ଶ୍ରୀଜଙ୍ଗ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଶ୍ରୀଜଙ୍ଗ
ଗାଆଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର ଜିଲ୍ଲା
ତହସିଲସୋର
Time zoneIST (+୫.୩୦)
Area code+୦୬୭**
ଯାନବାହାନ ପଞ୍ଚୀକରଣOR/01

ଶ୍ରୀଜଙ୍ଗ ଓଡ଼ିଶାର ବାଲେଶ୍ୱର ଜିଲାର ସୋର ତହସିଲରେ ଥିବା ଏକ ଗାଆଁ ।

ଭୌଗଳିକ ଅବସ୍ଥାନ[ସମ୍ପାଦନା]

ଏହାର ଅକ୍ଷାଂଶ ୨୧° ୫୦′ ୩୨.୭୧″ ଉତ୍ତର ଓ ଦ୍ରାଘିମା ୮୭° ୧୩′ ୧୧.୧୫″ ପୂର୍ବ । ଏହା ବାଲେଶ୍ୱରଠାରୁ ୪୮ କି.ମି. ଦୂରରେ ଓ ରାଜଧାନୀ ଭୁବନେଶ୍ୱରଠାରୁ ୨୨୩ କି.ମି. ଦୂରରେ ଅବସ୍ଥିତ ।[୧]

ପାଖ ଗାଆଁ ଓ ସହର[ସମ୍ପାଦନା]

୭୫୬୦୪୪

ଇତିହାସ[ସମ୍ପାଦନା]

ଏହା ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଶେଷ ଭୂମିକା ନେଇଥିଲା । ଏହି ଗାଁର ଅନେକ ସଂଗ୍ରାମୀ ଲବଣ ସତ୍ୟାଗ୍ରହରେ ଭାଗ ନେଇ କାରାବରଣ କରିଥିଲା । ରମାଦେବୀଙ୍କ ନେତୃତ୍ୱରେ ସମଗ୍ର ଦେଶରେ ପ୍ରଥମ କରି କେବଳ ନାରୀମାନେ ଏଠାରେ ଲୁଣ ମାରି ନୂତନ ପରମ୍ପରା ତିଆରି କରିଥିଲେ । ଏହି ଗାଁର ସବୁ ଲୋକ ଗୌରମୋହନ ଦାସଙ୍କ ନ୍ନେତୃତ୍ୱରେ ଚୌକିଦାର ଟିକସ ବନ୍ଦ ଆନ୍ଦୋଳନରେ ଭାଗ ନେଇ ଇଂରେଜ ପୋଲିସ ସହିତ ଲଢ଼ିଥିଲେ । ଫଳରେ ଇଂରେଜ ପୋଲିସ ଶ୍ରୀଜଙ୍ଗରେ ପ୍ରାୟ ତିନିବର୍ଷ କାଳ ରହି ପିଉନିଟିଭ ଟିକସ ଆଦାୟ କରି ଗାଁ ଲୋକଙ୍କୁ ଅନେକ ନିର୍ଯ୍ୟାତନା ଦେଇଥିଲା । ଏଠାରେ ଏକ ସ୍ୱାଧୀନତା ସଂଗ୍ରାମୀ ସ୍ମାରକୀ ନିର୍ମାଣ କରାଯାଇଛି ।

ଏଠାରେ ୨୦୦୦ ବର୍ଷର ନୌବାଣିଜ୍ୟ ଭିତ୍ତିକ ସଭ୍ୟତାର ପ୍ରମାଣ ମିଳିଅଛି । ଏଠାରୁ ମିଳିଥିବା କୁମାରଗୁପ୍ତ ସୁନା ମୁଦ୍ରାରେ ଦୁଇଜଣ ଅଶ୍ୱାରୋହୀଙ୍କୁ ଦେଖିବାକୁ ମିଳିଥାଏ ଯାହାକୁ "କାନ୍ଥି" ବୋଲି କୁହାଯାଇଥାଏ । ଏହି ଗାଁର ମଲ୍ଲିକାସାଗର ଓ ଅଚ୍ୟୁତାସାଗର ପୋଖରୀ କୂଳରେ ଥିବା ଦୁଇଟି ଶିଳାଲେଖରେ ପୁରାତନ ଓଡ଼ିଆ ଲିପିର ନମୂନା ଦେଖିବାକୁ ମିଳିଥାଏ ଯାହା ୧୫ଶହ ମସିହାରେ ଏଠାରେ ତିଆରି କରାଯାଇଥିବା ଐତିହାସିକମାନେ ବିଶ୍ୱାସ କରିଥାନ୍ତି ।[୨]

ଗମନାଗମନ[ସମ୍ପାଦନା]

ଏହା ବାଲେଶ୍ୱର ସହରଠାରୁ ୧୭ କି.ମି. ଦୂରରେ ଅବସ୍ଥିତ ।

ଲୋକନାଟ ଓ ସଙ୍ଗୀତ[ସମ୍ପାଦନା]

ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗ, ଚଣ୍ଡୀପୁର, ବର୍ଦ୍ଧନପୁର, ବାଙ୍କେଶ୍ୱର ଅଞ୍ଚଳର ବଣକୋଇଲା ନାଟ ଓ ଏଠାକାର ବହୁରୂପା ନାଟ ଓଡ଼ିଶାରେ ଖିବ ଜନପ୍ରିୟ ।

ଆଧାର[ସମ୍ପାଦନା]

ଛାଞ୍ଚ:ବାଲେଶ୍ୱର