ବାରବାଟି ଦୁର୍ଗ

ଉଇକିପିଡ଼ିଆ ରୁ
(ବାରବାଟୀ ଦୁର୍ଗ ରୁ ଲେଉଟି ଆସିଛି)
Jump to navigation Jump to search
ବାରବାଟି ଦୁର୍ଗ
Barabati fort at cuttack.jpg
ବାରବାଟି ଦୁର୍ଗର ପ୍ରବେଶ ଦୁଆର
Odisha locator map.svg
ବାରବାଟି ଦୁର୍ଗ
ଦିଗବାରେଣୀ20°29′4.67″N 85°51′51.93″E / 20.4846306°N 85.8644250°E / 20.4846306; 85.8644250
ଆରମ୍ଭ କାଳ୯୮୯ ଖ୍ରୀ.ଅ.
ବାରବାଟି ଦୁର୍ଗର ଉପରିଭାଗ

ବାରବାଟି ଦୁର୍ଗ ଓଡ଼ିଶାର କଟକ ସହରର ଉତ୍ତରାଂଶରେ ମହାନଦୀର କୂଳରେ ଅବସ୍ଥିତ ପ୍ରାଚୀନ ଉତ୍କଳର ଗୋଟିଏ ଦୁର୍ଗ ।

ନାମକରଣ[ସମ୍ପାଦନା]

ଏହି ଦୁର୍ଗର ହତାର କ୍ଷେତ୍ରଫଳ ବାରବାଟି ବା ଦୁଇଶତ ଚାଳିଶ ମାଣ ଥିବାରୁ ଏହାର ଏପରି ନାମ ବାରବାଟି ହୋଇ ଅଛି ।

ଅବସ୍ଥିତି[ସମ୍ପାଦନା]

ଏହା ୨୦° ୧୯’ଉତ୍ତର ଅକ୍ଷାଂଶ ଓ ୮୫° ୫୨’ପୂର୍ବ ଦ୍ରାଘିମାରେ ମହାନଦୀକାଠଯୋଡ଼ିର ମଧ୍ୟଭାଗରେ ଅବସ୍ଥିତ । ଏହା ଭୁବନେଶ୍ୱର ଠାରୁ ୨୫ କି.ମି. ଦୂରରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ବାରବାଟି ଦୁର୍ଗ ପ୍ରଥମେ ଗଙ୍ଗ ବଂଶ ରାଜତ୍ୱ ସମୟରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ପରେ ରାଜା ମୁକୁନ୍ଦ ଦେବ (ଖ୍ରୀ:ଅ ୧୫୬୦-୧୫୬୮)ଙ୍କ ସମୟରେ ତଥା କଥିତ ଦୁର୍ଗର ବହୁଳ ଭାବରେ ଯୋଗିକରଣ କରାଇ ଏହାକୁ ସମ୍ପୂର୍ଣ୍ଣ ରୁପ ଦେଇଥିଲେ।

ଖ୍ରୀ:ଅ ୧୫୬୮ ଠାରୁ ୧୬୦୩ ଯାଏଁ ବାରବାଟି ଦୁର୍ଗ ଆଫଗାନ, ମୋଗଲ ଏବଂ ମରାଠା ଶାସକମାନଙ୍କ ପ୍ରଧାନ ଶାସନ କେନ୍ଦ୍ର ହୋଇ ରହିଥିଲା । ୧୮୦୩ରେ ବ୍ରିଟିଶ ବାହିନୀ ଏହି ଦୁର୍ଗକୁ ମରାଠା ଶାସକଙ୍କଠାରୁ ଅଧିକାର କରିଥିଲେ । ଏହି ଦୁର୍ଗର ଚାରିପାଖରେ ଗଡ଼ଖାଇ ଓ ପ୍ରାଚୀର ଅଛି । ପାରମ୍ପରିକ ଇତିହାସ ଅନୁସାରେ କଟକ ନଗରର ପ୍ରତିଷ୍ଠାସୋମବଂଶୀ ରାଜା ନୃପକେଶରୀ ଦେଇ ହୋଇଥିଲା । ମାଦଳା ପାଞ୍ଜିରେ ଲିଖିତ ଅଛି ଯେ ଏହି ଦୁର୍ଗ ୯୮୯ ଖ୍ରୀ.ଅ.ରେ ନିର୍ମିତ ହୋଇଥିଲା । ପ୍ରଫେସର ପି. ମୁଖାର୍ଜି ପ୍ରମୁଖ କେତେକ ଗବେଷକଙ୍କ ମତରେ ଗଙ୍ଗା ରାଜା ଅନଙ୍ଗଭୀମଦେବ ୩ୟ (ଶାସନକାଳ ୧୨୧୧-୧୨୩୮ ଖ୍ରୀ.ଅ.) କଟକର ପ୍ରତିଷ୍ଠା କରିଥିଲେ ।[୧]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]