ଇ ସ୍କୁଲ ଆରମ୍ଭ କରି ସେଠାରେ ଶିକ୍ଷକତା ଆରମ୍ଭ କରିଥିଲେ । ଏହି ସ୍କୁଲରେ ସେ ୩୯ବର୍ଷ କାଳ ଶିକ୍ଷକତା କରିଥିଲେ ।[୩] ୧୯୭୧ ମସିହାରେ ସେ 'ଟୁଉକୁ ମୂଷି' ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ ଓ ୧୯୯୬ ମସିହା ପର୍ଯ୍ୟନ୍ତ ନିଜ ପ୍ରକାଶନ ସଂସ୍ଥା ପଲ୍ଲୀପ୍ରଭା ମାଧ୍ୟମରେ ଏହି ପତ୍ରିକା ପ୍ରକାଶନ ଜାରି ରଖିଥିଲେ । ୧୯୯୦ ମସିହାରେ ପୁସ୍ତକ ରାଜାର ସ୍ୱପ୍ନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୪] ୨୦୦୦ ମସିହାରେ ସେ ନିଜ ଘରେ ଶିଶୁ ସାହିତ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ । ୨୬୦୦୦ ଓଡ଼ିଆ ଲୋକଙ୍କ ତଥ୍ୟ ସମ୍ବଳିତ ୫ଟି ବ୍ୟକ୍ତିତ୍ୱ ନଥି ସଂସ୍କରଣ ସେ ପ୍ରକାଶ କରିଛନ୍ତି ।[୫]

ରଚନାବଳୀ[ସମ୍ପାଦନା]

  • ଜୀବ ଜଗତର କାହାଣୀ
  • ଗାଁଆର କାହାଣୀ ଗାଁଆର କଥା
  • ଆଇସ୍କ୍ରିମବାଲାର କାହାଣୀ
  • ଭାରତ ଜ୍ୟୋତି ବୁଦ୍ଧଦେବ
  • ଭାରତଜ୍ୟୋତି ନାନକଦେବ
  • ବିଶ୍ୱର ବିଚିତ୍ର କାହାଣୀ
  • ଆଇସ୍କ୍ରିମବାଲାର କାହାଣୀ
  • ରାଜା ଗଲେ ଯୋଗୀ ହୋଇ
  • କୂଅ ବେଙ୍ଗର ତାପ୍ତୀବ ଯାତ୍ରା[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ବାଲ୍‌ ସାହିତ୍ୟ ପୁରସ୍କାର) - ୨୦୧୯(ସାମଗ୍ରିକ କୃତି)[୭]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) - ୧୯୯୦(ରାଜାର ସ୍ୱପ୍ନ ପୁସ୍ତକ ପାଇଁ)[୮]

ଆଧାର[ସମ୍ପାଦନା]

  1. "Who's Who of Indian Writers". sahitya-akademi.gov.in. Sahitya Akademy. Retrieved 18 June 2019.
  2. India. Office of the Registrar of Newspapers (1978). Press in India: Annual Report of the Registrar of Newspapers for India. Ministry of Information and Broadcasting, Government of India. pp. 543–.
  3. "ପ୍ରଥମ ରୋଜଗାର". No. ଧରିତ୍ରୀ ଛୁଟିଦିନ ଜୁନ ୨୩-୨୯, ୨୦୧୯ ପୃଷ୍ଠା ୧୦. ଧରିତ୍ରୀ. Retrieved 24 June 2019.
  4. Syed Amanur Rahman; Balraj Verma (6 December 2005). The Beautiful India - Orissa. Reference Press. ISBN 978-81-8405-005-9.
  5. "ପୁରସ୍କାରରେ ବିଳମ୍ବ ନୁହେଁ, ମିଳିଲା ଖୁସି: ସାହିତ୍ୟିକ ବୀରେନ୍ଦ୍ର କୁମାର". localwire.me. Retrieved 18 June 2019.
  6. "National Library of India Online Catalog". opac.nationallibrary.gov.in. National Library of India. Retrieved 18 June 2019. {{cite web}}: Cite has empty unknown parameter: |dead-url= (help)
  7. "BAL SAHITYA PURASKAR 2019" (PDF). sahitya-akademi.gov.in. Kendra Sahitya Akademi. Retrieved 18 June 2019.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 18 June 2019.