ରାଜକିଶୋର ରାୟ

ଉଇକିପିଡ଼ିଆ‌ରୁ
ରାଜକିଶୋର ରାୟ
Born(1914-11-23)୨୩ ନଭେମ୍ବର ୧୯୧୪
Died୧୧ ଅଗଷ୍ଟ ୧୯୯୮(1998-08-11) (ବୟସ ୮୩)[୧]
Nationalityଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ
Occupationଓଡ଼ିଆ ସାହିତ୍ୟିକ ଓ ଅଧ୍ୟାପକ[୨]
Spouseମନୋରମା ରାୟ
Childrenମାଳବିକା ରାୟ, ମନସ୍ୱିନୀ ରାୟ ମହାଶ୍ୱେତା ରାୟ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ରାଜକିଶୋର ରାୟ, (୨୩ ନଭେମ୍ବର ୧୯୧୪ - ୧୧ ଅଗଷ୍ଟ ୧୯୯୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ।[୩] କ୍ଷୁଦ୍ରଗଳ୍ପ, ନାଟକ, ଉପନ୍ୟାସ ଆଦି ସାହିତ୍ୟର ବହୁ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।[୪] ଆଡମ୍ବରପୂର୍ଣ୍ଣ କାବ୍ୟିକ ଭାଷା ଓ ମର୍ଯ୍ୟାଦାବନ୍ତ ଶୈଳୀ ତାଙ୍କ ଗଳ୍ପର ବୈଶିଷ୍ଟ୍ୟ । ସେ ଭାଇ ଭାଉଜ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ ।[୫]

ଜୀବନୀ[ସମ୍ପାଦନା]

ରାଜକିଶୋର ୧୯୧୪ ମସିହା ନଭେମ୍ବର ୨୩ ତାରଖରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ସେ ଥିଲେ ଅଧ୍ୟାପକ । ସାହିତ୍ୟ, ଅଧ୍ୟାପନା, ନୃତ୍ୟ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନା ଆଦି କ୍ଷେତ୍ରରେ ତାଙ୍କର ରୂଚି ରହିଥିଲା । "ଦୀପାଳି" ତାଙ୍କ ପ୍ରକାଶିତ ପ୍ରଥମ କବିତା ସଂକଳନ ଥିଲା । ଏହା ପରେ, ସେ ଗପ ଲେଖିବା ଆରମ୍ଭ କରିଥିଲେ । ସେ ସାଧାରଣତଃ ଅଙ୍ଗେ ନିଭେଇଥିବା କଥାକୁ ନେଇ ଗପ ଲେଖୁଥିଲେ, ତେଣୁ ତାଙ୍କ ରଚିତ ବହୁ ଗଳ୍ପର ନାୟକ, ସେ ନିଜେ ଥିଲେ । ଗପଗୁଡିକ ଆତ୍ମକୈନ୍ଦ୍ରିକ ହେଉଥିଲା ବୋଲି ସମାଲୋଚିତ ମଧ୍ୟ ହୋଇଥିଲା । ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ, ସେ ନାରୀ ଚରିତ୍ରରେ ଅଭିନୟ କରୁଥିଲେ । ଭାଇ ଭାଉଜ ତାଙ୍କ ଅଭିନିତ ଏକ କଥାଚିତ୍ର । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ପ୍ରେମଲତା ନାମକ ଜଣେ କିରସ୍ତାନୀ ଝିଅ ସହିତ ତାଙ୍କ ପ୍ରଣୟ, ଏକ ଚର୍ଚ୍ଚାର ବିଷୟ ରହିଥିଲା । ଏପରିକି ଉତ୍କଳ ଦୀପିକା ଖବର କାଗଜରେ ଏ ବାବଦର ଖବର ପ୍ରକାଶ ପାଇଥିଲା । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟକାରୀ ସଭାପତି ଓ ୧୯୫୮ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ-ସଙ୍ଗୀତ-ନାଟକ ଏକାଡେମୀର ପ୍ରଥମ ସଚିବ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନେତ୍ରୀ ଓ ଲେଖିକା ମାଳବିକା ରାୟ ଏବଂ ଅଭିନେତ୍ରୀ ମହାଶ୍ୱେତା ରାୟ ତାଙ୍କର ଦୁଇ ପୁତ୍ରୀ ଅଟନ୍ତି । ୧୯୯୮ ମସିହା ଅଗଷ୍ଟ ୧୧ତାରିଖରେ ତାଙ୍କର ମହାପ୍ରୟାଣ ଘଟିଥିଲା ।

ରଚନାବଳୀ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯[୭] (ମନ୍ୱନ୍ତରର ମାନବ ପୁସ୍ତକ ପାଇଁ)[୮]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୯]
  • ସାରଳା ସମ୍ମାନ, ୧୯୯୩

ଆଧାର[ସମ୍ପାଦନା]

  1. Indian Literature. Prabhat Prakashan. 1988. pp. 492–.
  2. Autumnal Leaves: Tales in Translation. Readworthy Publications. 19 March 2014. pp. 17–. ISBN 978-93-82363-33-0.
  3. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL070
  4. "ଆର୍କାଇଭ୍ କପି". Archived from the original on 2015-10-14. Retrieved 2014-11-29. {{cite web}}: Cite has empty unknown parameter: |1= (help)
  5. "ଆଜି ଜନ୍ମଦିନ". No. ସମ୍ବାଦ ୨୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୨. Archived from the original on 23 November 2020. Retrieved 23 November 2020.
  6. "National Library of India E-Catalogue". nationallibrary.gov.in. nationallibrary.gov.in. Retrieved 25 September 2019.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 3 March 2017.
  8. http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)