ନାରାୟଣ ସାହୁ
ଦେଖଣା
ନାରାୟଣ ସାହୁ | |
---|---|
ଜନ୍ମ | ଅରଡ଼ାସାହି, ବଗଡ଼ା, କେନ୍ଦ୍ରାପଡ଼ା | ୨୫ ନଭେମ୍ବର ୧୯୫୫
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ପି.ଏଚ.ଡି |
ବୃତ୍ତି | ଶିକ୍ଷାବିତ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର ।[୧] ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । [୨] ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଜୀବନୀ
[ସମ୍ପାଦନା]ନାରାୟଣ ସାହୁ ୧୯୫୫ ମସିହା ନଭେମ୍ବର ୨୫ତାରିଖରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ ଉତ୍ତରେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିଲାବେଳୁ ନାଟକ ଦେଖି, ସେଦିଗରେ ସେ ଆକର୍ଷିତ ହୋଇଥିଲେ । "ତାମସୀତୃଷ୍ଣା" ତାଙ୍କର ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା । "ଆମେ କ୍ରାନ୍ତି" ନାମରେ ତାଙ୍କର ଏକ ନାଟ୍ୟସଂସ୍ଥା ରହିଛି ।
ନାଟକ
[ସମ୍ପାଦନା]- ତାମସୀତୃଷ୍ଣା
- ପ୍ରଶ୍ନ
- ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର
- କାହାଣୀ ସବାଶେଷ ଲୋକର
- ସୁବର୍ଣ୍ଣ ସକାଳ
- ମୂକ
- ପୁନଶ୍ଚ ସଂଗ୍ରାମ
- ଅପରାହ୍ନର ଅବଶୋଷ
- ଅଧାଦେଖା ସ୍ୱପ୍ନ
- କ୍ରାନ୍ତି
- ଦୂର ଆକାଶର ତାରା
- ଶେଷକଥା
- ମୂଷା
- ଛାତ (୨୦୨୦)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ) - ୧୯୯୧[୪][୫]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪[୬]
- ଆକାଶବାଣୀ ନାଟ୍ୟକାର ପୁରସ୍କାର - ୧୯୯୪
- ଝଙ୍କାର ନାଟକ ପୁରସ୍କାର - ୨୦୦୬
ଆଧାର
[ସମ୍ପାଦନା]- ↑ D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
- ↑ "Sahitya Akademi Plans Monograph on Pranabandhu Kar's Centenary Year". The New Indian Express. Archived from the original on 14 October 2014. Retrieved 6 September 2016.
- ↑ Reference India. Tradesman & Men India. 2007.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Archived from the original on 16 February 2020. Retrieved 6 September 2016.
- ↑ http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ସେପ୍ଟେମ୍ବର ୩-୧୬,୨୦୧୬ ପୃଷ୍ଠା ୭. Retrieved 6 September 2016.