ବାଙ୍କ ବିହାରୀ ଦାସ

ଉଇକିପିଡ଼ିଆ‌ରୁ
ବାଙ୍କ ବିହାରୀ ଦାସ
ବିଧାୟକ: ୫ମ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀପରମାନନ୍ଦ ମହାନ୍ତି
ପର ଅଧିକାରୀରବି ଦାସ
ନିର୍ବାଚନ ମଣ୍ଡଳୀଧର୍ମଶାଳା
ସାଂସଦ: ରାଜ୍ୟ ସଭା
କାର୍ଯ୍ୟକାଳ
୦୩ ଅପ୍ରେଲ ୧୯୬୬ – ୦୪ ଅପ୍ରେଲ ୧୯୭୧
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀନବ କିଶୋର ମଲ୍ଲିକ
ପର ଅଧିକାରୀଚିତ୍ତରଞ୍ଜନ ନାୟକ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(2922-01-08)୮ ଜାନୁଆରୀ ୨୯୨୨
ମୃତ୍ୟୁ୨୮ ଜୁଲାଇ ୨୦୦୧(2001-07-28) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀସୁଧାମଞ୍ଜରୀ ଦାସ
ବାପା/ବୋଉଜଗନ୍ନାଥ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ବାଙ୍କ ବିହାରୀ ଦାସ (୮ ଜାନୁଆରୀ ୧୯୨୨ - ୨୮ ଜୁଲାଇ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବାଙ୍କ ବିହାରୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବାଙ୍କ ବିହାରୀ ବିଞ୍ଜାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୭୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚରେ ସେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବାଙ୍କ ବିହାରୀ ଦାସ ୧୯୨୨ ମସିହାର ଜାନୁଆରୀ ମାସ ୮ ତାରିଖ ଶାମ୍ବଦଶମୀ ଦିନ ତତ୍କାଳୀନ କଟକ ଜିଲ୍ଲା (ଏବେକାର ଯାଜପୁର ଜିଲ୍ଲା)ର କଲ୍ୟାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଜଗନ୍ନାଥ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ ସୁଧାମଞ୍ଜରୀ ଦାସ ।[୧] ବାଙ୍କ ବିହାରୀଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ସ୍ନାତକରୁ କମ୍ ।

ରାଜନୈତିକ ଜୀବନ[ସମ୍ପାଦନା]

ବାଙ୍କ ବିହାରୀ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧] ସେ ରାଜ୍ୟ ସଭାର ସଭ୍ୟ ଭାବେ ୦୩ ଅପ୍ରେଲ ୧୯୬୬ରୁ ୦୪ ଅପ୍ରେଲ ୧୯୭୧ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

ବାଙ୍କ ବିହାରୀ ୨୦୦୧ ମସିହାର ଜୁଲାଇ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Banka Bihari Das". odishaassembly.nic.in. Odisha Assembly. Retrieved 3 December 2019. {{cite web}}: Cite has empty unknown parameter: |dead-url= (help)
  2. "ସଂଗ୍ରାମର ଶେଷ ନାହିଁ". Retrieved 28 July 2020.
  3. "List of Former Members of Rajya Sabha (Term Wise)". Rajya Sabha Secretariat. Retrieved 28 July 2020.
  4. "Olive Ridley Turtles' saviour Banka Behari Das dies at 79". rediff.com. 29 July 2001. Retrieved 28 July 2020.