ଓଡିଶାରେ ପର୍ଯ୍ୟଟନ

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ମନ୍ଦିର, ପୁରୀ

ପର୍ଯ୍ୟଟନ ଓଡ଼ିଶାର ଅର୍ଥବ୍ୟବସ୍ଥାର ଏକ ପ୍ରଧାନ ସହାୟକ, ଯେଉଁଠାରେ ଅଛି ୫୦୦ କି.ମି. ଲମ୍ବର ବିସ୍ତୃତ ସମୁଦ୍ରସୀମା, ଉଚ୍ଚ ପାହାଡ, ଶାନ୍ତ ହ୍ରଦମାଳା ଏବଂ ଚଞ୍ଚଳ ନଦୀମାନେ l ଓଡ଼ିଶା ସମଗ୍ର ଭାରତର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର, ଯାହାର ବନ୍ୟଜନ୍ତୁ ସଂରକ୍ଷଣ ସ୍ଥାନ, ସମୁଦ୍ରତଟ, ମନ୍ଦିର, ଐତିହାସିକ ସ୍ମାରକୀ, କଳା ଏବଂ ପର୍ବପର୍ବାଣିମାନଙ୍କରେ ସାରା ବିଶ୍ୱରୁ ପର୍ଯ୍ୟଟକମାନଙ୍କର ଦୃଷ୍ଟି ରହିଥାଏ l ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସରକାରଙ୍କଦ୍ୱାରା ଏକ ସାର୍ବଜନୀନ ଉପକ୍ରମ, ଓଡ଼ିଶା ପର୍ଯ୍ୟଟନ ସ୍ଥଳୀମାନଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛି l

ମୁଖ୍ୟ ଆକର୍ଷଣମାନ[ସମ୍ପାଦନା]

ମନ୍ଦିର[ସମ୍ପାଦନା]


ସମୁଦ୍ରତଟ[ସମ୍ପାଦନା]

ଓଡ଼ିଶାର ୫୦୦ କି.ମି. ଲମ୍ବର ପରିବ୍ୟାପ୍ତ ସମୁଦ୍ରସୀମା ରହିଛି ଏବଂ ତହିଁରୁ ପୃଥିବୀର କିଛି ସବୁଠାରୁ ସୁନ୍ଦର ସମୁଦ୍ରତଟ ଭାବେ ମଧ୍ୟ ଜଣା l ଓଡ଼ିଶାର ଏହି ଅନନ୍ୟ ସମୁଦ୍ରତଟଗୁଡିକୁ ଭାରତୀୟ ଜଳକ୍ରୀଡା ଉତ୍ସବ - ୨୦୧୪ ପାଇଁ ଚୟନ କର ଯାଇଥିଲା l

ଐତିହାସିକ ସ୍ମାରକୀ[ସମ୍ପାଦନା]

ବୌଦ୍ଧ ଐତିହାସିକ ସ୍ମାରକୀ[ସମ୍ପାଦନା]

ଜୈନ ଐତିହାସିକ ସ୍ମାରକୀ[ସମ୍ପାଦନା]

ଦୁର୍ଗ[ସମ୍ପାଦନା]

ସଂଗ୍ରହାଳୟ[ସମ୍ପାଦନା]

ଜଳପ୍ରପାତ ଏବଂ ଉଷ୍ମ ପ୍ରସବଣ[ସମ୍ପାଦନା]

ହ୍ରଦ[ସମ୍ପାଦନା]

ଚିଲିକା ହ୍ରଦ
  • ଚିଲିକା ହ୍ରଦ: ଦୟା ନଦୀ ମୁହାଣରେ ଥିବା ଏହି ହ୍ରଦ ଏସିଆ ମହାଦେଶର ସବୁଠାରୁ ବଡ଼ କ୍ଷାରା ହ୍ରଦ ଏବଂ ପୃଥିବୀର ଦ୍ୱିତୀୟ ବୃହତ୍ତମ କ୍ଷାରା ହ୍ରଦ l ଏହା ଲକ୍ଷଲକ୍ଷ ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏକ ପକ୍ଷୀ ସଂରକ୍ଷଣ ସ୍ଥଳୀ ଏବଂ ଏହା ମଧ୍ୟ ଏରାୱାଡ଼ି ଡ଼ଲଫିନ (Orcaella brevirostris) ପ୍ରଜାତିଙ୍କ ପାଇଁ ପ୍ରସିଦ୍ଧ, ଯେଉଁମାନେ କି କେବଳ ଭାରତର ଚିଲିକାରେ ହିଁ ମିଳିଥାନ୍ତି l ସମଗ୍ର ପୃଥିବୀରେ ଏହି ପ୍ରଜାତି ଦୁଇଟି ସ୍ଥାନରେ ହିଁ ଦେଖାଯାନ୍ତି ଏବଂ ଚିଲିକା ସେମାନଙ୍କ ମଧ୍ୟରୁ ଗୋଟିଏ l.
  • କାଞ୍ଜିଆ ହ୍ରଦ: ଏହି ହ୍ରଦ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରାଙ୍ଗଣମଧ୍ୟରେ ରହିଛି, ଯାହାକି ଡ଼ଙ୍ଗାଚଳା ବ୍ୟବସ୍ଥା ଏବଂ ନିଜର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା l.
  • ଅଂଶୁପା ହ୍ରଦ: ଏହା ମହାନଦୀର ବାମପଟ କୂଳରେ ଏକ ଘୋଡାନାଲ ଆକୃତିର ମଧୁର-ଜଳ ହ୍ରଦ l ଅଂଶୁପା ହ୍ରଦ କଟକଠାରୁ ୪୦କି.ମି. ଦୂରରେ ବାଙ୍କୀଠାରେ ଅବସ୍ଥିତ, ଯାହା ମଧ୍ୟ ଶୀତଋତୁରେ ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରିଥାଏ l

ଜଳପ୍ରପାତ[ସମ୍ପାଦନା]

ଉଷ୍ମ ପ୍ରସବଣ[ସମ୍ପାଦନା]

ବନ୍ୟପ୍ରାଣୀସମୂହ[ସମ୍ପାଦନା]

ଭିତରକନିକା ଜାତୀୟ ଉଦ୍ୟାନରେ ସୂର୍ଯ୍ୟାସ୍ତର ଦୃଶ୍ୟ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ

ଓଡ଼ିଶା ଏକ ଉଲେଖନୀୟ ସ୍ଥାନ ଯେହେତୁ ଏହା ରୟାଲ ବେଙ୍ଗଲ ପ୍ରଜାତିର ବାଘମାନଙ୍କ ସହିତ ଅନେକ ପ୍ରାଣୀ ସଂରକ୍ଷଣ ସ୍ଥଳୀ, ଅଭୟାରଣ୍ୟ ଏବଂ ସୁନ୍ଦର ପ୍ରାକୃତିକ ସ୍ଥାନମାନଙ୍କୁ ନିଜ ମଧ୍ୟରେ ଦେଇଛି l

ଅଭୟାରଣ୍ୟ[ସମ୍ପାଦନା]

ପ୍ରାକୃତିକ ସ୍ଥାନ[ସମ୍ପାଦନା]

ଚିତ୍ରାବଳୀ[ସମ୍ପାଦନା]

ବାହ୍ୟ ଆଧାର[ସମ୍ପାଦନା]