ଖଣ୍ଡାଧାର ଜଳପ୍ରପାତ

ଉଇକିପିଡ଼ିଆ ରୁ
Jump to navigation Jump to search
ଖଣ୍ଡାଧାର ଜଳପ୍ରପାତ
Khandhadhar Falls.jpg
ଅବସ୍ଥାନସୁନ୍ଦରଗଡ଼ ଜିଲା, ଓଡ଼ିଶା, ଭାରତ
ପ୍ରକାରଘୋଡା ଲାଞ୍ଜ ପରି
ଉଚ୍ଚତା୨୪୪ ମି[convert: %s]%s
ଖାଲମାନଙ୍କ ସଂଖ୍ୟା
ଝରଣାକୋରାପାଣି ନାଳ

ଖଣ୍ଡାଧାର ଜଳପ୍ରପାତ ସୁନ୍ଦରଗଡ଼ ଜିଲାରେ ଥିବା ଓଡ଼ିଶାର ସବୁଠୁ ବଡ଼ ଜଳପ୍ରପାତ ।[୧]

ଉଚ୍ଚତା ଓ ଅବସ୍ଥାନ[ସମ୍ପାଦନା]

ଏହାର ଉଚ୍ଚତା ହାରାହାରି ୮୦୦ ଫୁଟ(୨୪୪ ମିଟର)[୨] ଏବଂ ଏହା ରାଉରକେଲାରୁ ୯୦ କିଲୋମିଟର ଦୂରତାରେ ଅବସ୍ଥିତ ।ଏହାକୁ ଭାରତର ଚତୁର୍ଥ ଉଛତମ ଜଳପ୍ରପାତ ବୋଲି ମଧ୍ୟ କୁହା ଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

ଲୋକକଥା ଅନୁଯାୟୀ, ସୁନ୍ଦରଗଡ଼ ପାହାଡିଆ ଅଞ୍ଚଳରେ ଠାକୁରାଣୀ "କଙ୍କାଳ ଦେବୀ" ବାସ କରୁଥିଲେ । ବଡ଼ ବଡ଼ ଗଛ, ପଥର, ମାଟି ଯାହା ପାଉଥିଲେ, ସେ ଖାଇ ଯାଉଥିଲେ । ଏତଦ୍ୱାରା, ସେ ଅଞ୍ଚଳର ଅଧିବାସୀ "ପାହାଡି ଭୂୟାଁ" ଜନଜାତିର ଲୋକମାନେ ଅତିଷ୍ଟ ହୋଇ ପଡିଥିଲେ ।[୩] ସେମାନେ, ଠାକୁରାଣୀଙ୍କୁ ନେଇ ଏକ ବଡ଼ ଶିଳା ଉପରେ ରଖିଲେ । ସେହି ଶିଳାକୁ ଠାକୁରାଣୀ ମଝିରୁ ଖାଇଦେବାରୁ ଏକ ଗାତ ସୃଷ୍ଟି ହୋଇ, ପାହାଡ଼ ତଳକୁ ପାଣି ବୋହିବାକୁ ଲାଗିଲା । ପ୍ରାୟ ୮୦୦ଫୁଟ ଉପରୁ ତଳକୁ ପଡୁଥିବା ପାଣି ଠିକ ଏକ ଖଣ୍ଡାର ଧାର ଭଳି ଦେଖାଯାଏ ।[୪] ତେଣୁ, ଏହି ଜଳପ୍ରପାତର ନାମ "ଖଣ୍ଡାଧାର" ରହିଛି । ପାହାଡ଼ ଉପରର ଏହି ଚିରସ୍ରୋତା ଜଳ ଉତ୍ସର ନାମ "କୋରାପାଣି ନାଳ" । ଏହି ପାଣି ଧାର ଉପରେ ସୂର୍ଯ୍ୟକିରଣ ପଡି ଏକ ଭାସମାନ ଇନ୍ଦ୍ରଧନୁ ଭଳି ଦେଖାଯାଏ ।[୫]

ଗମନାଗମନ ବ୍ୟବସ୍ଥା[ସମ୍ପାଦନା]

ଖଣ୍ଡାଧାର ପହଞ୍ଚିବାକୁ ହେଲେ ପ୍ରଥମେ ରାଉରକେଲା ଯାଇ ସେଠାରୁ ଜାତୀୟ ରାଜପଥ ୨୩ରେ ଲହୁଣିପଦା ଯାଏ ଯିବାକୁ ହେବ । ସେଠାରୁ ଦହନକୁ ଲାଳେଇ ଛକ ଯାଏ ଯାଇ ବାମ ପାର୍ଶ୍ୱ ରାସ୍ତାରେ ଗଲେ ଖଣ୍ଡାଧାର ପଡିବ । ଲହୁଣିପଦାରୁ ଯାଇଥିବା ରାସ୍ତା କେବଳ ଗ୍ରୀଷ୍ମକାଳୀନ ରାସ୍ତା । ଏହା ପୁକ୍କ ରାସ୍ତା ନୁହେ ।[୬]

ଅନିୟନ୍ତ୍ରୀତ ଖଣି ଖନନ, ଖଣ୍ଡାଧାର ଜଳପ୍ରପାତ ପ୍ରତି ବିପଦ ସୃଷ୍ଟି କରୁଛି ।[୭]

ଆଧାର[ସମ୍ପାଦନା]

  1. khandadhar-falls
  2. http://www.worldwaterfalldatabase.com/country/India/
  3. N. Patnaik (1980). Hand Book on the Pauri Bhuinya: An Anthropological Study of the Primitive Section of the Bhuinya Tribe of Orissa. Tribal & Harijan Research-cum-Training Institute.
  4. http://www.rourkelacity.com/visitors/where-to-visit/khandadhar-waterfal/
  5. "ଖଣ୍ଡାଧାର". ସମ୍ବାଦ ୦୧/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 1 July 2015. Retrieved 1 July 2015.
  6. http://www.trodly.com/india/destination-4877/khandadhar-falls
  7. Padmaja Mishra (1 January 2006). Natural Resources and Economic Development. Deep & Deep. pp. 188–. ISBN 978-81-7629-780-6.