ଏମାର ମଠ

ଉଇକିପିଡ଼ିଆ‌ରୁ
ଏମାର ମଠ

ଏମାର ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ଭିତରୁ ଗୋଟିଏ । ସନ୍ଥ ରାମାନୁଜ ପ୍ରଥମେ ସ୍ୱର୍ଗଦ୍ୱାରରେ ଛତା ପୋତି ରହିଥିଲେ । ତାପରେ ସେଠାରେ ସେ ମଠ କରିଥିଲେ । ଏହା ପରେ ବର୍ତ୍ତମାନର ଏମାର ମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଲେ । ସେହି ଛତାରୁ ସେଠାରେ ଏମାର ମଠ ହେଲା । ବିବାଦୀୟ ଭାବେ, ୨୦୧୧ ମସିହାରେ ଏଠାରେ ୯୦ କୋଟି ଟଙ୍କା ମୁଲ୍ୟର ୫୨୨ଟି ରୂପା ଦଣ୍ଡି (୧୮ କିଗ୍ରା) ମିଳିଥିଲା ।[୧]

ଇତିହାସ[ସମ୍ପାଦନା]

ଶ୍ରୀଜଗନ୍ନାଥଙ୍କ ସହିତ ସମ୍ପର୍କ[ସମ୍ପାଦନା]

ଏହି ମଠ ପୁରୀ ପ୍ରସିଦ୍ଧ ଅଟେ।ଏହି ମଠରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନିଳାଦ୍ରୀ ବିଜେ ଦିନମାନଙ୍କରେ ପନ୍ତି ଭୋଗ କରାଯାଏ।ଏମାର ମଠରେ ଅଣସର ସମୟରେ ଚକଟା ଭୋଗ କରାଯାଇଥାଏ।ଏହି ମଠକୁ ଗୁଣ୍ଡିଚା ମନ୍ଦିରଠାରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି।ଏହି ମଠ ମହନ୍ତଙ୍କର ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ଅଛି।

ସମ୍ପତ୍ତି[ସମ୍ପାଦନା]

୨୦୧୧ ମସିହାରେ ଓଡ଼ିଶା ପୋଲିସ ୧୮ କିଗ୍ରା ଓଜନର ୫୨୨ଟି ରୂପା ଇଟା ଏହି ମଠରୁ ଜବତ କରିଥିଲା । ଏକ ସିନ୍ଧୁକ ଭିତରେ ବନ୍ଦ ଥିବା ରୂପା ଇଟାଗୁଡ଼ିକର ମୂଲ୍ୟ ୯୦ କୋଟି ଅଧିକ ବୋଲି ପୋଲିସ ଜଣାଇଥିଲା । ସିନ୍ଧୁକଟି ଏକ ଘର ଭିତରେ ରଖାଯାଇଥାଏ । ରୂପାସବୁ ୧୦୦ ବର୍ଷ ବା ତହିଁରୁ ଅଧିକ ପୁରୁଣା । ଇଟାମାନଙ୍କ ଉପରେ ବ୍ୟାଙ୍କକ, ସାଙ୍ଘାଇ ଓ କାନାଡ଼ା ଆଦି ଲେଖାଥିଲା ।[୧][୨] ମଠ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ପୂର୍ବ ମହନ୍ତ ମଠରେ ଗୁପ୍ତଧନ ଥିବାର ସୂଚନା ଦେଇଥିଲେ ବୋଲି ପୋଲିସ ନିକଟରେ ଜଣାଇଥିଲେ । ଓଡ଼ିଶା ଧାର୍ମିକ ହିନ୍ଦୁ ଅଧିକାର ଆଇନ (Orissa Religious Hindu Endowment Act)ଦ୍ୱାରା ପରିଚାଳିତ ଓ ଏହି ଆଇନ ପରିସର ଭିତରେ ଏହି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇନଥିବାରୁ ରୂପାତକ ପୋଲିସ ହେପାଜତରେ ରଖାଯାଇଥିଲା ।[୩][୪]

ଉଚ୍ଛେଦ[ସମ୍ପାଦନା]

ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତଙ୍କର ଦର୍ଶନ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିରର ୭୫ ମିଟର ପରିସୀମାରେ ଅବସ୍ଥାନ କରୁଥିବାରୁ ଏମାର ମଠକୁ ଅଗଷ୍ଟ ମାସ ୨୦୧୯ ମସିହାରେ ଭଙ୍ଗାଯାଇଥିଲା ।[୫] ଏମାର ମଠର କାନ୍ଥବାଡ଼ ଅସୁରକ୍ଷିତ ଥିବା ଦର୍ଶାଯାଇ ଏହାକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ । ମଠ ଭାଙ୍ଗିବା ସମୟରେ ଏକ ଗୁପ୍ତ ଧାନକୋଠିର ସନ୍ଧାନ ମିଳିଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ Barik, Satyasundar (ଫେବୃଆରୀ ୨୬, ୨୦୧୧). "Hidden treasure' worth Rs. 90 crore found in Puri's Emar Mutt". Bhubaneswar. Retrieved ଅଗଷ୍ଟ 22, 2015. {{cite news}}: Check date values in: |date= (help)
  2. "HC directs not to shift silver bricks from MR mutt". Odishatv Bureau. ମାର୍ଚ୍ଚ ୩, ୨୦୧୧. Retrieved ଅଗଷ୍ଟ ୨୨, ୨୦୧୫. {{cite web}}: Check date values in: |accessdate= and |date= (help)
  3. "14 tonnes of silver bricks found in Puri Mutt". Sify News. ଫେବୃଆରୀ ୨୬, ୨୦୧୧. Retrieved ଅଗଷ୍ଟ ୨୨, ୨୦୧୫. {{cite web}}: Check date values in: |accessdate= and |date= (help)
  4. Mohapatra, Debabrata. Behera, Sumitra (ଫେବୃଆରୀ ୨୭, ୨୦୧୧). "17 tonnes of silver found hidden at Puri Math". Retrieved ଅଗଷ୍ଟ 22, 2015. {{cite news}}: Check date values in: |date= (help)CS1 maint: multiple names: authors list (link)
  5. http://sambad.in/state/puri-amra-matha-417774/
  6. "ଏମାର ମଠ ଉଚ୍ଛେଦ ବେଳେ ବାହାରିଲା 'ଗୁପ୍ତସୁଡ଼ଙ୍ଗ'! ସାଧାରଣରେ ଜୋରଦାର ଚର୍ଚ୍ଚା". Sambad (in ଆମେରିକୀୟ ଇଂରାଜୀ). 2019-08-29. Retrieved 2019-08-30.

ଅଧିକ ପଠନ[ସମ୍ପାଦନା]