ନବକିଶୋର ମଲ୍ଲିକ
ନବ କିଶୋର ମଲ୍ଲିକ | |
|---|---|
| ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୯୦ | |
| ପୂର୍ବ ଅଧିକାରୀ | ଶାନ୍ତନୁ କୁମାର ଦାସ |
| ପର ଅଧିକାରୀ | ପ୍ରମିଳା ମଲ୍ଲିକ |
| ନିର୍ବାଚନ ମଣ୍ଡଳୀ | ବିଞ୍ଝାରପୁର |
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପର ଅଧିକାରୀ | ବାଙ୍କ ବିହାରୀ ଦାସ |
| ନିର୍ବାଚନ ମଣ୍ଡଳୀ | ବିଞ୍ଝାରପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୮ ଜାନୁଆରୀ ୧୯୨୮ |
| ମୃତ୍ୟୁ | ୨୧ ଜାନୁଆରୀ ୨୦୦୭ (ବୟସ ୭୮) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
| ଜୀବନ ସାଥୀ | ବସନ୍ତ କିଶୋରୀ ମଲ୍ଲିକ |
| ବାପା/ବୋଉ | ନୀଳମଣି ମଲ୍ଲିକ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ନବ କିଶୋର ମଲ୍ଲିକ (୨୮ ଜାନୁଆରୀ ୧୯୨୮ - ୨୧ ଜାନୁଆରୀ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନବ କିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଛନ୍ତି । ୧୯୫୨, ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୮ମ, ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନବ କିଶୋର ମଲ୍ଲିକ ୧୯୨୮ ମସିହାର ଜାନୁଆରୀ ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନୀଳମଣି ମଲ୍ଲିକ ଏବଂ ପତ୍ନୀଙ୍କ ନାମ ବସନ୍ତ କିଶୋରୀ ମଲ୍ଲିକ ।[୧] ନବ କିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନବ କିଶୋର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ବିଞ୍ଝାରପୁର | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | କଂଗ୍ରେସ (ଇ) | |
| ୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଭାରତୀୟ ଜାତୀୟ କଂଗ୍ରେସ |
ପରିବାର ଓ ଶିକ୍ଷା
[ସମ୍ପାଦନା]ନବ କିଶୋର ମଲ୍ଲିକ ୨୦୦୭ ମସିହାର ଜାନୁଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।