ସଂଘମିତ୍ରା ମିଶ୍ର
ସଂଘମିତ୍ରା ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଖଣ୍ଡସାହି, କଟକ | ୨୦ ଜୁନ ୧୯୫୩
ବୃତ୍ତି | ପ୍ରାଧ୍ୟାପକ |
ଭାଷା | ଓଡ଼ିଆ, ଇଂରାଜୀ, ଇଂରାଜୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଓଡ଼ିଆ ଭାଷା) |
ଶିକ୍ଷାନୁଷ୍ଠାନ | ପ୍ରାଣନାଥ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଜଗନ୍ନାଥ ମହାପାତ୍ର |
ସମ୍ପର୍କୀୟ | ବଂଶୀଧର ମିଶ୍ର (ପିତା), ଶ୍ରୀମତୀ ଦେବୀ (ମାତା), କୃଷ୍ଣବଲ୍ଲଭୀ (ବଡ଼ ଭଉଣୀ) |
ୱେବସାଇଟ | |
drsanghamitramishra |
ସଂଘମିତ୍ରା ମିଶ୍ର (ଜନ୍ମ: ୨୦ ଜୁନ ୧୯୫୩ )ଜଣେ ଲେଖକ, କବି, ନାଟ୍ୟ ଓ କବିତା ସମାଲୋଚକ ଏବଂ ବିଶିଷ୍ଟ ଶିକ୍ଷାବିତ ଅଟନ୍ତି । ବସୁଧାର ପ୍ରତିବାଦ ଏବଂ ଅନ୍ୟାନ୍ୟ ନାଟକ ଶୀର୍ଷକ ଲେଖା ପାଇଁ ସେ ୨୦୦୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି ।[୧][୨] ତାଙ୍କ ରଚିତ ଅନେକ ନାଟକ ଆକାଶବାଣୀଦ୍ୱାରା ମଞ୍ଚସ୍ଥ ହୋଇଛି ।
ପରିବାର ଓ ପ୍ରାଥମିକ ଜୀବନ
[ସମ୍ପାଦନା]ସଂଘମିତ୍ରା ମିଶ୍ର ମାତା ଶ୍ରୀମତୀ ଦେବୀ ଏବଂ ପିତା ବଂଶୀଧର ମିଶ୍ରଙ୍କ ଔରସରୁ କଟକ ଜିଲ୍ଲାର ଖଣ୍ଡାସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ବଂଶୀଧର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଇଂରେଜ ବିରୁଦ୍ଧତ୍ମାକ କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଏକ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା, ଫଳତଃ ସେ ନିଜ ପରିବାରକୁ ଛାଡ଼ି ୨୫ ବର୍ଷ କାଳ ଆତ୍ମଗୋପନ କରିରହିଥିଲେ । ସ୍ୱାଧୀନତା ପରେ ସେ ୧୯୫୧ ମସିହାରେ ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ୧୯୫୩ ମସିହା ଜୁନ ୨୦ ତାରିଖରେ ସଂଘମିତ୍ରା ମିଶ୍ରଙ୍କର ଜନ୍ମ ହୋଇଥିଲା । ଖଣ୍ଡାସାହିସ୍ଥିତ ଜଗନ୍ନାଥ ଗ୍ରାମୀଣ ବିଦ୍ୟାଳୟରେ ତାଙ୍କର ବିଦ୍ୟାରମ୍ଭ ହୋଇଥିଲା । ଏହାପରେ ସେ ନିଜ ବଡ଼ ଭଉଣୀ କୃଷ୍ଣବଲ୍ଲଭୀଙ୍କ ସହିତ ରହି ଖୋର୍ଦ୍ଧା ଜିଲ୍ଲାର ପ୍ରାଣନାଥ ମହାବିଦ୍ୟାଳୟରେ ପଢ଼ିଥିଲେ । ସତର ବର୍ଷ ବୟସରେ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ସହ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ତାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ବି.ଇ.ଡି. କରିଥିଲେ । "ଆଧୁନିକ ନାଟକ" ସନ୍ଧର୍ବରେ ଗବେଷଣା କରି ସେ ପିଏଚଡି ମଧ୍ୟ ଲାଭ କରିଛନ୍ତି ।[୩] ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବରେ କାର୍ଯ୍ୟ କରିଛନ୍ତି ।[୪]
ରଚନାବଳୀ
[ସମ୍ପାଦନା]- ମମତାର ଉପପାଦ୍ୟ
- ନାଟକ, ନାଟ୍ୟକାର ଓ ନାଟକୀୟତା
- ନାଟକ ପରଂପରା ଓ ପରିଭାଷା
- ନାୟିକା ନିଜ ଦର୍ପଣରେ
- କବିତା ଆଲୋଚନାର କେତୋଟି ପାହାଞ୍ଚ
- ନାଟକର ନବ ମୂଲ୍ୟାୟନ
- ସନ୍ଥକବି ଯଶୋବନ୍ତ ଦାସ
- ନିଜର ଭାବିଲା ପରେ
- ଓଡ଼ିଆ ଓ ହିନ୍ଦୀ ପ୍ରତୀକ ନାଟକ
- ନାଟକ:ସୀମା ଓ ସମ୍ଭାବନା
- ଜଗଦୀଶ ଗଳ୍ପ ମାନସ
- ଯକ୍ଷପ୍ରଶ୍ନ
- କବିତା:ସ୍ଥିତି ଓ ବିସ୍ତୃତି
- ଇତିହାସର ହଜିଲା ଖିଅ
- ଆଧୁନିକ ଓଡ଼ିଆ କବିତା
- ପାଠ ବତାଏ ବାଟ (ଏକାଙ୍କିକା)
- ଆତ୍ମବିଶ୍ୱାସର ଚାବିକାଠି
- ଅନୁଭୂତିର ପରିଧି
- ବସୁଧାର ପ୍ରତିବାଦ ଏବଂ ଅନ୍ୟାନ୍ୟ ନାଟକ
- ଗାଇବା ଗୀତ ବସିବା ମିତ
- ବୋଉ ଓ ଅନ୍ୟାନ୍ୟ କବିତା
- କବିତ୍ୱ ଓ ସୃଜନଶୀଳତା
- ଗୋପାଳ ଛୋଟରାୟ
- ରସରାଜ ଗୀତିସାମ୍ରାଜ୍ୟ
- ସମୟର ଡେଣା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୯[୫]
- ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ୨୦୧୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା), ୨୦୦୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୬]
- ଗୋଦାବରୀଶ ମିଶ୍ର ସମ୍ମାନ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୭]
- ରାଧାକାନ୍ତ ଦାସ ସ୍ମୃତି ସମ୍ମାନ (ସମ୍ବାଦ ସାହିତ୍ୟ), ୨୦୦୨ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ଗୋକର୍ଣ୍ଣିକା ସମ୍ମାନ
- କାହ୍ନୁଚରଣ ଖୁଣ୍ଟିଆ ସ୍ମୃତି ପୁରସ୍କାର (୨୦୦୩)
- ରାଧାକାନ୍ତ ସ୍ମୃତି ସମ୍ମାନ (୨୦୦୫)
- ଶତଦ୍ରୁ ଜୟନ୍ତୀ ସମ୍ମାନ (୨୦୦୯)
- ପଣ୍ଡିତ ଗୋଦାବରୀଶ ସମ୍ମାନ (୨୦୧୬)[୮]
- ସାହିତ୍ୟାୟନ ସମ୍ମାନ (୨୦୧୮)[୯]
ଆଧାର
[ସମ୍ପାଦନା]- ↑ "Odisha Sahitya Akademi". odishasahityaakademi.org. Retrieved 2019-02-19.
- ↑ https://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
- ↑ Jagannātha Prasāda Dāsa; Arlene Zide (1992). Under a silent sun: a selection of Oriya women's poems. Vikas Pub. House.
- ↑ Sahitya Akademi (2005). Annual Report. Sahitya Akademi.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on ୩୦ ଅପ୍ରେଲ ୨୦୨୧. Retrieved 28 October 2021.
{{cite web}}
: Check date values in:|archivedate=
(help) - ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨୮ ଅକ୍ଟୋବର ୨୦୨୧.
{{cite web}}
: Check date values in:|accessdate=
(help) - ↑ "ସଂଘମିତ୍ରା ପାଇଲେ ଗୋଦାବରୀଶ ମିଶ୍ର ସମ୍ମାନ". ଧରିତ୍ରୀ. Retrieved 28 October 2021.
- ↑ https://m.dailyhunt.in/news/india/oriya/odisha+samachar-epaper-eodisha/pandita+godabarisha+sammana+2016+paibe+praphesara+sanghamitra+mishra+o+natya+niddhershaka+shriyukta+sachchi+dasa-newsid-59218184
- ↑ http://sambad.in/metro/research-on-lokanatay-161069/