ଦେବେନ୍ଦ୍ର କୁମାର ଦାଶ
ଦେବେନ୍ଦ୍ର କୁମାର ଦାଶ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୮ ଜୁଲାଇ ୧୯୫୪ ବୀରନରସିଂହପୁର ଶାସନ, ମାଛଗାଁ, ଜଗତସିଂହପୁର |
| ମୃତ୍ୟୁ | ୨୫ ଅଗଷ୍ଟ ୨୦୨୨ (ବୟସ ୬୮) |
| ବୃତ୍ତି | ଲେଖକ, ଅଧ୍ୟାପକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଗୋଟିଏ ଫୁଲ ଫୁଟିବାର କାହାଣୀ |
| ପିତାମାତା | ବଳରାମ ଦାଶ (ପିତା) |
ଦେବେନ୍ଦ୍ର କୁମାର ଦାଶ (ଜନ୍ମ: ୧୯୫୪ - ୨୫ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ଅନ୍ୟ ଅନେକ ରଚନା ସହିତ ରାଧାନାଥ ଗ୍ରନ୍ଥାବଳୀ ଓ ଫକୀର ମୋହନ ରଚନାବଳୀର ସମ୍ପାଦନା କରିଥିଲେ । ୨୦୨୦ ମସିହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧନା ପାଇଥିଲେ ।[୧][୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଦେବେନ୍ଦ୍ର କୁମାର ଜଗତସିଂହପୁର ୧୯୫୪ ମସିହାରେ ଜଗତସିଂହପୁର ଜିଲ୍ଲାର ମାଛଗାଁ ଅନ୍ତର୍ଗତ ବୀରନରସିଂହପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା, ଓଚିଣ୍ଡା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବିଶ୍ୱଭାରତୀ, ଶାନ୍ତିନିକେତନରେ ଉଚ୍ଚତର ଶିକ୍ଷା ସମାପ୍ତ କରି ସେଇ ବିଶ୍ୱଭାରତୀରେ ପ୍ରଥମେ ଅସ୍ଥାୟୀ ଅଧ୍ୟାପକ ଓ ପରେ ମ୍ୟୁନିସିପାଲିଟି ମହାବିଦ୍ୟାଳୟ, ରାଉରକେଲାରେ ଓଡ଼ିଆ ବିଭାଗରେ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ପ୍ରାଧ୍ୟାପକ ପଦରୁ ସେବାନିବୃତ୍ତ ହୋଇଥିଲେ । ନନ୍ଦନତତ୍ତ୍ୱ ଓ ଅନ୍ୟାନ୍ୟ ବିଭାଗରେ ତାଙ୍କର ଶତାଧିକ ପ୍ରବନ୍ଧ ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରକାଶିତ ।[୩][୪] ତାଙ୍କ ସମ୍ପାଦନାରେ ରାଧାନାଥ, ଫକୀରମୋହନ, ଗୋପବନ୍ଧୁ ଓ ମଧୁସୁଦନ ଗ୍ରନ୍ଥାବଳୀ ପ୍ରକାଶ ପାଇଥିଲା ।
ରଚନାବଳୀ
[ସମ୍ପାଦନା]- ଗୋଟିଏ ଫୁଲ ଫୁଟିବାର କାହାଣୀ
- ପଲ୍ଲୀକବି ନନ୍ଦକିଶୋର ସାହିତ୍ୟ
- ଗଙ୍ଗାଧର କବି ଓ କବିଆତ୍ମା
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୧୯୯୦ କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର
- ୨୦୨୦ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧନା
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/ovation7.php
- ↑ https://dharitriepaper.in/edition/12202/bhubaneswar/page/22
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୪୯. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୯୪. ISBN 81-903352-2-7.