ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ
Map showing the location of ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ.
Map showing the location of ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରଚାନ୍ଦବାଲି
କ୍ଷେତ୍ରଫଳ1,435 square kilometres (554 sq mi)
ସ୍ଥାପିତ୧୯୯୭

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଅଟେ । ଏହାର ଅନନ୍ୟା ଜୈବବିବିଧତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।[୧] ଉତ୍ତରରେ ଧାମରା ମୁହାଣରୁ ଦକ୍ଷିଣରେ ମହାନଦୀ ମୁହାଣ ପର୍ଯ୍ୟନ୍ତ ଏହାର ପରିସର ବ୍ୟାପ୍ତ । ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ପାଇଁ ଏହି ସ୍ଥାନର ମହତ୍ତ୍ୱ ବୃଦ୍ଧି ପାଇଛି । ଏହା ବିଶ୍ୱର ତିନୋଟି ପ୍ରମୁଖ କଇଁଛ ଅଣ୍ଡାଦାନସ୍ଥଳୀ ମଧ୍ୟରୁ ଅନ୍ୟତମ ।[୨]

ସ୍ଥାପନା[ସମ୍ପାଦନା]

୧୯୯୭ ମସିହାରେ ଏହାର ସ୍ଥାପନା ହୋଇଥିଲା । ଏହି ସୂଚନା ଓଡ଼ିଶା ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ ସରକାରୀ ଅଧିସୂଚନା ସଂଖ୍ୟା ୧୮୮୦୫/F&F ତା ୨୭ ସେପ୍ଟେମ୍ବର ୧୯୯୭ରିଖରେ ସୂଚିତ ହୋଇ ଓଡ଼ିଶା ଗେଜେଟ ଏକ୍ସଟ୍ରାଅର୍ଡିନାରୀ ସଂଖ୍ୟା ୧୨୬୮ ତା ୧୭ ଅକ୍ଟୋବର ୧୯୯୭ ରିଖରେ ପ୍ରକାଶ ପାଇଥିଲା ।

ଅବସ୍ଥାନ ଓ ପରିସର[ସମ୍ପାଦନା]

ସମ୍ପୁର୍ଣ୍ଣ ଅଭୟାରଣ୍ୟଟି ଓଡ଼ିଶାର କେନ୍ଦ୍ରାପଡ଼ା ରାଜସ୍ୱ ଜିଲ୍ଲା ଅଧିନସ୍ଥ ଅଟେ । ଏହାର ଅକ୍ଷାଂଶ ୮୬ ଡିଗ୍ରୀ ୪୫'୫୭"ରୁ ୮୭ ଡିଗ୍ରୀ ୧୭' ୩୬"- ଦ୍ରାଘିମା ୨୦ ଡିଗ୍ରୀ ୧୭' ୩୨"ରୁ ୨୦ ଡିଗ୍ରୀ ୪୫' ୫୮" ମଧ୍ୟରେ ଅଟେ । ୧୪୦୮ ବର୍ଗ କିମି ଜଳଭାଗ ଓ ସ୍ଥଳଭାଗ ୨୭ ବର୍ଗ କିମି ସଂରକ୍ଷିତ ଜଂଗଲ ସହ ଏହାର ମୋଟ ପରିସର ୧୪୩୫ ବର୍ଗ କିମି ଅଞ୍ଚଳ ଅଟେ । ତନ୍ମଧ୍ୟରୁ ଏହାର ପ୍ରଧାନ ଅଞ୍ଚଳ ୭୨୫.୫ ବର୍ଗ କିମି ଅଟେ । ଏ ଅଞ୍ଚଳର ମୃତ୍ତିକା ପଟୁମାଟି ଓ ସମୁଦ୍ର ବାଲିରେ ଭରପୁର ।

ଆଧାର[ସମ୍ପାଦନା]

ଛାଞ୍ଚ:ଓଡ଼ିଶାର ଜୈବବିବିଧତା

  1. "Introduction". Archived from the original on 2015-06-30.
  2. "Olive Ridley Sea Turtles". Archived from the original on 2019-10-05. Retrieved 2017-03-01.