ବାଉରୀବନ୍ଧୁ କର
Appearance
(Bauri Bandhu Karରୁ ଲେଉଟି ଆସିଛି)
ବାଉରୀବନ୍ଧୁ କର | |
---|---|
ଜନ୍ମ | |
ମୃତ୍ୟୁ | ୧୮ ସେପ୍ଟେମ୍ବର ୨୦୨୦ | (ବୟସ ୬୯)
ଶିକ୍ଷା | ପିଏଚଡ଼ି (୧୯୮୩) |
ବୈବାହିକ-ସାଥୀ | ହରପ୍ରିୟା |
ସନ୍ତାନ | ଶୁଭାଶିଷ, ଶୁଭଶ୍ରୀ |
ପିତାମାତା | ଅନାଥ ବନ୍ଧୁ କର ସୁଭଦ୍ରା କର |
ସମ୍ପର୍କୀୟ | ସୌରୀବନ୍ଧୁ କର (ବଡ଼ ଭାଇ) |
ବାଉରୀବନ୍ଧୁ କର (୧୨ ସେପ୍ଟେମ୍ବର ୧୯୫୧- ୧୮ ସେପ୍ଟେମ୍ବର ୨୦୨୦), ଜଣେ ଓଡ଼ିଆ ସାହିତ୍ୟିକ ଓ ସମାଲୋଚକ ଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୧]
ବାଉରୀବନ୍ଧୁ, ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ଉଭୟ ପରୀକ୍ଷାରେ ସେ ଶ୍ରେଷ୍ଠସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ୧୯୭୬ ମସିହାରୁ ସେ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଯାଜପୁରର ଏନ୍.ସି କଲେଜ୍, କଟକର ଜେ.କେ.ବି.କେ କଲେଜ, ଭଦ୍ରକ କଲେଜ, କେନ୍ଦୁଝର କଲେଜ ଆଦିରେ ସେ ଅଧ୍ୟାପନା କରି ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ ।[୨]
ରଚନାବଳୀ
[ସମ୍ପାଦନା]- ଓଡ଼ିଆ ସାହିତ୍ୟର ଇତିହାସ
- ଓଡ଼ିଆ ପ୍ରବନ୍ଧ ସାହିତ୍ୟ
- ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ
- ଓଡ଼ିଶାର ସଂସ୍କୃତି ଓ ଇତିହାସରେ ମାଦଳାପାଞ୍ଜି
- ଚିନ୍ତନ: ଅନୁଚିନ୍ତନ
- ପ୍ରାବନ୍ଧିକ ନୀଳକଣ୍ଠ ଦାସ
- ଜ୍ଞାନସାର ଜ୍ୟୋତି
- ସମାଲୋଚନା ଭାରତୀ
- ତିନୋଟି ସମାଲୋଚନା
- ସାହିତ୍ୟ ସାଧକ ଡ.ମାୟାଧର ମାନସିଂହ
- ନାନା ଆଲୋଚନା
- ସମାଲୋଚନା ସ୍ତବକ
- ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ
- ବିରୂପାକ୍ଷ ପ୍ରବନ୍ଧାବଳୀ
- ସାହିତ୍ୟ ସାଧକ କବି ଉପନ୍ଦ୍ରେ ଭଞ୍ଜ
- ମହାପାତ୍ର ନୀଳମଣି ସାହୁ
- କବି ରମାକାନ୍ତ ରଥ
- ଗଦ୍ୟଶିଳ୍ପୀ କିଶୋରୀ ଚରଣ
- ସୁରେନ୍ଦ୍ର ସମୀକ୍ଷା
- ଗଙ୍ଗାଧର ମେହେର
- ସମୟର ବାଲିବନ୍ତରେ ମୁଁ (ଆତ୍ମଜୀବନୀ)[୩]
ଆଧାର
[ସମ୍ପାଦନା]- ↑ "Eminent Odia literateur Bauribandhu kar passes away at 70". www.orissapost.com. orissa post. Archived from the original on 19 September 2020. Retrieved 19 September 2020.
- ↑ "ସାହିିତ୍ୟିକ ବାଉରୀବନ୍ଧୁଙ୍କ ପରଲୋକ". www.samajalive.in. ସମାଜ. Archived from the original on 19 September 2020. Retrieved 19 September 2020.
- ↑ "ଆରପାରିରେ ପ୍ରଫେସର ବାଉରୀବନ୍ଧୁ କର". www.sambad.in. Archived from the original on 19 September 2020. Retrieved 19 September 2020.