ବରୁଣେଇ ମନ୍ଦିର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବରୁଣେଇ ଓ କରୁଣେଇ

ମା ବରୁଣେଇ ମନ୍ଦିର ଖୋର୍ଦ୍ଧାର ପ୍ରସିଦ୍ଧ ବରୁଣେଇ ପାହାଡ଼ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ । କୁଣ୍ଡାପଥରରେ ଭର୍ତ୍ତି ଏହି ପାହାଡ଼ର ଦୈର୍ଘ୍ୟ ୭ କିମି ଓ ପ୍ରସ୍ଥ ୮୦୦ ମିଟର । ପାହାଡ଼ର ଉଚ୍ଚତା ପ୍ରାୟ ୩୦୪.୮ ମିଟର ।

ବରୁଣେଇ ମନ୍ଦିର[ସମ୍ପାଦନା]

ବରୁଣେଇପାହାଡ଼ର କଟି ଦେଶରେ ୧୫୦ ଫୁଟ ଉଚ୍ଚତାରେ ମା’ ବରୁଣେଇଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ପୂଜା ପାଉଥିବା ଦୁଇ ଭଉଣୀ ବା ଦୁଇ ଦେବୀ ହେଲେ ବରୁଣେଇ ଓ କରୁଣେଇ । କଳାମୁଗୁନି ପଥରରେ ନିର୍ମିତ ବରୁଣେଇ ସିଂହାସନର ବାମପଟେ ଓ କରୁଣେଇ ଡାହାଣ ପାର୍ଶୱରେ ବିରାଜମାନ । ଯୁଦ୍ଧ ବେଶରେ ସଜ୍ଜିତ ପ୍ରତ୍ୟେକ ମୂର୍ତ୍ତିର ଉଚ୍ଚତା ୧୮ଇଞ୍ଚ । ଅଦଲ କୁଣ୍ଡ ଝରଣା ଦେବୀଙ୍କ ନାଭିସ୍ଥଳ ଦେଇ ପାଦତଳକୁ ବହିଯାଇଛି । ଏହାର ଜଳ ପାଦୁକା ଭାବେ ବ୍ୟବହାର କରାଯାଏ । ଏହି ପୀଠରେ ଦୈନିକ ପିଠାକ୍ଷୀରି ଭୋଗ କରାଯାଏ । ରଜ ପର୍ବ ସମୟରେ ୪ଦିନ ବ୍ୟାପି ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହେବା ସହ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁଯାୟୀ ଦୁଇଦେବୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ଓଡ଼ିଶାର ଗଜପତିଙ୍କ ସହାୟତା କରିଥିଲେ । ଦୁଇ ଭଉଣୀ ଦୁର୍ଗ ମଧ୍ୟରେ ରହି ସଂକୀର୍ଣ୍ଣ ପ୍ରାଚୀର ମଧ୍ୟରେ ପ୍ରବେଶ କରୁଥିବା ଇଂରେଜ ସୈନ୍ୟମାନଙ୍କୁ ହତ୍ୟା କରୁଥିଲେ । ଇଂରେଜମାନେ ଏହା ଜାଣିପାରି ଦୁଇ ମୂର୍ତ୍ତୀଙ୍କୁ ଅପବିତ୍ର କରି ଶକ୍ତିହୀନ କରିବାରେ ସଫଳ ହେବା ପରେ ଗଜପତି ପରାଜିତ ହୋଇଥିଲେ । ।

ପୌରାଣିକ କିମ୍ବଦନୀ ବହନ କରୁଥିବା ଅନ୍ୟ ଦର୍ଶନୀୟ ସ୍ଥାନ ଗୁଡ଼ିକ ହେଲା: ପାଣ୍ଡବ ଗୂହା, ପାଣ୍ଡବ ଗୁମ୍ଫା ଓ ପାଣ୍ଡବ ହରା।

  • ପାଣ୍ଡବ ହରା: ପାଣ୍ଡବକୌରବଙ୍କ ମଧ୍ୟରେ ହୋଇଥିବା ପଶାଖେଳରେ ପାଣ୍ଡବମାନେ ହାରିଯାଇଥିବାରୁ ଏହା ପାଣ୍ଡବହରା ଭାବେ ନାମିତ । ଶ୍ରୀରାମଚନ୍ଦ୍ର ବନବାସ ସମୟରେ ବରୁଣେଇରେ ଅବସ୍ଥାନ କରୁଥିବାବେଳେ ବିରାଜମାନ କରୁଥିବା ପଥରଟି ଶ୍ରୀରାମ ପଥର ଭାବେ ପରିଚିତ । । ଦେବୀ ସୀତା ରୋଷେଇସାରି ଏହି ସ୍ଥାନରେ ହାଣ୍ଡି ଧୋଇ କହିଥିଲେ ଯେ, ସୃଷ୍ଟି ଥିଲା ପର୍ଯ୍ୟନ୍ତ ଏଠାରେ ପାଣି ଶୁଖିବ ନାହିଁ ପ୍ରଚଣ୍ଡ ଗ୍ରୀଷ୍ମରେ ମଧ୍ୟ ଏଠାରେ ପାଣି ଶୁଖୁନଥିବାର ଲୋକମୁଖରୁ ଶୁଣିବାକୁ ମିଳେ ।

ଆଧାର[ସମ୍ପାଦନା]