କଳାହାଣ୍ଡି ଜିଲ୍ଲା
| କଳାହାଣ୍ଡି | |
|---|---|
| — ଜିଲ୍ଲା — | |
| ଓଡ଼ିଶାରେ ଅବସ୍ଥାନ | |
| ଦିଗବାରେଣି: 20°04′59″N 83°12′00″E / 20.083°N 83.2°Eଦିଗବାରେଣି: 20°04′59″N 83°12′00″E / 20.083°N 83.2°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | କଳାହାଣ୍ଡି |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୫ଟି ଆସନ
|
| କ୍ଷେତ୍ରଫଳ | |
| - ଜିଲ୍ଲା | ୭,୯୨୦ କି.ମି.୨ (୩,୦୫୭.୯ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୧,୦୦୩ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୪୭ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୬୦.୨୨ |
| • ପୁରୁଷ | ୭୩.୩୪ |
| • ନାରୀ | ୪୭.୨୭ |
| - ସ୍ଥାନାଙ୍କ | ଓଡ଼ିଶାରେ ଏକାଦଶ (୧୧/୩୦) |
| - ଘନତା | ୧୯୯/କି.ମି.୨ (୫୧୫.୪/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୬ xxx |
| ଗାଡ଼ି କୋଡ଼ | OD-08 |
| ଜିଲ୍ଲାପାଳ | ଗୋବିନ୍ଦ୍ର ଚନ୍ଦ୍ର ସେଠୀ |
| ୱେବସାଇଟ | ମୁଖ୍ୟ ୱେବସାଇଟ |
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଭାରତର ଓଡ଼ିଶାରେ ଥିବା ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।[୧]
ଅସୁରଗଡ଼ ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।[୨]
ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ଵରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାଆଁ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।[୩] ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଅଛି।
ବିଷୟସୂଚୀ |
ଭୂଗୋଳ [ସମ୍ପାଦନା]
କଳାହାଣ୍ଡି 20°4′58.8″N 83°12′0″E / 20.083°N 83.2°E ରେ ଅବସ୍ଥିତ ।[୪] ଓ ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି ।
- ଏହାର ଉତ୍ତରରେ: ବଲାଙ୍ଗୀର ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା
- ଦକ୍ଷିଣରେ: ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା
- ପୂର୍ବରେ: ପୁର୍ବରେ କନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଅବସ୍ଥିତ ।
ଜନଗଣନା [ସମ୍ପାଦନା]
୨୦୧୧ ଜନଗଣନା [୫] ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି [୬] |
- ପୁରୁଷ: ୭,୮୫,୧୭୯
- ମହିଳା: ୭,୮୭,୮୭୫
- ଛ ବର୍ଷରୁ କମ: ୨,୧୪,୧୧୧
- ସାକ୍ଷରତା ହାର ୬୦.୨୨%
- ପୁରୁଷ: ୭୩.୩୪%
- ମହିଳା: ୪୭.୨୭%
ଲୋକକଳା [ସମ୍ପାଦନା]
କଳାହାଣ୍ଡି ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଇଥାଏ । ଏହି ଶବ୍ଦ ଗୁଡ଼ହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ଵାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ହବସିପୁରୀ ଢାଞ୍ଚାରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଲିପଦରର କାଠ କମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।
ଲୋକ ନାଟ [ସମ୍ପାଦନା]
କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଓ ସମ୍ବଲପୁର ଜିଲାରେ ଦେଖାଯାଉଥିବା ଡାଲଖାଇ, ଜାଇଫୁଲ, ରସରକେଳି, ସଜନୀ' ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।[୭] ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା କୋରାପୁଟ ଜିଲାର ବୋରିଆ ଗୀତ, ନିଆଳିମାଳି, କଳାକୋଳିକ ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।
କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।
ଦର୍ଶନୀୟ ସ୍ଥାନ [ସମ୍ପାଦନା]
ବେଲଖଡୀ କୁସୁଲଳା
ଆଧାର [ସମ୍ପାଦନା]
- ↑ B.Mishra, J. Bengal Art, Vol.9&10, 2004-2005, 383-410
- ↑ P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79
- ↑ http://www.mindfully.org/Food/Kalahandi-Syndrome-Sharma19apr02.htm
- ↑ Orissa District Gazetters, Kalahandi, 2
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: କଳାହାଣ୍ଡି ଜିଲ୍ଲା ଉପରେ ମାଧ୍ୟମ ରହିଅଛି |
- ମୁଖ୍ୟ ୱେବସାଇଟ
- Kalahandia, an e-Group Club
- Map of Kalahandi
- Important Phone Numbers
- Antodaya Kalahandi
- Indravati Project
![]() |
ନୂଆପଡ଼ା ଜିଲ୍ଲା | ବଲାଙ୍ଗୀର ଜିଲ୍ଲା | କନ୍ଧମାଳ ଜିଲ୍ଲା | ![]() |
| ରାଇପୁର ଜିଲ୍ଲା | ||||
| ନବରଙ୍ଗପୁର ଜିଲ୍ଲା | କୋରାପୁଟ ଜିଲ୍ଲା | ରାୟଗଡ଼ା ଜିଲ୍ଲା |
|
||||||||||||||||||||||||||

