ତପ୍ତପାଣି

ଉଇକିପିଡ଼ିଆ‌ରୁ

ତପ୍ତପାଣି, ଗଜପତୀ ଜିଲ୍ଲାରେ ଥିବା ଏକ ଉଷ୍ଣପ୍ରସ୍ବରଣ ।[୧] ବ୍ରହ୍ମପୁର ସହରଠାରୁ ଏହାର ଦୂରତ୍ୱ ପ୍ରାୟ ୫୦ କିମି ଏବଂ ମୋହନା ଥାନାରୁ ୨୪ କିମି ।[୨] ଏହି ଉଷ୍ଣପ୍ରସ୍ବରଣଟି ଧଣ୍ଡାମରା ଏବଂ ସାନଖେମୁଣ୍ଡି ପାହାଡ଼ର ପାଦ ଦେଶରେ ଅବସ୍ଥିତ ।

ଔଷଧିୟ ଗୁଣ[ସମ୍ପାଦନା]

ତପ୍ତପାଣିର ଉଷ୍ଣ ଜଳରେ ସଲଫର ଓ ଅନ୍ୟ ରାସୟାନିକ ଖଣିଜଦ୍ରବ୍ୟ ଭରି ରହିଥିବାରୁ, ଏହାର ଔଷଧିୟ ଗୁଣ ଅଧିକ ।[୩] ଚର୍ମରୋଗିଙ୍କ ପାଇଁ ଏହି ପାଣିରେ ଗାଧୋଇବା ଲାଭପ୍ରଦ ହୋଇଥାଏ ।[୪]

ତପ୍ତପାଣିରେ ଜଣେ ବ୍ରାହ୍ମଣ ପୂଜା କରୁଥିବା ଅବସ୍ଥାରେ

କିମ୍ବଦନ୍ତି[ସମ୍ପାଦନା]

ତପ୍ତପାଣିକୁ ସ୍ଥାନୀୟ ଆଦିବାସୀମାନେ ମା’ କନ୍ଧୁଣୀ ଦେବୀ ଭାବରେ ପୂଜାର୍ଚ୍ଚନା କରିଥାନ୍ତି । ପାଣି ଝରଣା ମଝିରେ ଦେବୀଙ୍କର ପ୍ରତୀକାତ୍ମକ ପଥର ମୂର୍ତ୍ତି ରହିଛି । ପ୍ରତି ସୋମବାର ଓ ସଂକ୍ରାନ୍ତି ତିଥିରେ ଶ୍ରଦ୍ଧାଳୁମାନେ ଉଷ୍ମ ପ୍ରସବଣରୁ ଦଉଡି କିମ୍ବା ଅଙ୍କୁଶ ସାହାଯ୍ୟରେ ଗୁଆ ଖୋଜନ୍ତି । ଲୋକ ବିଶ୍ୱାସ ଅଛି ଯେ ଏହି ଗୁଆ ଯାହାକୁ ମିଳେ, ତାର ମାନସିକ ପୂରଣ ହୁଏ । ଏଇ ଗୁଆକୁ ପୂର୍ବରୁ ଭକ୍ତମାନେ ଦେବୀଙ୍କୁ ଅର୍ପଣ କରିଥାନ୍ତି ।[୫]

ରହଣୀ[ସମ୍ପାଦନା]

ଓଡ଼ିଶା ସରକାରଙ୍କଦ୍ୱାରା ତପ୍ତପାଣିଠାରେ ପାନ୍ଥନିବାସର ବ୍ୟବସ୍ଥା କରାଯାଇଛି ।[୬]

ଅନ୍ୟାନ୍ୟ ଆକର୍ଷଣ[ସମ୍ପାଦନା]

ପାହାଡ଼ ଓ ବଣଜଙ୍ଗଲଭରା ତପ୍ତପାଣିର ପରିବେଶ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ ।[୭] ଆଦିବାସିମାନଙ୍କର ଜୀବନଯାତ୍ରାକୁ ମଧ୍ୟ ଏଠାରେ ଅନୁଭବ କରିହୁଏ । ତପ୍ତପାଣି ପାନ୍ଥନିବାସଠାରୁ ଅଳ୍ପଦୂରରେ ଥିବା ମୃଗ ବିହାର ଏହି ସ୍ଥାନର ଅନ୍ୟତମ ଆକର୍ଷଣ ।

ଆଧାର[ସମ୍ପାଦନା]

  1. http://ganjam.nic.in/tourism/taptapani.htm
  2. Manohar Sajnani (2001). Encyclopaedia of Tourism Resources in India. Gyan Publishing House. pp. 287–. ISBN 978-81-7835-018-9.
  3. Orissa (India). Dept. of Tourism & Cultural Affairs (1976). Tourism Directory, Orissa. Department of Tourism and Cultural Affairs, [Government of Orissa.
  4. http://www.odishatourism.gov.in/portal/Attractions/Hotsprings/Taptapani.aspx[permanent dead link]
  5. http://odishareporter.in/prakruti-ra-anupam-upahara-taptapani/
  6. http://panthanivas.com/taptapani.html
  7. Ajoy Kumar Sen (1991). Tourism in India. Modern Book Agency.