ଦେବକୁଣ୍ଡ

ଉଇକିପିଡ଼ିଆ ରୁ
Jump to navigation Jump to search
ଦେବକୁଣ୍ଡ
Deokund
ପର୍ଯ୍ୟଟନସ୍ଥଳୀ
ଦେବକୁଣ୍ଡ is located in ଓଡ଼ିଶା
ଦେବକୁଣ୍ଡ
ଦେବକୁଣ୍ଡ
Location of Devkund in Orissa
Coordinates: 21°35′00″N 86°22′00″E / 21.5833°N 86.3666°E / 21.5833; 86.3666Coordinates: 21°35′00″N 86°22′00″E / 21.5833°N 86.3666°E / 21.5833; 86.3666
ଦେଶ  ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ମୟୁରଭଞ୍ଜ
ୱେବସାଇଟ mayurbhanj.nic.in

ଦେବକୁଣ୍ଡ (ଦେବାଦେବୀଙ୍କର ସ୍ନାନକୁଣ୍ଡ) ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉଦଳା ନିକଟସ୍ଥ ଥିବା ଏକ ପ୍ରାକୃତିକ ମନୋହର ସ୍ଥାନ । [୧] ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଳପ୍ରପାତ ପାଇଁ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏଠାକାସମୀବୃକ୍ଷର ଆକର୍ଷଣ ଅନନ୍ୟ । ବାରିପଦା ଠାରୁ ଦେବକୁଣ୍ଡର ଦୂରତା ୬୦ କି.ମି ଓ ବାଲେଶ୍ଵର ଠାରୁ ୮୫ କି.ମି । ଦେବକୁଣ୍ଡ ଶିମିଳିପାଳ ଅଭୟାରଣ୍ୟରେ ଅବସ୍ଥିତ । [୨] ଏହା ନିକଟକୁ ଯିବାକୁ ହେଲେ ଉଦଳାରୁ ବୃନ୍ଦାଗଡ଼ିଛକ-ବୃନ୍ଦାଗଡ଼ି ଛକରୁ ପଶ୍ଚିମକୁ ଗଲେ କୁଣ୍ଡାବାଇ ପଞ୍ଚାୟତ ନିକଟରେ ଏକ ଫରେଷ୍ଟ ଗେଟ୍ ରାସ୍ତା ଦେଇ ଦେବକୁଣ୍ଡକୁ ଯିବାକୁ ହୁଏ । ଦେବକୁଣ୍ଡ ନାମଟିର ବିଶେଷତ୍ୱ ଏହି ଯେ ବୋଧହୁଏ ସ୍ୱର୍ଗର ଦେବାଦେବୀମାନେ ମର୍ତ୍ତ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଓହ୍ଲାଇ ଆସନ୍ତି ଏହି ଦେବକୁଣ୍ଡକୁ । ସେଥିପାଇଁଏ ସ୍ଥାନଟିର ନାମ ଦେବକୁଣ୍ଡ ।

ଇତିହାସ[ସମ୍ପାଦନା]

ଜନଶୃତି କହେ ମୟୂରଭଞ୍ଜର ରାଜା ପାରିଧିକୁ ଯାଇ ଏହି ସ୍ଥାନଟିକୁ ଆବିଷ୍କାର କରିଥିଲେ। ଥରେ ରାଜା ପାତ୍ରମନ୍ତ୍ରୀଙ୍କ ସହ ଶିକାର ଉଦ୍ଦେଶ୍ୟରେ ପାରିଧିକୁ ଯାଇଥିଲେ । ରାତିରେ ଫେରି ନପାରି ବଣରେ ରାତି କଟାଇଲେ । ତାଙ୍କ ଚକ୍ଷୁସାମ୍ନାରେ ହଠାତ୍ ଏକ ଉଜ୍ଜ୍ୱଳ ଆଲୋକମୟ ଦିବ୍ୟଜ୍ୟୋତି ଶୂନ୍ୟେ ଶୂନ୍ୟେ ଘୋର ଜଙ୍ଗଲ ଆଡ଼କୁ ମାଡ଼ି ଯାଉଥିବାର ଦେଖିଲେ । ରାତ୍ରି ସମୟ ! ଦୃଶ୍ୟପଟ୍ଟକୁ ଅତିକ୍ରମ କରିଯାଉଥିବାଆଲୋକକୁ ରାଜା ଅବାକ୍ ହୋଇ ଚାହିଁ ରହିଲେ । ଘଞ୍ଚ ଅରଣ୍ୟ ଭିତରୁ ବହୁ ସ୍ୱର ସଙ୍ଗୀତର ମୂର୍ଚ୍ଚନା, ବେଦର ଓଁକାର ଧ୍ଵନି ନିରବତାକୁ ଶତମୁଖ କରି ତୋଳୁଛି । ରାଜାଙ୍କ କର୍ଣ୍ଣଗହ୍ୱରକୁ ଏସବୁ ଆସୁଛି କୁଆଡ଼ୁ ? ଆଶ୍ଚର୍ଯ୍ୟର ସହିତ କାଳ ବିଳମ୍ବ ନକରି ନିଷ୍ପ୍ରଭ ଆଲୋକର ଗତିପଥକୁ ଅନୁସରଣ କଲେ । ସବୁ ବାଧା ବନ୍ଧନକୁ ପଛରେ ପକାଇ ରାଜା ପାଦ ପରେ ପାଦ ଅତିକ୍ରମ କରି ଚାଲିଛନ୍ତି । ପୁଣି ତାଙ୍କ କର୍ଣ୍ଣରେ ସେହି ରୁଣୁଝୁଣୁ ଶବ୍ଦ, ଓଁକାର ଧ୍ଵନି ସ୍ନାନ କରିବାର ଶବ୍ଦ ପ୍ରତିଧ୍ଵନି ଛଳରେ ମଳୟ ପବନରେ ଭାସି ଆସୁଛି । ରାଜାଙ୍କ ମନରେ ଗଭୀର ଉତ୍କଣ୍ଠା, କେଉଁଠାରୁ ଏସବୁ ଶବ୍ଦ ଶୁଭୁଛି । ରାଜା ମନର ଦମ୍ଭ ଓ ସମସ୍ତ ଶକ୍ତିକୁ ଉପଯୋଗ କରି ବଣ ପରେ ବଣ, ଗିରିପରେ ଗିରି ଗହ୍ୱରକୁ ନମାନି ଆଗକୁ ଆଗେଇ ଚାଲିଛନ୍ତି । ପଛେ ପଛେ ପାରିଷଦବର୍ଗ ଅନୁଧାବନ କରୁ ଛନ୍ତି । ଶେଷରେ ଭୀମ ଗର୍ଜନ ସୃଷ୍ଟି କରୁଥିବାପ୍ରାକୃତିକ ଜଳପ୍ରପାତର ସ୍ୱଚ୍ଛ ଜଳଧାରଟି ରାଜାଙ୍କ ଦୃଷ୍ଟିକୁ ଆସିଲା ଦେବକୁଣ୍ଡ ଜଳପ୍ରପାତ ।

ପରିବେଶ ଓ ଜଳପ୍ରପାତ[ସମ୍ପାଦନା]

ଦେବକୁଣ୍ଡ ଜଳପ୍ରପାତ
ଦେବକୁଣ୍ଡ ଅମ୍ବିକା ମନ୍ଦିର

ଶୀତ ଋତୁରେ ଏହି ଦେବକୁଣ୍ଡକୁ ଦର୍ଶନ କରିବାକୁ ଦର୍ଶକମାନଙ୍କର ପ୍ରବଳ ଭିଡ଼ ଜମେ । ପ୍ରାୟ ଦେବକୁଣ୍ଡ ଶୀତ ଋତୁରେ ଜନାରଣ୍ୟ ହୋଇପଡେ । ଏହିପରି ଚାରୋଟି କୁଣ୍ଡ ଦେଇ ନିମ୍ନଗାମୀ ହୋଇଛନ୍ତି ଦୁଇଟି ନଦୀ ପୁଣି କିଛି ଦୂର ଅତିକ୍ରମ କରି ଦୁଇଧାର ହୋଇ ଯାଇଛନ୍ତି । ପ୍ରଥମେ କଦଳୀ ବାଗାନ୍ - ହଳଦୀ କୁଣ୍ଡ - ଦେବୀକୁଣ୍ଡ - ଦେବକୁଣ୍ଡ - ସାଧାରଣ ମଣିଷର ସ୍ନାନକୁଣ୍ଡକୁ ଆମେ ଜାଣୁ । କିନ୍ତୁ ଜନଶୃତି କହେ ୭ଟି କୁଣ୍ଡ ଏଠାରେ ଅଛି । ଅନ୍ୟ ତିନୋଟି କୁଣ୍ଡ ଏଠାରେ ଅଛି ଯାହା ଆମ୍ଭମାନଙ୍କ ଦୃଶ୍ୟ ବାହାରେ । ଏଗୁଡ଼ିକ କେବଳ ଶବର ଖଡି଼ଆ, ମାଙ୍କଡିଆ ଓ ଶିକାରୀଙ୍କ ଦୃଷ୍ଟକିୁ ଆସିପାରେ । ଏହି ଝର ଦେବକୁଣ୍ଡଠାରୁ ବହୁଦୂରକୁ ଯାଇ ଦୁଇଟି ଝରରେ ପରିଣତ ହୋଇଛି । ଗୋଟିଏ ଦେବଝର ଓ ଅନ୍ୟଟି ଦେଓଝର । ଏହି ଦୁଇଟି ଝର ଆସି ଦେବକୁଣ୍ଡରେ ପଡ଼ିଛନ୍ତି । କଦଳୀ ବନର ଅନେକ ଦୂରରୁ ଏହି ଝର ସୃଷ୍ଟି ହୋଇଥିବାରୁ ଦର୍ଶକ ସେ ପର୍ଯ୍ୟନ୍ତ ଯାଇପାରନ୍ତି ନାହିଁ । ଦର୍ଶକଙ୍କ ଅନୁଭୂତିରେ ପ୍ରଥମ କୁଣ୍ଡ ହଳଦୀ କୁଣ୍ଡ । ଯାହା ଗୋଟିଏ ବଡ଼ ହଳଦୀ ପଥର ଖଣ୍ଡ ନିକଟରେ ଲାଗି ତଳକୁ ବହିଯାଇଛି । ସେହି ପାଣି ତଳେ ଥିବାଛୋଟବଡ଼ ପଥର ଖଣ୍ଡଗୁଡ଼ିକୁ ଘସି ଦେଲେ ହଳଦୀ ରଙ୍ଗ ବାହାରେ । ସେଥିପାଇଁ ତା'ର ନାମ ହଳଦୀ କୁଣ୍ଡ, ଦ୍ୱିତୀୟ କୁଣ୍ଡଟିର ନାମ ଦେବୀକୁଣ୍ଡ । ଏହି କୁଣ୍ଡର ଜଳ କଳା ଓ ସ୍ୱଚ୍ଛ । ଦେବୀକୁଣ୍ଡର ଜଳ ବହୁ ତଳକୁ ଗୋଟିଏ ବଡ଼ ଚଉଡ଼ା ଚକା ପଥର ଉପର ଦେଇ ଗତି କରିଛି । ଏହି କୁଣ୍ଡଟିର ନାମ ଦେବକୁଣ୍ଡ । ଏହି ଦେବୀକୁଣ୍ଡ ଓ ଦେବକୁଣ୍ଡର ପାଶ୍ୱର୍ରେ ଏକ ଦେବୀ ମନ୍ଦିର ଅବସ୍ଥିତ । ଯେଉଁ ମନ୍ଦିରରେ ତାନ୍ତ୍ରିକ ବିଧିରେ ମା' ଅମ୍ବିକା ପୂଜା ପାଉଛନ୍ତି ।

ପ୍ରପାତଟି ଛୋଟ ହେଲେ ମଧ୍ୟ ଆକର୍ଷଣୀୟ । ଏହି କ୍ଷୁଦ୍ର ଜଳ ପ୍ରପାତଟିର ଗଭୀରତା ପ୍ରାୟ ୧୦୦ ଫୁଟରୁ ଅଧିକ। ଏହି ପ୍ରପାତଟିରେ ବହୁତ ବଡ଼ ବଡ଼ ମାଛ ତାଙ୍କର ଲାଞ୍ଜପିଟି ଗଭୀର ଜଳରେ ଖେଳୁଥାନ୍ତି । ତାଙ୍କର ରଙ୍ଗ ହଳଦୀ ରଙ୍ଗ । ଦେବକୁଣ୍ଡର ଜଳ ଅତି ଥଣ୍ଡା । ଏହି ସ୍ଥାନଟିକୁ ଲୋକଲୋଚନକୁ ଆଣିବା ପାଇଁ ରାଜା ଯଥାସମ୍ଭବ ଘୋର ଅରଣ୍ୟ ମଧ୍ୟରେ ଏକ ସଂକୀର୍ଣ୍ଣ ପଥ, ପଥର ଖଣ୍ଡ କାଟି କାଟି ଚଲାପଥଟିଏ ନିର୍ମାଣ କରି ଦେଇଛନ୍ତି ଦେବକୁଣ୍ଡର ଝର (ପ୍ରପାତ) ପର୍ଯ୍ୟନ୍ତ । ଅନ୍ୟ ଖରା ଓ ବର୍ଷା ସମୟରେ ସେଠାକୁ ଯିବା କଷ୍ଟକର ବ୍ୟାପାର । କାରଣ ଘଞ୍ଚ ଅରଣ୍ୟ । ପଥର ଗୁମ୍ଫା ସବୁଥିବାରୁ ଓ ଜଳଧାର କୂଳରେ ବନ୍ୟ ହିଂସ୍ର ଜନ୍ତୁ ସବୁ ରହୁଥିବାରୁ ସେଠାକୁ ଅନ୍ୟଦିନରେ ଯିବା ନିରାପଦ ନୁହେଁ ।

ଏହାର ନିକଟରେ ଏକ ପୁରାଣ ପ୍ରସିଦ୍ଧ ବୃକ୍ଷ ରହିଛି । ଦ୍ୱାପର ଯୁଗର ଶମୀ ବୃକ୍ଷ ପଥରରେ ପରିଣତ ହୋଇଛି । ଯେଉଁବୃକ୍ଷରେ ଅଜ୍ଞାତ ବାସ ସମୟରେ ନିଜର ବୀରତ୍ୱ ପଣକୁ ଲୁକ୍କାୟିତ କରି ପଞ୍ଚୁପାଣ୍ଡବ ପତ୍ନୀ ଦ୍ରୌପଦୀଙ୍କ ସହିତ ବିରାଟ ନଗରରେ ରହିଥିଲେ । ଶମୀବୃକ୍ଷରେ ନିଜର ଗାଣ୍ଡିବ ଧନୁ ଶର, ଅଙ୍ଗବସ୍ତ୍ର, ଲୁକ୍କାୟିତ କରି ନିଜେ ତୃତୀୟ ପାଣ୍ଡବ (ଅଜ୍ଜର୍ନୁ ) ବୃହନ୍ନଳା ସାଜି ବିରାଟ ରାଜାଙ୍କ କନ୍ୟା ଉତ୍ତରାର ନୃତ୍ୟଗୁରୁ ରୂପେ ସମୟ ଅତିବାହିତ କରିଥିଲେ। ଶମୀବୃକ୍ଷ ଯେଉଠିଁ ଅଜ୍ଜର୍ନୁ ନଜିର ପୌରୁଷତକ୍ୱୁ ହରାଇ ନଂପସୁ କ ଭାବରେ ଉତ୍ତରାର ନୃତ୍ୟ ଗୁରୁଥିଲେ । ସେହି ଶମୀବୃକ୍ଷର ଉଚ୍ଚତା ପ୍ରାୟ ୩୦୦ ଫୁଟରୁ ଅଧିକ। ଚଉଡ଼ା (ବ୍ୟାସ) ୮୦ ଫୁଟ । ଏହା ନଭଶ୍ଚୁମ୍ବୀ ଏକ ବିରାଟ ପଥର । ଯାହାର ନାମ ପୁରାଣ ପ୍ରସିଦ୍ଧ । ଏହାର ଭିତରେ ପଞ୍ଚୁପାଣ୍ଡବଙ୍କ ଅସ୍ତ୍ରଶସ୍ତ୍ର ଥିବାର ଜନଶ୍ରୁତି କହେ ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]