ଗୋପାଳ ଚନ୍ଦ୍ର ପଟ୍ଟନାୟକ
ଗୋପାଳ ଚନ୍ଦ୍ର ପଟ୍ଟନାୟକ | |
---|---|
ଜନ୍ମ | ୧୯୩୧ ବଳରାମପୁର, ଯାଜପୁର |
ମୃତ୍ୟୁ | ୨୭ ନଭେମ୍ବର ୨୦୧୫ ବିଜେବି ନଗର, ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି |
|
ଉଲ୍ଲେଖନୀୟ କୃତି | ସମୁଦ୍ର ମନ୍ଥନ |
ବୈବାହିକ-ସାଥୀ | ବାସନ୍ତୀ ପଟ୍ଟନାୟକ[୧] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୯୦ |
ଗୋପାଳ ଚନ୍ଦ୍ର ପଟ୍ଟନାୟକ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର ଥିଲେ, ଯିଏକି ୧୯୯୦ ମସିହାରେ ତାଙ୍କ ରଚିତ ପୁସ୍ତକ ସମୁଦ୍ର ମନ୍ଥନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨] ସେ ବିଜ୍ଞାନ ପ୍ରଭା ପତ୍ରିକାର ସମ୍ପାଦକ ମଣ୍ଡଳୀର ସଦସ୍ୟ ଥିଲେ ।[୩]
ଜୀବନୀ
[ସମ୍ପାଦନା]ସେ ୧୯୩୧ ମସିହାରେ ଯାଜପୁର ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ ମସିହା ନଭେମ୍ବର ୨୭ତାରିଖରେ ଗୋପାଳ ଚନ୍ଦ୍ରଙ୍କର ପରଲୋକ ଘଟିଥିଲା ।[୪]
ରଚନାବଳୀ
[ସମ୍ପାଦନା]ସେ କଲେଜରେ ପଢ଼ିଲାବେଳେ କଟକ ବେତାର କେନ୍ଦ୍ର ପାଇଁ ନାଟକ ଲେଖୁଥିଲେ, ଯାହାକି ଏକାଧିକ ବାର ପ୍ରସାରିତ ହୋଇ ଆଦୃତ ହୋଇଥିଲା । ୧୯୫୨ ମସିହା ପରଠାରୁ ସେ ଲେଖାଲେଖି ବନ୍ଦ କରିଦେଇଥିଲେ ଏବଂ ପରେ ୨୬ ବର୍ଷ ପରେ ୧୯୭୮ ମସିହାରେ ପୁଣିଥରେ ନାଟକ ଲେଖିଥିଲେ । ତାଙ୍କ ରଚିତ ନାଟକ "ଦିନେ ଖରାବେଳେ" ପ୍ରଥମେ କଟକ ବେତାର କେନ୍ଦ୍ରରୁ ଓ ପରେ ସମ୍ବଲପୁର ଓ ଜୟପୁରରୁ ପ୍ରସାରିତ ହୋଇଥିଲେ । ଏହାପରେ ନିୟମିତ ଭାବରେ ସେ ରେଡିଓ ଓ ମଞ୍ଚ ପାଇଁ ନାଟକ ଲେଖିଥିଲେ ।[୧]ନାଟକକୁ ନେଇ ତାଙ୍କର ନ'ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥିରେ ପଚାଶରୁ ଅଧିକ ନାଟକ ସ୍ଥାନ ପାଇଛି । ସେହିପରି ତାଙ୍କର ପ୍ରକାଶିତ ୫ଟି ଗଳ୍ପଗ୍ରନ୍ଥରେ ସ୍ଥାନପାଇଛି ଷାଠିଏରୁ ଅଧିକ ଗଳ୍ପ । ଓଡ଼ିଶା ବିତ୍ତ ସେବା ବିଭାଗରେ ସେ ଚାକିରି କରୁଥିଲେ ।[୫]
ରଚନାବଳୀ
[ସମ୍ପାଦନା]ବର୍ଷ | ବହିର ନାମ | ପ୍ରକାର | ପ୍ରକାଶକ |
---|---|---|---|
୧୯୪୧ | ସ୍ୱାସ୍ଥ୍ୟ ସାଥୀ | ପ୍ରବନ୍ଧ | |
୧୯୪୩ | ମାଲେରିଆ | ପ୍ରବନ୍ଧ | |
୧୯୪୪ | ଜାତୀୟ ଖାଦ୍ୟ | ପ୍ରବନ୍ଧ | |
୧୯୪୯ | ଉଚ୍ଚ ପ୍ରାଥମିକ ସ୍ୱାସ୍ଥ୍ୟ ସାଥୀ | ||
୧୯୭୪ | ଶବ୍ଦତତ୍ତ୍ୱ | ପ୍ରବନ୍ଧ | |
୧୯୮୪ | ଏବର ଭାଗବତ | କବିତା | |
୧୯୮୭ | ଦିହୁଡ଼ି | ଗଳ୍ପ ସଂକଳନ | |
୧୯୮୭ | ମୁଁ ହିରୋ ହେବି | ନାଟକ | |
୧୯୯୦ | ପଞ୍ଜୁରି ପକ୍ଷୀ | ଗଳ୍ପ ସଂକଳନ | |
୧୯୯୧ | ବିଜ୍ଞାନ କଥା – ଆମ ସମ୍ପଦ | ବିଜ୍ଞାନ | |
୧୯୯୧ | ବିଜ୍ଞାନ କଥା – ଅଣୁ | ବିଜ୍ଞାନ | |
୧୯୯୧ | ବିଜ୍ଞାନ କଥା – ରୋଷେଇଘରେ ବିପ୍ଳବ | ବିଜ୍ଞାନ | |
୧୯୯୧ | ବିଜ୍ଞାନ କଥା - ଆଲୋକ | ବିଜ୍ଞାନ | |
୧୯୯୧ | ବ୍ରହ୍ମାଙ୍କ ପେଣ୍ଡୁ | ଗଳ୍ପ ବିଜ୍ଞାନ | |
୧୯୯୧ | ସହଜ ବିଜ୍ଞାନ ପାଠ କରି ଶିଖିବା ଚାଟ | ବିଜ୍ଞାନ | |
୧୯୯୩ | ବିବି ଓ ବଡ଼ବାବୁ ଏବଂ ଅନ୍ୟାନ୍ୟ ହାସ୍ୟ ନାଟିକା | ନାଟକ | |
୧୯୯୮ | ସଫାହାତର ବାସ୍ନା | ଗଳ୍ପ ସଂକଳନ | |
୨୦୦୩ | ଅପ୍ରେସନ ଏକାଅଶୀ କେଜି | ନାଟକ | |
୨୦୦୩ | କମ୍ପାନୀ ଦାୟୀ ନୁହେଁ | ନାଟକ | |
୨୦୦୩ | ନୀତା ନୟନା ସମ୍ବାଦ | ନାଟକ | |
୨୦୦୪ | ସ୍ୱପ୍ନ ପୁରୁଷ | ନାଟକ | |
୨୦୦୫ | ଏକ ଅଚିହ୍ନା ଫୁଲର ବାସ୍ନା | ଗଳ୍ପ ସଂକଳନ | |
୨୦୦୭ | କ୍ଷେତୁ ବଞ୍ଜାରାର ଖେଳ | ଉପନ୍ୟାସ | |
୨୦୦୭ | କାନ୍ଥ ଓ କଣ୍ଟାର ପ୍ରସଙ୍ଗ | ନାଟକ | |
ସମୁଦ୍ର ମନ୍ଥନ | ନାଟକ | ||
କୁହୁଡି | |||
ପଞ୍ଜୁରି ପକ୍ଷୀ | |||
ଦିହୁଡି | |||
ସଫା ହାତର ବାସ୍ନା | |||
ସ୍ୱପ୍ନ ପୁରୁଷ | |||
ସବୁ ରାସ୍ତା ଏକା ଏକା[୬] |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୧୯୯୦[୨]
- ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୭[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଗୋପାଳ ଚନ୍ଦ୍ର ପଟ୍ଟନାୟକ (1987). ମୁଁ ହିରୋ ହେବି (in Oriya).
{{cite book}}
: CS1 maint: unrecognized language (link) - ↑ ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 11 September 2016. Retrieved 11 April 2024.
- ↑ "ବିଜ୍ଞାନ ପ୍ରଭା" (PDF). ବିଜ୍ଞାନ ପ୍ରଭା. 1973. Retrieved 11 April 2024.
- ↑ "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୩୦- ମେ ୧୩, ୨୦୧୬ ପୃଷ୍ଠା ୭. Retrieved 11 May 2016.
- ↑ http://www.prameyanews7.com/en/nov2015/odisha/7422/Odisha-playwright-Gopal-Patnaik-passes-away-Playwright-Gopal-PatnaikOdisha-Odisha.htm
- ↑ http://www.dailypioneer.com/state-editions/bhubaneswar/playwright-gopal-patnaik-dies.html
- ↑ http://odisha.gov.in/e-magazine/orissaannualreference/ORA-2011/pdf/104-108.pdf