ଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରି

ଉଇକିପିଡ଼ିଆ‌ରୁ
ଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରି
Religion
ଅନୁବନ୍ଧଗୁଡ଼ିକଜୈନ ଧର୍ମ
FestivalsMahavir Jayanti
Governing bodyବଙ୍ଗାଳ, ବିହାର ଓ ଓଡ଼ିଶାର ଦିଗମ୍ବର ଜୈନ ତୀର୍ଥଙ୍କର କମିଟି
Location
ସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
Architecture
Date establishedଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀ
Elevation87 m (285 ft)

ଦିଗମ୍ବର ଜୈନ ମନ୍ଦିର ଓଡ଼ିଶାର ଖଣ୍ଡଗିରିଠାରେ ଥିବା ଏକ ଜୈନ ମନ୍ଦିର । ଏହି ଖଣ୍ଡଗିରି ପାହାଡ଼ର ପ୍ରସ୍ତରରେ ଖୋଦିତ ଅନେକ ଜୈନ ଗୁମ୍ଫା ରହିଛି । ଏହା ପ୍ରଥମ ଶତାବ୍ଦୀରେ ଖାରବେଳଙ୍କଦ୍ୱାରା ନିର୍ମିତ ହେଇଥିଲା । ବର୍ତ୍ତମାନ ଏହି ଗୁମ୍ଫାଗୁଡ଼ିକ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ସଂରକ୍ଷିତ । ଏଠାରେ ଜୈନ ତୀର୍ଥଙ୍କରଙ୍କ ପ୍ରତିମୂର୍ତ୍ତି ରହିଛି । ଏହି ମନ୍ଦିର ବଙ୍ଗାଳ, ବିହାର ଓ ଓଡ଼ିଶାର ଦିଗମ୍ବର ଜୈନ ତୀର୍ଥଙ୍କର କମିଟି ତରଫରୁ ବିମଳା ଦେବୀଙ୍କଦ୍ୱାରା ପରିଚାଳିତ ହୁଏ । 

ସ୍ଥାପତ୍ୟ[ସମ୍ପାଦନା]

ମନ୍ଦିରର ନିର୍ମାଣ ଶୈଳୀକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା ପୂର୍ବନିର୍ମିତ କୌଣସି ମନ୍ଦିରର ଭଗ୍ନାଂଶରୁ ନିର୍ମିତ । ନୂତନ ମନ୍ଦିର ଊନବିଂଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଆଞ୍ଚଳିକ ବିଶ୍ୱାସରେ ପ୍ରଥମ ଶତାବ୍ଦୀରେ ମହାମେଘବାହାନ ଖାରବେଳ ଏହି ମନ୍ଦିର ନିର୍ମାଣ କରିଥିବା ପ୍ରଚଳିତ । ବର୍ତ୍ତମାନ ବିଦ୍ୟମାନ ମନ୍ଦିରର ସ୍ଥାପତ୍ୟ ଶୈଳୀରୁ ଏହା ଯୁକ୍ତିସଙ୍ଗତ ମନେ ହୁଏ ନାହିଁ । ତେବେ ମୂଳ ମନ୍ଦିର ବା ପୀଠ ଖାରବେଳଙ୍କଦ୍ୱାରା ନିର୍ମିତ ହୋଇଥାଇ ପାରେ ।

ପାରିପାର୍ଶ୍ୱିକ ମନ୍ଦିରରେ ଥିବା ବିଗ୍ରହ

ମନ୍ଦିରଟି ପୂର୍ବମୁହାଁ ଓ ଋଷଭନାଥ ମନ୍ଦିର ନିକଟରେ ଅବସ୍ଥିତ । କଳିଙ୍ଗ ଶୈଳୀରେ ନିର୍ମିତ ବିମାନ ଓ ଜଗମୋହନ ରହିଛି । ବାଲିପଥରରେ ଗଠିତ । ବାଡ଼ ଅଂଶ ପଞ୍ଚାଙ୍ଗ । ଏହାର ଚତୁଃପାର୍ଶ୍ୱରେ ପ୍ରାଚୀର ରହିଛି । ଭୂମିସ୍ତରରୁ ୧.୬୨ ମିଟର ଉପରେ ରହିଥିବା ପିଣ୍ଡି ଉପରେ ମନ୍ଦିର ନିର୍ମିତ । ଏହାର ଲମ୍ବ ୧୬ ମିଟର ଓ ପ୍ରସ୍ଥ ୯.୫ ମିଟର । ବିମାନ ୮.୨୫ ବର୍ଗମିଟରର ହୋଇଥିବା ବେଳେ ଜଗମୋହନର ଦୈର୍ଘ୍ୟ ୬.୪ ମିଟର ଓ ପ୍ରସ୍ଥ ୯.୪ ମିଟର । ତ୍ରିରଥ ଶୈଳୀରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ପିଣ୍ଡିଠାରୁ ୫.୮ ମିଟର ।[୧][୨]

ଆଧାର[ସମ୍ପାଦନା]

  1. Pradhan, Sadasiba (2009). Lesser Known Monuments Of Bhubaneswar. Bhubaneswar: Lark Books. pp. 1–2. ISBN 81-7375-164-1.
  2. Cultural Informatics Laboratory. "Indira Gandhi National Centre for the Arts". Ignca.nic.in. Retrieved 2014-08-06.