କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ

Coordinates: 21°28′41″N 86°36′19″E / 21.478089°N 86.605289°E / 21.478089; 86.605289
ଉଇକିପିଡ଼ିଆ‌ରୁ
କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ
IUCN Category IV (Habitat/Species Management Area)
ସଜନାଗଡ଼ଠାରେ ଥିବା କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟର ଆରମ୍ଭ
Map showing the location of କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ.
Map showing the location of କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ.
ଅବସ୍ଥାନବାଲେଶ୍ୱର, ଓଡ଼ିଶା,  ଭାରତ
ପାଖ ସହରନୀଳଗିରି
ଦିଗବାରେଣି21°28′41″N 86°36′19″E / 21.478089°N 86.605289°E / 21.478089; 86.605289
କ୍ଷେତ୍ରଫଳ272.75 ha (1.1 sq mi)

କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ ଓଡ଼ିଶାର ବାଲେଶ୍ୱର ଜିଲାରେ ନୀଳଗିରି ସଦର ମହକୁମାରେ ଥିବା ଏକା ବନଜନ୍ତୁ ସଂରକ୍ଷଣ ଅଞ୍ଚଳ ।[୧] [୨]

ଏହା ପାଖରେ ଥିବା ନାତୋଶୁଖୁଆପାଟ ପାହାଡ଼ ଶିମିଳିପାଳ ଜାତୀୟ ଉଦ୍ୟାନ ସହ ମିଶି ଯାଇଛି । ଏହା ଓଡ଼ିଶାର ଏକ ପ୍ରମୁଖ ବନଜନ୍ତୁ ସଂରକ୍ଷାଳୟ । ଏହାର ସମୁଦାୟ ୨୭୨.୭୫ ବର୍ଗ କି.ମି. ଜାଗାରେ ପରିମୀତ ।

ଗମନାଗମନ[ସମ୍ପାଦନା]

ଏହା ବାଲେଶ୍ୱର ସହରଠାରୁ ୪୦ କି.ମି. ଦୂର ଓ ବାରିପଦାଠାରୁ ୬୧ କି.ମି. ଦୂରରେ ଅବସ୍ଥିତ । ଏଠାରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଦୁଇଟି ଡାକବଙ୍ଗଳା ରହିଛି ଯାହା ଓଡ଼ିଶା ଜଙ୍ଗଲ ବିଭାଗର ଅନୁମତି ନେଇ ରହିବା ପାଇଁ ବ୍ୟବହାର କରାଯାଇପାରେ । ନିକଟତମ ସହର ନୀଳଗିରି ୨୦ କି.ମି. ଦୂରରେ ଅବସ୍ଥିତ ଓ ସଡ଼କ ପଥରେ ଏହା ସହ ସଂଯୁକ୍ତ । ନିକଟତମ ରେଳଷ୍ଟେସନ ନୀଳଗିରି ରୋଡ଼ ରେଳ ଷ୍ଟେସନ (୨୮.୫ କି.ମି.)।

ବନ ଜନ୍ତୁ[ସମ୍ପାଦନା]

ଘନ ବନାନୀରେ ଭରା ଏହି ଜଙ୍ଗଲରେ ବାଘ, ହାତୀ, ଚିତାବାଘ, ସମ୍ବର, ନୀଳଗାଇ, ଗୟଳ ଓ ବଡ଼ ଗୁଣ୍ଡୁଚିମୂଷା ଆଦି ନାନା ବନଜନ୍ତୁ ଦେଖିବାକୁ ମିଳିଥାନ୍ତି ।

କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ
କୁଲଡିହା ଭିତରେ ଥିବା ଦାଣ୍ଡଘାଟ ନଦୀ ବନ୍ଧ

ଏଠାରେ ହର୍ଣ୍ଣବିଲ, ବଣ ମଇନା, ମୟୂର ଆଦି ଚଢ଼େଇ . ମଧ୍ୟ ରହି ଅଛନ୍ତି । ବଣରେ ବହୁଥିବା ଚିରସ୍ରୋତା ଝରଣା ଜଳରେ ଅନେକ ପ୍ରକାରର ସରୀସୃପ ମଧ୍ୟ ବାସ କରିଥାନ୍ତି ।

କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ
କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ
ଦାଣ୍ଡଘାଟ ନଦୀ ବନ୍ଧ

ଆଧାର[ସମ୍ପାଦନା]

  1. "Kuldiha". Archived from the original on 2011-10-26. Retrieved 2011-08-03.
  2. Kuldiha Wildlife Sanctuary

ବାହାର ଲିଙ୍କ[ସମ୍ପାଦନା]

  1. Kuldiha Wildlife Sanctuary