ସୁଦର୍ଶନ ପଟ୍ଟନାୟକ
| ସୁଦର୍ଶନ ପଟ୍ଟନାୟକ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୮ ମଇ ୧୯୭୬ ପୁରୀ, ଓଡ଼ିଶା |
| ଜୀବିକା | ବାଲୁକା ଶିଳ୍ପୀ |
| କାର୍ଯ୍ୟକାଳ | ୨୭ ବର୍ଷ |
ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ଠାରେ ଜନ୍ମିତ ଜଣେ ସୁପରିଚିତ ବାଲୁକା ଶିଳ୍ପୀ ।
ବିଷୟସୂଚୀ |
ଜୀବନକାଳ [ସମ୍ପାଦନା]
ସୁଦର୍ଶନ ଓଡ଼ିଶାର ପୁରୀ ଠାରେ ଏକ ମଧ୍ୟବିତ୍ତ ପରିବାରରେ ୧୮ ମେ ୧୯୭୬ରେ ଜନ୍ମ ଗ୍ରହଣ କରିଥିଲେ । ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ ।[୧] ତାଙ୍କ ଦେଇ ପୁରୀ ଠାରେ ୧୯୯୫ରେ ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ସ୍ଥାପିତ ହୋଇଥିଲା । ପରେ ଏହା ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ନାମରେ ନାମିତ ହୋଇଥିଲା । ପୁରୀଠାରେ ବଳରାମ ଦାସଙ୍କ କାଳରୁ ପାଖାପାଖି ୭୦୦ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ । ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଅଛନ୍ତି । ସେଥି ମଧ୍ୟରୁ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ୨ୟ ଭାଗ(India's Got Talent Season 2) ପ୍ରତିଯୋଗିତାର ବିଜେତା ମାନସ କୁମାର ସାହୁ ଅନ୍ୟତମ ।
ମାନସମ୍ମାନ [ସମ୍ପାଦନା]
- ଆନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର, ବର୍ଲିନ[୧]
- ବିଶାଳତମ ସାନ୍ତା କ୍ଲାଉସ ନିର୍ମାଣ କରି ବିଶ୍ଵ ରେକର୍ଡ଼
- ପିପୁଲ୍ସ ଚଏସ ପୁରସ୍କାର, ୧ମ ମସ୍କୋ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ରୁଷିଆ
ଏହା ବାଦ ସେ ବିଶ୍ଵ ତାପମାନ ବୃଦ୍ଧି ଉପରେ ଜନ ସଚେତନତା ବାବଦରେ ୧୫ ଫୁଟ ଉଚ୍ଚର ଗଣେଶଙ୍କର ବାଲୁକା ମୂର୍ତ୍ତୀ ନିର୍ମାଣ କରିଥିଲେ ଯାହା ଉପରେ ହିମାଳୟରୁ ବରଫ ତରଳୁଥିବାର ଛବି ସହ 'Divine Concern on Global Warming' ବୋଲି ଲେଖା ଥିଲା ।
ସେ ୩୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତାଙ୍କ ନିର୍ମିତ କଳା ତାଜମହଲ ଏକ ଅନୁପମ କୃତି ।
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
- Pattnaik creates sand sculpture to popularize Earth Hour (Sify News)
- Unique 'get well soon' wish for Big B (The Times of India)
- A sand sculpture of Amitabh Bachchan (apunkachoice.com)
- Sculptor builds his 38th Taj Mahal in Amsterdam (Sindh Today)
- the official site build to his homage
|
|||||