ପ୍ରିୟମ୍ବଦା ମହାନ୍ତି ହେଜମାଦି

ଉଇକିପିଡ଼ିଆ‌ରୁ
ପ୍ରିୟମ୍ବଦା ମହାନ୍ତି ହେଜମାଦି
ଭୁବନେଶରରେ ୨୨ତମ ଓଡ଼ିଆ ଫିଲ୍ମ ପୁରସ୍କାର ବିତରଣ ଅବସରରେ ଅତିଥି ଭାବେ ଆସୀନ ପ୍ରିୟମ୍ବଦା ମହାନ୍ତି ହେଜମାଦି ।
ଭୁବନେଶରରେ ୨୨ତମ ଓଡ଼ିଆ ଫିଲ୍ମ ପୁରସ୍କାର ବିତରଣ ଅବସରରେ ଅତିଥି ଭାବେ ଆସୀନ ପ୍ରିୟମ୍ବଦା ମହାନ୍ତି ହେଜମାଦି ।
Born (1939-11-18) ୧୮ ନଭେମ୍ବର ୧୯୩୯ (ବୟସ ୮୪)
Nationalityଭାରତୀୟ
Educationଏମ.ଏସ., ପି.ଏଚ.ଡି.
Alma materରେଭେନ୍ସା ବାଳିକା ବିଦ୍ୟାଳୟ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ, ମିଚିଗାନ ବିଶ୍ୱବିଦ୍ୟାଳୟ
Occupation(s)ଓଡ଼ିଶୀ ନୃତ୍ୟଗୁରୁ, ଶିକ୍ଷାବିତ ଓ ପ୍ରଫେସର
Known forଓଡ଼ିଶୀ ନୃତ୍ୟଶିଳ୍ପୀ

ପ୍ରିୟମ୍ବଦା ମହାନ୍ତି ହେଜମାଦି ଜଣେ ଓଡ଼ିଆ ବିଜ୍ଞାନୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଶିକ୍ଷାବିତ ।[୧] ସେ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟରେ ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ ସହ ବାର୍ବୋର ଫେଲୋସିପ୍ ଅଧୀନରେ "ଆମେରିକାନ ଲିଓପାର୍ଡ଼ ଫ୍ରଗ ରାନା ପିପିଏନ୍ସର ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ" ବିଷୟରେ ଗବେଷଣା କରି ପିଏଚ.ଡି. ଲାଭ କରିଥିଲେ । ସେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳପତି ଦାୟିତ୍ୱ ନିଭାଇଥିଲେ । ଓଡ଼ିଶୀ ନୃତ୍ୟରେ ତାଙ୍କର ଅବଦାନ ନିମନ୍ତେ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୧୯୯୮ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହାନ୍ତି ୧୯୩୯ ମସିହା ନଭେମ୍ବର ୧୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୨]

ପ୍ରାରମ୍ଭିକ ଶିକ୍ଷାଲାଭ[ସମ୍ପାଦନା]

ସେ ରେଭେନ୍ସା ବାଳିକା ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ । ସ୍କୁଲରେ ସଙ୍ଗୀତକୁ ଇଚ୍ଛାଧୀନ ବିଷୟ ଭାବରେ ନେଇ ପଢ଼ିଥିଲେ ଓ କଲେଜରେ ବିଜ୍ଞାନ ପଢ଼ିଥିଲେ । ସେ ପ୍ରଥମେ ସମକାଳୀନ ସମାଜରେ ଝିଅମାନଙ୍କ ଡାକ୍ତରୀ ପଢ଼ା ଭଳି ନିଜେ ଡାକ୍ତରୀ ପଢ଼ିବାକୁ ଚାହୁଁଥିଲେ ହେଁ କିନ୍ତୁ କମ ବୟସ ହେତୁ ପ୍ରବେଶ ମିଳିଲା ନାହିଁ । ସେ ବି.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇ ଜୀବ ବିଜ୍ଞାନ ଅନର୍ସ ନେଇଥିଲେ । ଏହା ପରେ ମେଡିକାଲ ସ୍କୁଲରେ ନ ପଢ଼ି ଲକ୍ଷ୍ନୌ ୟୁନିଭରସିଟିରେ ମାଷ୍ଟର ଡିଗ୍ରୀରେ ନାମ ଲେଖାଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟ[ସମ୍ପାଦନା]

ଏମ୍.ଏସ୍.ସି. ଶିକ୍ଷା ଲାଭ ପରେ ସେ ଓଡ଼ିଶାକୁ ଫେରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ଯୋଗଦେଇଥିଲେ । ସେତେବେଳେ ଲାଇବ୍ରେରୀକୁ ଆସୁଥିବା ଅଳ୍ପ କେତେକ ପତ୍ରିକା ନେଇ ତାଙ୍କୁ ଗବେଷଣା କରିବାକୁ ପଡୁଥିଲା । ପରେ ସେ ମିଚିଗାନ ବିଶ୍ୱବିଦ୍ୟାଳୟରେ ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ ସହ ବାର୍ବୋର ଫେଲୋସିପ୍ ମିଳିଥିଲା । ସେ ସେଠାରେ ପ୍ରାଣୀ ବିଜ୍ଞାନ ବିଭାଗରେ ଯୋଗଦେଇଥିଲେ ।

ମିଚିଗାନ ବିଶ୍ୱବିଦ୍ୟାଳୟ[ସମ୍ପାଦନା]

ତାଙ୍କୁ ପୂର୍ବ ପାଠ୍ୟକ୍ରମରେ ବହି ପାଠ କେବଳ ଜିଆ, ଗିନିପିଗ ଇତ୍ୟାଦି ହାତରେ ବ୍ୟବଚ୍ଛେଦ ଓ ସାଇତା ହୋଇଥିବା ଜୀବଜନ୍ତୁଙ୍କ ଶବ ସହ ଶିକ୍ଷାଲାଭ କରିବାକୁ ହେଉଥିଲା । ସେ ମିଚିଗାନରେ ବେଙ୍ଗ ଅଣ୍ଡା ନିଷିକ୍ତ କରିବା, କୁକୁଡା ଅଣ୍ଡାରେ ଜୀବନ୍ତ ତନ୍ତୁ ଗ୍ରାଫ୍ଟ କରିବା ଆଦି ପରୀକ୍ଷା ନିରୀକ୍ଷା ଆରମ୍ଭ କଲେ । ଶରୀରତତ୍ତ୍ୱ, କୋଷ ଜୀବବିଜ୍ଞାନ ଓ ଜେନେଟିକ ଓ ପୋଷ୍ଟ-ଜେନେଟିକ କୋଡ଼ ଆବିଷ୍କୃତ ହେବା ସହ ଜୀବ ବିଜ୍ଞାନ ଉନ୍ନତ ହେଉଥିଲା । ଗର୍ଭାଧାନ ବିସ୍ମୟ, ଅଣ୍ଡାର ଗୈଋକ ବିଭାଜନ ଆଦିର ଜେନେଟିକ ପ୍ରୋଗ୍ରାମିଙ୍ଗ ଆଦି ଦେଖି ସେ ଡେଭଲପମେଣ୍ଟାଲ ବିଜ୍ଞାନ ପ୍ରତି ଆକର୍ଷିତ ହେଲି । ତାଙ୍କର ପି.ଏଚ.ଡି. ବିଷୟ ଥିଲା ଆମେରିକାନ ଲିଓପାର୍ଡ଼ ଫ୍ରଗ ରାନା ପିପିଏନ୍ସର ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ ।

ଭାରତ ଫେରିବା ଓ ଗବେଷଣା[ସମ୍ପାଦନା]

ମିଚିଗାନରେ ତାଙ୍କର ଗବେଷଣା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଫେରିଥିଲେ । ସେଠାରେ ସେ ଉଭୟଚର ଓ ବିପଦଗ୍ରସ୍ତ ସରୀସୃପଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନା କଲେ । ବେଙ୍ଗଫୁଲାର ଲାଞ୍ଜ ଭିଟାମିନ କ ସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କଦ୍ୱାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡ଼ରେ ବଦଳାଇବାରେ ସେ ସଫଳ ହେଲେ । ତାଙ୍କର ଏହି ଗବେଷଣା ପ୍ରସୂତ ହୋମିଓଟିକ ଟ୍ରାନସଫରମେସନ ନେଚର ପତ୍ରିକାରେ ୧୯୯୨ ମସିହାରେ ପ୍ରକାଶିତ ହୋଇଥିଲା । ଏହାଦ୍ୱାରା ତାଙ୍କର ଲାବୋରେଟୋରୀ ଆନ୍ତର୍ଜାତୀୟ ସ୍ତରରେ ନାମ କଲା ।[୩]

ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜିର ସେ ପ୍ରଥମ ମହିଳା ସଭାପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ୧୯୯୫ରୁ ୧୯୯୮ ପର୍ଯ୍ୟନ୍ତ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଭାବେ କାମ କରିଥିଲେ ।

ରଚନା[ସମ୍ପାଦନା]

ସେ ନିଜ ଝିଅ ଅହଲ୍ୟାଙ୍କ ସହ ମିଶି 'ଓଡ଼ିଶୀ' ନାମକ ପୁସ୍ତକ ରଚନା କରିଅଛନ୍ତି ।[୪]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ, ୧୯୯୮
  • ଓଡ଼ିଶୀ ନୃତ୍ୟ ସମ୍ମାନ, ୨୦୧୩[୫]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ନୃତ୍ୟ ଭାରତୀ
  • ନୃତ୍ୟ ସରସ୍ୱତୀ
  • ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ - ୨୦୨୦ ( ଗଙ୍ଗାଧର ରଥ ଫାଉଣ୍ଡେସରଦ୍ୱାରା ପ୍ରଦତ୍ତ )[୬]

ଆଧାର[ସମ୍ପାଦନା]

  1. Vvnkataraman, Leela. "From the pages of history". The Hindu. Retrieved 8 March 2015.
  2. "Fellow Profile". Indian Academy of Sciences. Retrieved 8 March 2015.
  3. http://www.ias.ac.in/womeninscience/liladaug.html - P Mohanty Hejmadi.pdf - Adobe Reader
  4. "Oddissi An Indian Classical Dance Form". Retrieved 8 March 2015.
  5. "Odissi danseuse Padmashree Priyambada Mohanty Hejmadi conferred with Odissi Nrutya Sanman-2013 - See more at: www.orissadiary.com/CurrentNews.asp?id=38702#sthash.9BSLFWAc.dpuf". Orissa Diary. Archived from the original on 10 August 2014. Retrieved 8 March 2015.
  6. "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.

ଅଧିକ ତଥ୍ୟ[ସମ୍ପାଦନା]

  • Lilavati's Daughters: The Women Scientists of India