ସୋମନାଥ
ସୋମନାଥ ମନ୍ଦିର સોમનાથ મંદિર | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଜୁନାଗଡ଼ |
Governing body | Shree Somnath Trust of Gujarat |
Location | |
ସ୍ଥାନ | ବେରାଭଲ |
State | ଗୁଜରାଟ |
Country | ଭାରତ |
Architecture | |
Type | ମନ୍ଦିର |
ସର୍ଦାର ବଲ୍ଲଭଭାଇ ପଟେଲ (ବର୍ତ୍ତମାନ ଗଢ଼ଣ) | |
Website | |
somnath.org |
ସୋମନାଥ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ ନିକଟସ୍ଥ ପ୍ରଭାସ ପାଟଣଠାରେ ବିରାଜମାନ।
ପୌରାଣିକ
[ସମ୍ପାଦନା]ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତ କ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ସତ୍ୟଯୁଗରେ ଦକ୍ଷଜାମାତା ସୋମ ଅଭିଶାପରୁ ମୁକ୍ତିପାଇବା ପରେ ପ୍ରଥମେ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ତ୍ରେତୟା ଯୁଗରେ ରାବଣ ଏହି ମନ୍ଦିରକୁ ରୁପାରେ ଓ ଓ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର ଚନ୍ଦନକାଠରେ ତିଆରି କରିଥିଲେ ।[୧]
ଇତିହାସ
[ସମ୍ପାଦନା]ସୋମନାଥର ଅର୍ଥ ହେଉଛି ଚନ୍ଦ୍ରଙ୍କ ସୁରକ୍ଷାକାରୀ । ଶିବପୁରାଣ ଅନୁସାରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ହେବାରୁ[୨] ସେମାନଙ୍କୁ ପରୀକ୍ଷା କରିବାକୁ ଶିବଙ୍କର ଏକ ଅଲୋକ ରଶ୍ମି ସ୍ୱର୍ଗ, ମର୍ତ୍ୟ ଓ ପାତାଳ ଫୁଟି ବାହାରିଲା । ଏହି ଅଲୋକ ଶିଖାର ପ୍ରାନ୍ତକୁ ଠାବ କରିବା ଲାଗି ବିଷ୍ଣୁ ଆସିଲେ ମର୍ତ୍ୟକୁ ଓ ବ୍ରହ୍ମା ଗଲେ ସ୍ୱର୍ଗକୁ । ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତକୁ ଦେଖିଲେ ବୋଲି ମିଛ କହିଲେ, ଶେଷରେ ବିଷ୍ଣୁ ପରାଜୟ ସ୍ୱୀକର କଲେ । ଶିବ ଏକଥା ଜାଣି ପାରି ଏକ ଦ୍ୱିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ବ୍ରହ୍ମାଙ୍କୁ ମିଛ କହିବାଲାଗି ଅଭିଶାପଦେଲେ ଯେ ମର୍ତ୍ୟରେ କୌଣସି ଉତ୍ସବରେ ସେ ପୂଜା ପାଇବେ ନାହିଁ । ସୃଷ୍ଟି ଥିବା ପର୍ଯ୍ୟନ୍ତ ସମସ୍ତେ ବିଷ୍ଣୁଙ୍କୁ ପୂଜା କରିବେ ଏହି ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ ଏହାର ଏକ ଅଂଶ ହେଉଛନ୍ତି ଭଗବାନ ଶିବ । ଜ୍ୟୋତିର୍ଲିଙ୍ଗ ପୀଠରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ବା ଲିଙ୍ଗ ରୂପରେ ପୂଜା କରାଯାଏ । ଏହି ସ୍ତମ୍ଭ ଭଗବାନ ଶିବଙ୍କ ପ୍ରତୀକ । ସଧାରଣତଃ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଏ ସେଥିମଧ୍ୟରୁ ୧୨ଟି ପୀଠ ହେଉଛି ଅତି ପବିତ୍ର ମଧ୍ୟରେ ସୋମନଥ ଅନ୍ୟତମ ।
ମନ୍ଦିର
[ସମ୍ପାଦନା]ଗୁଜରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନାହିଁ, କେବଳ ରହିଛି ପାଣି । ମୁସଲମାନଙ୍କ ଦ୍ୱରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ରେ ପୁନଃନିର୍ମାଣ କରାଯାଇଛି । [୩]
ପୂଜା ଓ ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ମିଶ୍ର, ପଣ୍ଡିତ ରାମକୃଷ୍ଣ. "ସ୍ୱୟମ୍ଭୁ ଆଦି ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥ". ସମୟ. Retrieved 18 February 2015.[permanent dead link]
- ↑ Venugopalam 2003, pp. 92–95
- ↑ ସମ୍ବାଦ ତା୧୯-୦୨-୨୦୧୩
ଅଧିକତଥ୍ୟ
[ସମ୍ପାଦନା]- Official Website Archived 2020-05-07 at the Wayback Machine.
- Somath Jyotirlinga Archived 2010-01-14 at the Wayback Machine.
- Gujarat travel guide from Wikivoyage
- ସୋମନାଥ at Curlie